ମହାଭାରତର ଭୀମ ପ୍ରବିଣ କୁମାରଙ୍କ ପରଲୋକ

ମୁମ୍ବାଇ: ବି ଆର୍ ଚୋପ୍ରାଙ୍କ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରୁଥିବା କଳାକାର ପ୍ରବିଣ କୁମାର ସୋବତିଙ୍କର ପରଲୋକ ହୋଇଛି । ସୋମବାର ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବେଶ କିଛିଦିନ ହେବ ସେ ଅସୁସ୍ଥ ରହିବା ସହ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । କେବଳ ଅଭିନୟ ନୁହେଁ ଖେଳ ଜଗତରେ ବି ସେ ଭଲ ପ୍ରଦର୍ଶନ କରିଛନ୍ତି । ପଞ୍ଜାବରେ ଜନ୍ମିତ ପ୍ରବିଣ କୁମାର ବଲିଉଡର କିଛି ମୁଭିରେ ବି ଅଭିନୟ କରିଛନ୍ତି । ଖେଳ ହେଉ ଅବା ଅଭିନୟ ସବୁଥିରେ ସେ ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିଥାଆନ୍ତି । ସେଥିପାଇଁ ମନୋରଞ୍ଜନ ଦୁନିଆରେ ରହିଛି ତାଙ୍କର ଏକ ଭିନ୍ନ ପରିଚୟ । ଅଭିନୟ ପୂର୍ବରୁ ପ୍ରବିଣ କୁମାର ଆଥଲେଟ ଥିଲେ । ସେ ଏସିଆନ ଓ କମନୱେଲ୍‌ଥ ଗେମ୍ସରେ ମେଡାଲ ଜିତି ଦେଶକୁ ଗୌରବ ଆଣି ଦେଇଛନ୍ତି । ଖେଳ ଦୁନିଆରେ ନାଁ କରିବା ପରେ ତାଙ୍କୁ ବିଏସଏଫରେ ଯୋଗ ଦେବାର ଅବସର ମିଳିଥିଲା । ହେଲେ ସେ ଅଭିନୟ ଆଡକୁ ମୁହାଁଇ ଆଉ ପଛକୁ ଫେରି ନ ଥିଲେ । ଫିଠିରେ ଯନ୍ତ୍ରଣା କାରଣରୁ ସେ ଖେଳକୁ ଅଲବିଦା କହି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍‌ ହେଲେ ସ୍ମିଥ୍‌

୯୪ ତମ ଓସ୍କାର ଆୱାର୍ଡ ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌...

ବିମାନବନ୍ଦରରେ ନଜର ଆସିଲେ କରୀନାଙ୍କ ପୂରା ପରିବାର

ମୁମ୍ବାଇ: ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ରବିବାର ନଜର...

ମୁଁ ନିଶ୍ଚିତ ଯେ ଠିକ୍‌ ରାସ୍ତାରେ ଅଛି: ପ୍ରକୃତି ମିଶ୍ର

ଭୁବନେଶ୍ୱର,୨୩।୭: ଗୋଟିଏ ପଟେ ଓଲିଉଡ୍‌ ଅଭିନେତା ବାବୁସାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଥିବା କଥା ପଦାକୁ ଆସିଥିବା ବେଳେ ଅପରପକ୍ଷେ ପରସ୍ପରକୁ ଭଲ...

ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼...

ଦଶ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିବା ପରେ ସମାଲୋଚିତ ହେଉଛନ୍ତି ପିସି: କହିଲେ ତାଙ୍କୁ ଫରକ ପଡ଼େନାହିଁ

ମୁମ୍ବାଇ: ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ ପିସି। ନିକ୍‌ ପ୍ରିୟଙ୍କାଙ୍କଠାରୁ ବୟସରେ ସାନ ହୋଇଥିବା...

ଆଜି ‘ପୁଷ୍ପା ଦ ରାଇଜ’, ‘୮୩’ର ପ୍ରିମିୟର, ଜାଣନ୍ତୁ କେଉଁ ଚ୍ୟାନେଲରେ ଦେଖିବେ…

ମୁମ୍ବାଇ: ୨୦୨୧ ବର୍ଷର ଦୁଇଟି ସୁପରଡୁପର ହିଟ୍‌ ଫିଲ୍ମ ‘ପୁଷ୍ପା ଦ ରାଇଜ’ ଏବଂ ‘୮୩’ଆଜି ଟିଭିରେ ପ୍ରସାରିତ ହେବ। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ...

କିଆରା-ସିଦ୍ଧାର୍ଥଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ସାତ ଜନ୍ମ ପାଇଁ ଜୀବନସାଥି ହୋଇଯାଇଛନ୍ତି । ଏହି ନ୍ୟୁଲି ୱେଡ କପୁଲ...

ମାନବ ସେବା ପାଇଁ ବଲିଉଡ୍‌ ଛାଡିଥିବା ଅଭିନେତ୍ରୀ ଗଲେ ହନିମୁନ୍‌

ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍‌ ଛାଡିଥିଲେ। ମାନବ ସେବା କରିବା ପାଇଁ...

Advertisement
Archives

Model This Week