ବାଫ୍‌ଟାରେ ‘ନୋମାଡ୍‌ଲାଣ୍ଡ’ର ଯାଦୁ

ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍‌ଟିଏ ବା ବାଫ୍‌ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିଛି। ଫିଲ୍ମର ମୁଖ୍ୟ କଳାକାର ଫ୍ରାନ୍‌ସେସ୍‌ ମାକ୍‌ଡରମାଣ୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିବାବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ ପାଇଛନ୍ତି କ୍ଲୋ ଜାଓ। ଏଥିସହ ଏହି ଚଳଚ୍ଚିତ୍ର ସିନେମାଟୋଗ୍ରାଫି ବର୍ଗରେ ମଧ୍ୟ ବିଜେତା ହୋଇଛି। ଚଳିତ ମାସ ଶେଷ ଆଡ଼କୁ ଓସ୍କାର ପୁରସ୍କାର ଘୋଷଣା କରାଯିବାକୁ ଥିବାବେଳେ ‘ନୋମାଡଲାଣ୍ଡ’ ଏହି ବିଜେତା ଦୌଡ଼ରେ ଆଗୁଆ ରହିଛି। ଏମରାଲ୍ଡ ଫେନେଲଙ୍କ #ମି ଟୁ ଡ୍ରାମା ‘ପ୍ରମିଜିଙ୍ଗ୍‌ ୟଙ୍ଗ ଓମ୍ୟାନ’କୁ ସର୍ବଶ୍ରେଷ୍ଠ ବ୍ରିଟିଶ ଫିଲ୍ମ ଘୋଷଣା କରାଯାଇଛି। ହିଟ୍‌ ନେଟ୍‌ଫ୍ଲିକ୍ସ ଡ୍ରାମା ‘ଦି କ୍ରାଉନ୍‌’ କାମିଲା ପାକର୍ମର ବାଉଲ୍‌ସ ଭୂମିକାରେ ଥିବା ଫେନେଲ ସ୍କ୍ରିନ ପ୍ଲେ ବର୍ଗରେ ବିଜେତା ହୋଇଛନ୍ତି। କୌଣସି ବ୍ରିଟିଶ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ପ୍ରଥମ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ରେମି ଓ୍ବିକ୍ସଙ୍କ ‘ହିଜ୍‌ ହାଉସ୍‌’କୁ ଯାଇଛି। ସେହିପରି ଥୋମାନ ଓ୍ବିଣ୍ଟବର୍ଗଙ୍କ ‘ଆନାଦର ରାଉଣ୍ଡ’ ଇଂଲିଶ ଭାଷାରେ ନିର୍ମିତ ହୋଇ ନ ଥିବା ସର୍ବଶ୍ରେଷ୍ଠ ଫିଲ୍ମ ବର୍ଗରେ ପୁରସ୍କୃତ ହୋଇଛି। ଡକ୍ୟୁମେଣ୍ଟାରୀ ଫିଲ୍ମ ବର୍ଗରେ ‘ମାଇ ଅକ୍ଟୋପସ୍‌ ଟିଚର’ ବାଫଟା ପୁରସ୍କାର ହାତେଇଛି। ଆନ୍ଥୋନି ହପ୍‌କିନ୍ସଙ୍କ ‘ଦି ଫାଦର’ ସର୍ବଶ୍ରେଷ୍ଠ ଅଭିନେତା ବର୍ଗରେ ବିଜେତା ଘୋଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଦିନେ ଘର ଛାଡି ପଳାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ତା’ପରେ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହର ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ...

ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ...

୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ

କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର...

ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ

ଇସଲାମାବାଦ,୨୨ା୧: ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ପାକିସ୍ତାନ କଡ଼ା ମୁକାବିଲା କରୁଛି। ଏଠାରେ ଦୈନନ୍ଦିନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଦେଶର...

‘ଗଦ୍ଦର-୨’ର ଫାଷ୍ଟ ଲୁକ୍‌: ଏଥର ହ୍ୟାଣ୍ଡପମ୍ପ ନୁହେଁ ଶଗଡ଼ ଚକ ଉଠାଇଲେ ତାରା ସିଂ

ବମ୍ବେ: ୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦ୍ଦର’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ଏହାର ସିକୁଏଲ୍‌...

ମେକ୍ସିକୋର ସଂସଦରେ ପ୍ରଦର୍ଶିତ ହେଲା ଏଲିଅନଙ୍କ ମମି, ୧୦୦୦ବର୍ଷ ପୁରୁଣା ମମିର ହାତରେ ରହିଛି ୩ଟି ଆଙ୍ଗଠି

ମେକ୍ସିକୋ,୧୩।୯: ଲାଟିନ ଆମେରିକୀୟ ଦେଶ ମେକ୍ସିକୋର ସଂସଦରେ ଅସାଧାରଣ ଓ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମେକ୍ସିକୋ ସଂସଦ ଭିତରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ...

କିଶିଶେ ସହର ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢାଇଲେ କଙ୍ଗୋ ସରକାର

କିଂଶାସା,୬ ।୧୨: କଙ୍ଗୋ ସହର କିଶିଶେରେ ଗତ ସପ୍ତାହରେ ହୋଇଥିବା ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ରୟଟର୍ସର ସୂଚନା ଅନୁଯାୟୀ,...

ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଜରୁରୀ: ଜାତିସଂଘରେ ଭାରତର ଆହ୍ବାନ…

ଜେନେଭା,୨୫।୫ : ସମଗ୍ର ବିଶ୍ୱରେ ଗଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏହାକୁ ଦୂର କରିବା ପାଇଁ ଏକ ସାମୂହିକ ସମାଧାନ ତଥା...

Advertisement
Archives

Model This Week