Posted inଜାତୀୟ

ମହାକୁମ୍ଭ ଦଳାଚକଟା: ମୃତ୍ୟୁସଂଖ୍ୟାରେ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୫।୨: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ୨ ଦିନ ହେଲା ହଟ୍ଟଗୋଳ ଜାରି ରହିଛି। ଲୋକ ସଭାରେ ମଙ୍ଗଳବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାରକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦଳାଚକଟାରେ ବହୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ସରକାର ସଂଖ୍ୟାକୁ ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣା ଉପରେ ଏକ ସର୍ବଦଳୀୟ ବୈଠକ ଡକାଯିବା ସହ ମହାକୁମ୍ଭ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଦାୟିତ୍ୱ ସେନାକୁ ଦିଆଯାଉ ବୋଲି ଅଖିଳେଶ ଦାବି କରିଛନ୍ତି।
ଗତ ମାସ ୨୯ ତାରିଖ ମୌନୀ ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ କେତେଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ସେମାନଙ୍କ ମୃତଦେହ ଶବାଗାର ଓ ହସ୍ପିଟାଲରେ ପଡ଼ିରହିଥିବା ଜଣାପଡ଼ିଥିଲା। ପରେ ସରକାରୀ ହେଲିକପ୍ଟରରେ ପୁଷ୍ପ ଭର୍ତ୍ତି କରାଯାଇ ସେଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ଉପରେ ବର୍ଷା କରାଯାଇଥିଲା। ଏହା କି ପ୍ରକାର ସନାତନୀ ପରମ୍ପରା ବୋଲି ସମାଜବାଦୀ ପାର୍ଟି ଏମ୍‌ପି ପ୍ରଶ୍ନ କରିଛନ୍ତି। ସେଠାରେ କେତେ ସଂଖ୍ୟାରେ ଚପଲ, ଶାଢ଼ି ଓ ପୋଷାକ ପଡ଼ିଥିଲା, ତାହା ଭଗବାନ ଜାଣନ୍ତି। ସେଗୁଡ଼ିକୁ ଜେସିବି ମେଶିନ୍‌ ଓ ଟ୍ରାକ୍ଟର ଟ୍ରଲିରେ ଉଠାଇ ନିଆଯାଇ କେଉଁଠି ଫିଙ୍ଗାଗଲା, ତାହା କେହି ଜାଣନ୍ତି ନାହିଁ। ସବୁକିଛି ଘୋଡ଼ାଇଦେବା ପାଇଁ ଚାପ ପକାଯିବା ସହ ଖବର ଯେପରି ପଦାକୁ ନ ଆସିବ ସେଥିପାଇଁ ଲାଞ୍ଚ ଦିଆଯାଇଥିବା ଶୁଣାଯାଇଛି ବୋଲି ଅଖିଳେଶ କହିଛନ୍ତି। ମହାକୁମ୍ଭ ଦୁର୍ଘଟଣାର ମୃତ୍ୟୁସଂଖ୍ୟା, ଆହତଙ୍କ ଚିକିତ୍ସା, ଉପଲବ୍ଧ ଔଷଧ, ଡାକ୍ତର, ଖାଦ୍ୟ, ପାଣି ଓ ପରିବହନ, ସବୁକିଛି ପାର୍ଲାମେଣ୍ଟରେ ଉପସ୍ଥାପନ ହେବା ସହ ଯେଉଁମାନେ ଦୁର୍ଘଟଣା ପାଇଁ ଦାୟୀ ଏବଂ ଯେଉଁମାନେ ସତ୍ୟକୁ ଲୁଚାଇଛନ୍ତି, ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ହେବା ଆବଶ୍ୟକ। ଡବଲ ଇଞ୍ଜିନ୍‌ ସରକାରର ଯଦି କିଛି ଭୁଲ୍‌ ନାହିଁ ତେବେ ମୃତ୍ୟୁସଂଖ୍ୟା ଲୁଚାଯାଇଛି କାହିଁକି। ସରକାରଙ୍କ ପ୍ରତି ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନଙ୍କ ଆସ୍ଥା ଫେରାଇଆଣିବା ପାଇଁ ମହାକୁମ୍ଭର ପ୍ରଶାସନ ଓ ପରିଚାଳନା ତୁରନ୍ତ ସେନାକୁ ହସ୍ତାନ୍ତର କରାଯାଉ ବୋଲି ଅଖିଳେଶ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ଏମ୍‌ପି ହେମା ମାଳିନୀ ଏସ୍‌ପି ନେତା ଅଖିଳେଶଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦଳାଚକଟା ସେଭଳି ବଡ଼ ଘଟଣା ନୁହେଁ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ସରକାର ମହାକୁମ୍ଭ ଭଳି ଏତେବଡ଼ କାର୍ଯ୍ୟକ୍ରମକୁ ବହୁତ ଭଲ ଭାବେ ପରିଚାଳନା କରୁଛନ୍ତି। ଦୁର୍ଘଟଣାକୁ ନେଇ ବିରୋଧୀମାନେ ବଢ଼େଇ ଚଢ଼େଇ କହୁଥିତ୍ବା ଭାଜପା ନେତ୍ରୀ ଅଭିଯୋଗ କରିଛନ୍ତି।
ରାଜ୍ୟ ସଭାରେ ଏହି ପ୍ରସଙ୍ଗରେ ବିରୋଧୀ ଆଲୋଚନା ଦାବି କରିଥିଲେ। ମହାକୁମ୍ଭ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିବାବେଳେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ୍‌ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ଦଳାଚକଟାରେ ୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ସେ କହିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ସଂଖ୍ୟାର ପ୍ରମାଣ ଉପସ୍ଥାପନ କରିବାକୁ ଗୃହର ଉପାଧ୍ୟକ୍ଷ ହରିବଂଶ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଉତ ମହାକୁମ୍ଭ ଟ୍ରାଜେଡି ପାଇଁ ଦୁର୍ବଳ ପରିଚାଳନାକୁ ଦାୟୀ କରିଛନ୍ତି। ରାଜନୈତିକ ପ୍ରଚାର ପାଇଁ ଏହା କାର୍ଯ୍ୟକ୍ରମକୁ ବ୍ୟବହାର କରାଯାଉଛି। ଅନ୍ୟ ଦେଶରେ ଏଭଳି ଘଟଣା ଘଟିଥିଲେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥାନ୍ତା ବୋଲି ରାଉତ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୃତ୍ୟୁସଂଖ୍ୟା ୧,୦୦୦ ହେବ ବୋଲି କହିଥିଲେ। ସରକାରଙ୍କ ଅବହେଳା ଏବଂ ସମ୍ବେଦନହୀନତା ଯୋଗୁ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଗଲା ବୋଲି ବିରୋଧୀ ଅଭିଯୋଗ କରିବା ସହ ଏଥିପାଇଁ ସରକାର ନିଜକୁ ଉତ୍ତରଦାୟୀ କରନ୍ତୁ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?