Posted inଖେଳ

ମାଡ୍ରିଡ ଓପନ ଟେନିସ ଦ୍ୱିତୀୟ ରାଉଣ୍ଡ: ପୁରସ୍କୃତ କରିଥିବା ଖେଳାଳିଙ୍କୁ ଭେଟିବେ ନାଡାଲ

ମାଡ୍ରିଡ, ୫।୫(ଏପି)- କିଛିଦିନ ତଳେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଜଣେ ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ସ୍ପାନିଶ ଗ୍ରେଟ୍‌ ରାଫାଲ ନାଡାଲ। ମାତ୍ର ଏଠାରେ ଚାଲିଥିବା ମାଡ୍ରିଡ ଓପନ ଟେନିସ ଟୁର୍ନାମେଣ୍ଟରେ ସେହି ଖେଳାଳି ଏବେ ନାଡାଲଙ୍କ ପ୍ରତିଦ୍ୱନ୍ଦ୍ୱି। ଉଦୀୟମାନ ଟେନିସ ଖେଳାଳି ଜଣକ ହେଲେ କାର୍ଲୋସ ଆଲକାରେଜ। ୧୭ ବର୍ଷୀୟ ଆଲକାରେଜ ଓ ନାଡାଲଙ୍କ ମଧ୍ୟରେ ଏଠାରେ ଦ୍ୱିତୀୟ ରାଉଣ୍ଡ ମୁକାବିଲା ହେବ। ପ୍ରଥମ ରାଉଣ୍ଡରେ ଆଡ୍ରିଆନୋ ମାନାରିନୋଙ୍କୁ ୬-୪, ୬-୦ ସେଟ୍‌ରେ ହରାଇ ଆଲକାରେଜ ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତାଙ୍କ ବିପକ୍ଷରେ ନିଜ ସ୍ବପ୍ନର ମ୍ୟାଚ ଖେଳିବାକୁ ଯାଉଛନ୍ତି। ବୁଧବାର ଆଲକାରେଜଙ୍କ ଜନ୍ମଦିନ। ସେ ଦିନ ସେ ମ୍ୟାଜିକ ବକ୍ସ ସେଣ୍ଟର କୋର୍ଟରେ ନିଜ ଆଦର୍ଶ ଖେଳାଳି ନାଡାଲଙ୍କ ବିପକ୍ଷରେ ଖେଳିବେ। ”ରାଫାଙ୍କ ବିପକ୍ଷରେ ଖେଳିବା ସ୍ବପ୍ନ ବାସ୍ତବ ରୂପ ନେବାପରି କଥା। ମୁଁ ପିଲା ଦିନରୁ ତାଙ୍କ ବିପକ୍ଷରେ ଖେଳିବାକୁ ଇଚ୍ଛା ରଖିଛି। ୧୮ତମ ଜନ୍ମଦିନ ପାଳନ କରିବାପାଇଁ ଏହାଠାରୁ ଆଉ ବଡ଼ କଥା କିଛି ନାହିଁ“ ବୋଲି ଆଲକାରେଜ କହିଛନ୍ତି। ୨୦୧୮ରେ ପେସାଦାର ଟେନିସ ଜୀବନ ଆରମ୍ଭ କରିଥିବା ଆଲକାରେଜ ଏକ ଓ୍ବାଲ୍ଡ କାର୍ଡ ମାଧ୍ୟମରେ ମାଡ୍ରିଡ ଓପନରେ ଏଣ୍ଟ୍ରି କରିଥିଲେ। ତାଙ୍କୁ ୩୪ ବର୍ଷୀୟ ନାଡାଲଙ୍କର ଉତ୍ତରାଧିକାରୀ ବିବେଚନା କରାଯାଉଛି। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଅବସରରେ ଦୁହେଁ ସାଥିହୋଇ ଅଭ୍ୟାସ କରିଥିଲେ। ସେଠାରେ ଆଲକାରେଜ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଆଗାମୀ ମ୍ୟାଚରୁ ତାଙ୍କୁ ଅନେକ କିଛି ଶିଖିବାକୁ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri