ମହାନଦୀ, ବ୍ରାହ୍ମଣୀ ଜଳ ପ୍ରଦୂଷିତ

ଯାଜପୁର ଅଫିସ,୮।୫: ରାଜ୍ୟରେ ପ୍ରବାହିତ ମହାନଦୀ ଓ ବ୍ରାହ୍ମଣୀ ନଦୀର ୧୯ଟି ସ୍ଥାନର ଜଳରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ରହିଥିବାରୁ ତାହା ବ୍ୟବହାର ଅନୁପଯୋଗୀ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ୨୦୨୧ ବର୍ଷ ପାଇଁ ୧୧ଟି ନଦୀର ୧୨୯ଟି ସ୍ଥାନରୁ ହୋଇଥିବା ଜଳନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଗତ ଏପ୍ରିଲ ୨୭ରେ ଏସ୍‌ପିସିବିର ସଦସ୍ୟ ସଚିବ ସବିଶେଷ ଜଳନମୁନା ପରୀକ୍ଷା ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଉପରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଚନ୍ଦ୍ରଶେଖର ପାଢ଼ୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ସେଚ ସଦନର ଚିଫ୍‌ ଇଞ୍ଜିନିୟରଙ୍କୁ ଗତ ୬ ତାରିଖରେ ସୂଚନା ଦେଇଛନ୍ତି। ଶିଳ୍ପ କାରଖାନା ଏବଂ ସହରର ବର୍ଜ୍ୟଜଳ ନିଷ୍କାସନରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ଯାଜପୁର ଓ କେନ୍ଦୁଝର ଜିଲାର ଖଣି ସମେତ ଶିଳ୍ପ କାରଖାନାରୁ ନିର୍ଗତ ପାଣି ବ୍ୟବହାର ଉପଯୋଗୀ ବୋଲି ରିପୋର୍ଟରେ ଦର୍ଶାଯାଇଥିବାରୁ ପରୀକ୍ଷାର ସତ୍ୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀକୁ ଲୋକଙ୍କ ଜୀବନରେଖା ଭାବେ ଅଭିହିତ କରାଯାଇଥାଏ। ଏହି କ୍ରମରେ ନଦୀଜଳକୁ ସ୍ବଚ୍ଛ ରଖିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହୋଇଛି। ତେଣୁ ଏସ୍‌ପିସିବି ପ୍ରତିବର୍ଷ ନଦୀକୂଳର ବିଭିନ୍ନ ସ୍ଥାନରୁ ଜଳନମୁନା ସଂଗ୍ରହ କରି ପରୀକ୍ଷା ରିପୋର୍ଟ ସରକାରଙ୍କୁ ବିହିତ ପଦକ୍ଷେପ ନେବାକୁ ପ୍ରଦାନ କରିଥାଏ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ତାହା ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେଉ ନ ଥିବାରୁ ଅଞ୍ଚଳବାସୀ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ରହିଛି। ୨୦୨୧ରେ ମହାନଦୀର ୫୫ଟି ସ୍ଥାନରୁ ହୋଇଥିବା ଜଳନମୁନା ପରୀକ୍ଷାରେ ୪୦ଟି ସ୍ଥାନର ଜଳ ସହ୍ୟ କରିବାର ସୀମିତ (ଟଲରେନ୍ସ ଲିମିଟ) ବୋଲି ଦର୍ଶାଯାଇଛି। ତେବେ ଏହି ନଦୀର ୮ଟି ସ୍ଥାନ ଯଥା କଟକ କାଠଯୋଡ଼ି, ସେରୁଆ, ଦୟା ନଦୀ ଭୁବନେଶ୍ୱର, ରାଜଧାନୀ ଇଞ୍ଜିନିୟର କଲେଜ ନିକଟ, ପଳାଶୁଣୀ, ସାମନ୍ତରାପୁର ଓ ଭାଡିମୁଲରୁ ଉଭୟ ବିଓଡି (ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ) ଏବଂ ଟିସି (ଟୋଟାଲ କୋଲିଫର୍ମ) ଭଳି ବିଷାକ୍ତ ଦ୍ରବ୍ୟ ଯେତିକି ରହିବା କଥା ତା’ଠାରୁ ଅଧିକ ମିଳିଛି। ସେହିପରି ଗୋଲସାହି(ମଙ୍ଗଳା) ନିକଟରୁ କେବଳ ବିଓଡି ଅଧିକ ରହିଛି। ଅନ୍ୟପକ୍ଷେ ୬ଟି ସ୍ଥାନ କାଠଯୋଡ଼ି ମତଗଜପୁର, ଦୟା ନଦୀର ଗେଲପୁର ଓ କଣାସ, କୁଶଭଦ୍ରା ନଦୀର ଭିଙ୍ଗାରପୁର, ନିମାପଡ଼ା ଓ ଗୋପ ନିକଟରୁ କେବଳ ଟିସି ରାସାୟନିକ ଦ୍ରବ୍ୟ ଅଧିକ ମିଳିଛି। ମଣିଷ ବ୍ୟବହାର, ଭୁବନେଶ୍ୱର ଓ କଟକ ସହରର ବର୍ଜ୍ୟଜଳ ଉପରୋକ୍ତ ନଦୀରେ ମିଶୁଥିବାରୁ ଜଳ ବ୍ୟବହାର ଉପଯୋଗୀ ହୋଇ ପାରିନାହିଁ। ସେହିପରି ରାଜ୍ୟର ବ୍ରାହ୍ମଣୀ ନଦୀର ୪୧ଟି ସ୍ଥାନରୁ ହୋଇଥିବା ଜଳ ନମୁନା ପରୀକ୍ଷାରେ ୩୭ଟି ସ୍ଥାନର ଜଳ ବ୍ୟବହାର ଉପଯୋଗୀ। ଅଥଚ ଏହି ନଦୀର ୩ଟି ସ୍ଥାନ ଯଥା ପାନପୋଷ, ରାଉରକେଲା ଓ ଗୁରଡିହ ନାଳରେ ଉଭୟ ବିଓଡି ଓ ଟିିସି ଅଧିକ ରହିଛି। ଏହାବାଦ୍‌ ଗୋଟିଏ ସ୍ଥାନ ରାଉରକେଲା ଅଟାଘାଟ ନିକଟରେ କେବଳ ବିଓଡି ରହିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ସହରରୁ ନିର୍ଗତ ବର୍ଜ୍ୟପାଣି ଯୋଗୁ ଏଭଳି ବିପଦ ଦେଖା ଦେଇଛି। ଅନ୍ୟପକ୍ଷେ ବୈତରଣୀର ୧୪, ଋଷିକୁଲ୍ୟାର ୬, ନାଗବଳିର ୩, ସୁବର୍ଣ୍ଣରେଖା ୧, ବୁଢାବଲଙ୍ଗ ନଦୀର ୪, କୋଲାବ ନଦୀର ୧, ବଂଶଧରାର ୨, ଇନ୍ଦ୍ରାବତୀର ୧ ଓ ବାହୁଦା ନଦୀର ଗୋଟିଏ ସ୍ଥାନର ଜଳନମୁନାରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ସୀମିତ ମଧ୍ୟରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧ା୭ା୨୦୨୧ ଓ ୨ା୭ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡନାଳା ପାଣି ନମୁନା ପରୀକ୍ଷାରେ ସାଏନାଇଡ ପ୍ରାୟ ୨ ଗୁଣ ଓ ଫେନୋଲିକ୍‌ କମ୍ପାଉଣ୍ଡ ୧୫ ଗୁଣ ଅଧିକ ରହିଥିବା ଜଣାପଡିଥିଲା। ସେହିପରି ବ୍ରାହ୍ମଣୀରେ ମିଶିଥିବା ସୁକିନ୍ଦା ଖଣି ଅଞ୍ଚଳରେ ପ୍ରବାହିତ ଡମଶାଳା ପାଣି ବ୍ୟବହାର ଅନୁଯୋଗୀ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏସ୍‌ପିସିବିର ଏହି ରିପୋର୍ଟରେ ଗଣ୍ଡନାଳା ଓ ଡମଶାଳା ନଦୀଜଳକୁ କ୍ଲିନ୍‌ଚିଟ୍‌ ମିଳିଥିବା ନେଇ ସାଧାରଣରେ ଭିନ୍ନ ମତପ୍ରକାଶ ପାଇଛି। ବିଷାକ୍ତ ଜଳ ନିଃଶ୍ୱାସ-ପ୍ରଶ୍ୱାସ ସ୍ନାୟକୁ ଅକାମୀ କରିଦିଏ, ସ୍ମରଣଶକ୍ତି ହ୍ରାସ କରେ, ଦନ୍ତ କର୍କଟ, ଓଜନ ବୃଦ୍ଧି କରେ, ହୃତ୍‌ପିଣ୍ଡର ଗତିକୁ ଶିଥିଳ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସଂରକ୍ଷଣ, ସଂରଚନାରେ ବାଧା ସୃଷ୍ଟି କରିଥାଏ। ମସ୍ତିଷ୍କକୁ ଅଚଳ କରିଦିଏ ଏବଂ ହରମୋନ କ୍ଷରଣ ବନ୍ଦ କରିଦିଏ। ଆସ୍ତେ ଆସ୍ତେ ମଣିଷକୁ ମୃତ୍ୟୁ ମୁହଁକୁ ଠେଲିଦିଏ। ଏଭଳି ସ୍ଥିତିରେ ନଦୀଜଳର ସ୍ବଚ୍ଛତା ଏବଂ ନିରପେକ୍ଷ ପରୀକ୍ଷା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri