ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌

ଢେଙ୍କାନାଳ,୪।୧(ରତନ ନାୟାର): ଦୀର୍ଘଦିନ ପ୍ରତୀକ୍ଷାର ଘଟିଛି ଅନ୍ତ। ଶେଷରେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମାନ୍ୟତା। ବୁଧବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଜିଲାବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏହି ଲଡ଼ୁ ପାଇଁ ଦେଶ ବିଦେଶରେ ଢେଙ୍କାନାଳ ଗୌରବ ଅର୍ଜନ କରିବାକୁ ଥିବାରୁ ଆଗାମୀ ଦିନରେ ଏହାର ଅଧିକ ପ୍ରଚାର, ପ୍ରସାର ସହ ଉତ୍ପାଦନ ବୃଦ୍ଧି ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୋଜନା କରାଯାଇଛି। ଜିଆଇ ଟ୍ୟାଗ୍‌ ପାଇଥିବା ମଗଜି ଲଡୁର ଆପ୍ଲିକେଶନ ନମ୍ବର-୭୨୪ ରହିଥିବା ବେଳେ ସାର୍ଟିଫିକେଟ ନମ୍ବର-୫୩୫ ରହିଛି ବୋଲି ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।

ଢେଙ୍କାନାଳର ଏହି ପ୍ରସିଦ୍ଧ ମଗଜି ଲଡୁ ଇତିହାସ ପ୍ରାୟ ୬ଶହ ବର୍ଷ ପୁରୁଣା। ଏପରି କି ଭାଗବତ ଟିକାକାର ଶ୍ରୀଧର ସ୍ବାମୀଙ୍କ କପିଳାସ ପୀଠରେ ରହିବା ସମୟରେ ସେଠାରେ ଚୈତନ୍ୟ ମହାପ୍ରଭୁଙ୍କୁ ମଗଜି ଲଡୁ ଖାଇବାକୁ ଦେଇଥିଲେ ବୋଲି ଇତିହାସ ଓ ଲୋକ କଥାରୁ ଜଣାପଡ଼େ। ଏହି ଲଡ଼ୁ ମଇଁଷି କ୍ଷୀରରୁ ପ୍ରସ୍ତୁତ। ମଇଁଷି କ୍ଷୀର ଛେନାରେ ଚିନି ଓ ଗୁଜୁରାତି ମିଶାଇ ଏହି ଲଡୁ ତିଆରି କରାଯାଏ। ଏଥିରେ ପାଣି ବ୍ୟବହାର କରାଯାଉ ନ ଥିବାରୁ ଏହା ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ଏହାକୁ ପ୍ରସ୍ତୁତ କରାଯାଏ। ଗତ ୭ ଡିସେମ୍ବର ୨୦୨୦ରେ ଢେଙ୍କାନାଳ ସହର ମିନାବଜାରସ୍ଥିତ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦରଖାସ୍ତ (ନମ୍ବର-୭୨୪) ପଞ୍ଜୀକୃତ କରାଯାଇଥିଲା। ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରାଯାଇଥିଲା। ଗତ ୨୦୨୩ ଅଗଷ୍ଟ ୩୧ରେ ଜିଓଗ୍ରାଫିକାଲ ଇଣ୍ଡିକେଶନ ଜର୍ନାଲ (ନଂ. ୧୭୮)ରେ ଏହା ପ୍ରକାଶିତ ହୋଇଥିଲା। ଏହାପରେ ଗତ ୧ ସେପ୍ଟେମ୍ବର ୨୦୨୩ରେ ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ଜିଓଗ୍ରାଫିକାଲ ଇଣ୍ଡିକେଶନ ଜର୍ନାଲରେ ସ୍ଥାନ ପାଇବାର ୩ମାସ ମଧ୍ୟରେ କୌଣସି ଅଭିଯୋଗ ଓ ବିରୋଧ ନ ହେଲେ ଏହାକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରାଯିବ ବୋଲି ସେହି ସମୟରେ ସୂଚନା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି କହିଛନ୍ତି, ବହୁତ ଖୁସି ଲାଗୁଛି। ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଢେଙ୍କାନାଳ ସମଗ୍ର ଦେଶ ଓ ରାଜ୍ୟରେ ଗର୍ବିତ ହୋଇଛି। ୬୦୦ ବର୍ଷର ଏହି ପାରମ୍ପରିକ ମିଠା ଢେଙ୍କାନାଳକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବା ପରେ ଓୟୁଏଟି ଜରିଆରେ ଏହାର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରି ପ୍ରଦର୍ଶିତ କରାଯାଇଥିଲା। ବିଦେଶରେ ଏହାର କିପରି ପ୍ରଚାର ପ୍ରସାର କରାଯିବ ଏବଂ ମଇଁଷି କ୍ଷୀରରୁ ଅଧିକ ଭାବେ ଏହା ପ୍ରସ୍ତୁତ କରାଯିବ ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସମସ୍ତଙ୍କ ସହଯୋଗ ଦରକାର। ଏ ସଂକ୍ରାନ୍ତରେ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ କରିଥିବା ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ସଭାପତି ଜୟ ପ୍ରକାଶ ସାହୁ ଓ ସମ୍ପାଦକ ଜିତେଶ କୁମାର କୋଟକ କହିଛନ୍ତି, ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ଢେଙ୍କାନାଳବାସୀଙ୍କ ପାଇଁ ଗୌରବର ବିଷୟ। ଆଗକୁ ଏହାର କିପରି ଅଧିକ ପ୍ରଚାର ପ୍ରସାର ହେବ ଏବଂ ବ୍ୟବସାୟ ବୃଦ୍ଧି କରାଯିବ, ସେଥିପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri