ଲୁଣି ପାଣି କବଳରେ ମହାନଦୀ ବେସିନ

ଯାଜପୁର ଅଫିସ,୨୧ା୬:ମହାନଦୀ ବେସିନ(ଅବବାହିକା) ଅନ୍ତର୍ଭୁକ୍ତ କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲାର ୪୯ ବ୍ଲକର ବାସିନ୍ଦା ଲୁଣି ପାଣିରେ ପେଷି ହେଉଛନ୍ତି। ଏହି ସବୁ ବ୍ଲକ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ମହାନଦୀ ୱାଟର ଡିସ୍‌ପୁଟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରାଜ୍ୟ ଜଳ ସମ୍ପଦ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ସେହିପରି ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ ଲବଣାକ୍ତ ହୋଇପଡ଼ିଛି। ଏଠାରେ ମାଟି ଅଳ୍ପ ଖୋଳିଲେ ଲୁଣି ପାଣି ବାହାରୁଛି। ଏହି ପାଣି ପିଇ ହେଉନି କିମ୍ବା ଚାଷ କାର୍ଯ୍ୟରେ ବ୍ୟବହାର ହୋଇ ପାରୁନାହିଁ। ଫଳରେ ରତ୍ନଗିରି, ମନ୍ଦାରୀ, ଅମଠପୁର ଓ ସେରପୁର ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ଡହଳବିକଳ ହେଉଛନ୍ତି। ଏଠାକାର ଲୁଣି ପାଣି ସମସ୍ୟାର ସମାଧାନ ପାଇଁ ହେବାକୁ ଥିବା ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ତେଣୁ ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଲାଇନ୍‌ (ୟୁଜିପିଏଲ୍‌) ସିଷ୍ଟମ୍‌ ଜରିଆରେ ଜଳଯୋଗାଣ କରିବାକୁ ପ୍ରସ୍ତାବ ହୋଇଛି। ପ୍ରସ୍ତାବ ଠିକ୍‌ ଭାବେ କାର୍ଯ୍ୟକାରୀ କରାଗଲେ ଲବଣାକ୍ତ ଅଞ୍ଚଳରେ ପାଣି ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶାପ୍ରକଟ କରିଛନ୍ତି।
ମହାନଦୀ ବେସିନ ଅନ୍ତର୍ଗତ ଜିଲାରେ ପାନୀୟ ଓ ଜଳସେଚନ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦୀର୍ଘବର୍ଷ ହେଲା ଦାବି କରି ଆସୁଛନ୍ତି। ଏହିକ୍ରମରେ ଗତ ମାର୍ଚ୍ଚ ୪ରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅସୀମ କୁମାର ମହାପାତ୍ର ସବିଶେଷ ତଥ୍ୟ ଦାଖଲ କରିବାକୁ ଆରଡବ୍ଲ୍ୟୁଏସ୍‌ଏସ୍‌ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାପୂର୍ବରୁ ଜାନୁୟାରୀରେ ମଧ୍ୟ ଅନୁରୂପ ଅନୁରୋଧ ହୋଇଥିଲା। ହେଲେ ଏହାର ୬ ମାସ ଅତିକ୍ରମ କରିବା ପରେ ବି କିଛି ପଦକ୍ଷେପ ନିଆଯାଇ ନ ଥିଲା। ସମ୍ପୃକ୍ତ ଅଞ୍ଚଳବାସୀ ପୁଣି ସମସ୍ୟାର ସମାଧାନ ଦାବି କରିବାରୁ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ସୋମବାର ମେକାନିକାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଆବଶ୍ୟକ ତଥ୍ୟ ମଗାଯାଇଛି। ଉପରୋକ୍ତ ୪୯ ବ୍ଲକ ମଧ୍ୟରେ କଟକ ଜିଲାର ଆଠଗଡ଼, ବାରଙ୍ଗ, କଟକ ସଦର, ଡମପଡ଼ା, କଣ୍ଟାପଡ଼ା, ମାହାଙ୍ଗା, ନିଆଳି, ନିଶ୍ଚିନ୍ତକୋଇଲି, ସାଲେପୁର ଓ ଟାଙ୍ଗୀ ଚୌଦାର, ଢେଙ୍କାନାଳ ଜିଲାର ଗଁଦିଆ, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ବିରିଡି, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ, ନୂଆଗଁା, ରଘୁନାଥପୁର ଓ ତିର୍ତ୍ତୋଲ, ଯାଜପୁର ଜିଲାର ବଡ଼ଚଣା ଓ ବରୀ, କେନ୍ଦ୍ରାପଡ଼ା ଜିଲାର ଡେରାବିଶ, ଗରଡ଼ପୁର, କେନ୍ଦ୍ରାପଡ଼ା, ମହାକାଳପଡ଼ା, ମାର୍ଶାଘାଇ, ପଟାମୁଣ୍ଡାଇ ଓ ରାଜନଗର, ଖୋର୍ଦ୍ଧା ଜିଲାର ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ଭୁବନେଶ୍ୱର, ବୋଲଗୋଡ, ଜଟଣୀ, ଖୋର୍ଦ୍ଧା ଓ ଟାଙ୍ଗୀ, ନୟାଗଡ଼ ଜିଲାର ନୟାଗଡ଼ ଓ ରଣପୁର, ପୁରୀ ଜିଲାର ଅସ୍ତରଙ୍ଗ, ବ୍ରହ୍ମଗିରି, ଡେଲାଙ୍ଗ, ଗୋପ, କାକଟପୁର, କଣାସ, କୃଷ୍ଣପ୍ରସାଦ, ନିମାପଡ଼ା, ପିପିଲି, ପୁରୀ ଓ ସତ୍ୟବାଦୀ ରହିଛି। ଅନ୍ୟପକ୍ଷରେ ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର କାଣୀ ଡ୍ରେନେଜ ପ୍ରକଳ୍ପ ଏବଂ ବିରୂପା-ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ଜଳଯୋଗାଣ ସହ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ ଦୀର୍ଘଦିନ ହେଲା ପ୍ରସ୍ତାବରେ ସୀମିତ ରହିଛି। ୨୦୧୪ରେ ମୁଖ୍ୟମନ୍ତ୍ରୀ ବନ୍ଧା ଗ୍ରାମରେ ବିରୂପା-ଗେଙ୍ଗୁଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ହେଲେ ୮ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏଥିପାଇଁ ୨୯ ଏକର ଜମିର ଆବଶ୍ୟକତା ରହିଛି। ହେଲେ ଜମି ମାଲିକମାନେ ଏହାର ବିରୋଧ କରୁଥିବାରୁ ଜମି ଅଧିଗ୍ରହଣ ସମ୍ଭବ ହୋଇ ପାରିନାହିଁ। ଏହିକ୍ରମରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଗତ ମେ ୨୦ରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବିକଳ୍ପ ବ୍ୟବସ୍ଥା ଭାବେ ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଲାଇନ୍‌ ସିଷ୍ଟମ୍‌ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ବ୍ୟବସ୍ଥା କରାଗଲେ ଜମି ମାଲିକମାନେ କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବେ ନାହିଁ ଏବଂ ଜମି ଅଧିଗ୍ରହଣ ଠାରୁ କମ୍‌ ବ୍ୟୟରେ କାମ ହୋଇପାରିବ ବୋଲି ତାଙ୍କ ଅନୁରୋଧ ପତ୍ରରେ ଦର୍ଶାଇଥିଲେ। ଏହାପରେ ଗତ ୧୭ ତାରିଖରେ ଜଳ ସମ୍ପଦ ବିଭାଗ ନିର୍ଦ୍ଦେଶକ ଆଲୋକ କୁମାର କର ଲବଣାକ୍ତ ଅଞ୍ଚଳରେ ଜଳଯୋଗାଣ କରିବା ପାଇଁ ୟୁଜିପିଏଲ୍‌ ପ୍ରସ୍ତାବ ଉପରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?