Posted inଜାତୀୟ

ଅଭିଯୋଗ ଆଣିଲେଣି ତେଜସ୍ୱୀ

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ ସେ କହିଛନ୍ତି ବିହାର ଜନତା ମହାମେଣ୍ଟ ସହ ଥିଲେ । ତେଣୁ ଆମେ ପରାଜିତ ହୋଇନୁ । ସେ ପୋଷ୍ଟାଲ ବାଲାଟକୁ ପୁଣିଥରେ ଗଣିବାକୁ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିହାରବାସୀ ମହାମେଣ୍ଟ ସପକ୍ଷରେ ଥିଲେ ହେଲେ ନିର୍ବାଚନ କମିଶନଙ୍କ ଫଳାଫଳ ଏନ୍‌ଡିଏ ସପକ୍ଷରେ ଥିଲା । ଏହା ପ୍ରଥମଥର ନୁହେଁ । ୨୦୧୫ରେ ଯେବେ ମହାମେଣ୍ଟ ହୋଇଥିଲା ସେତେବେଳେ ଭୋଟ ଆମ ସପକ୍ଷରେ ଥିଲା, ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନ ଗାଦି ଦଖଲ କରିବାକୁ ବ୍ୟାକ ଡୋର ଏଣ୍ଟ୍ରି କରିଥିଲା । ନିର୍ବାଚନ କମିଶନଙ୍କ ଦାୟିତ୍ୱ ହେଉଛି ସେ ସମସ୍ତ ପ୍ରାର୍ଥୀଙ୍କ ସନ୍ଦେହ ଦୂର କରନ୍ତୁ । ରିକାଉଣ୍ଟିଂ ନିହାତି ଜରୁରୀ ବୋଲି ତେଜସ୍ୱୀ କହିଛନ୍ତି । ଏହାସହ ଆମକୁ ଦେଖାଇ ରିକାଉଣ୍ଟିଂ କରିବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୫ରେ ନୀତୀଶ କୁମାର ଜନାଦେଶର ଅପମାନ କରିଥିଲେ । ନୀତୀଶଙ୍କୁ ଗାଦିମୋହ ଥିବାରୁ ସେ ଛଳ କପଟ କରି ଏହାକୁ ହାସଲ କରିଛନ୍ତି । ହେଲେ ଜନତାଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ହାରିନୁ ବରଂ ଜିତିଛୁ ତେଣୁ ଆମେ ଧନ୍ୟବାଦ ରାଲି ବାହାର କରିବୁ ଓ ବିହାରବାସୀଙ୍କୁ ଧନ୍ୟବାଦ ଦେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ଲୁଚାଉଛନ୍ତି ପ୍ରଧାନମନ୍ତ୍ରୀ: ଜୟରାମ

କାନପୁର,୧୨।୧୦: କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ଉପରେ ପୁଣିଥରେ ପରଦା ଢାଙ୍କିବାକୁ ଉଦ୍ୟମ କରିଛନ୍ତି। ବାସ୍ତବ କଥା କ’ଣ...

ପରଲୋକରେ ପୂର୍ବତନ ମନ୍ତ୍ରୀ ଜୋସେଫ

ଥିରୁଭାନନ୍ତମପୁରମ,୧୩।୯: କେରଳର ପୂର୍ବତନ ମନ୍ତ୍ରୀ ତଥା ଜନତା ଦଳର ବରିଷ୍ଠ ନେତା ପ୍ରଫେସର ଏନ୍‌ଏମ୍‌ ଜୋସେଫଙ୍କ ପରଲୋକ ଘଟିଛି। ୭୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ...

ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ...

ମହାରାଷ୍ଟ୍ରର ପରବର୍ତ୍ତୀ ବାଚସ୍ପତି କଂଗ୍ରେସରୁ

ପୁଣେ, ୧୧।୭: ମହାରାଷ୍ଟ୍ର ବିଧାନସଭାର ପରବର୍ତ୍ତୀ ବାଚସ୍ପତି କଂଗ୍ରେସ ଦଳରୁ ହେବେ। ଏନେଇ ଶାସକ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ନିଷ୍ପତ୍ତି ନେଇଥିବା ଏନ୍‌ସିପି ଅଧ୍ୟକ୍ଷ ଶରଦ...

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ନୂଆ ଦଳ ଗଢ଼ିବେ ଏକନାଥ: ରଖିବେ ଏହି ନାମ

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜର ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। କୁହାଯାଉଛି,...

ମହାରାଷ୍ଟ୍ରରେ କରୋନା ନେଲାଣି ୩୦୧ ମୁଣ୍ଡ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏବେ ଏହା ଏକ ପ୍ରକାର ଅଣାୟତ୍ତ ହୋଇ ପଡିଲାଣି ବୋଲି କୁହାଯାଉଛି। ପ୍ରତିଦିନ ଏଠାରେ...

ରାତି ୧୦ଟା ପରେ ମହିଳାଙ୍କୁ ଘରେ ପହଞ୍ଚାଇବ ପୋଲିସ

ବେଙ୍ଗାଲୁରୁ,୮।୧୨: କର୍ନାଟକର ଗଦାଗ ପୋଲିସ ଏବେ ମହିଳାମାନଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ଯୋଜନା କରିଛି। ରାତି ୧୦ଟାରୁ ଭୋର ୬ଟା ମଧ୍ୟରେ ଯେଉଁ ମହିଳାମାନେ ବାହାରେ...

Advertisement
Archives

Model This Week