Posted inଜାତୀୟ

ବସ-ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ଜୀବନ ଚାଲିଗଲା

ଭୋପାଳ,୧।୧୦:ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ବସ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଜାତୀୟ ରାଜପଥରେ ଏକ ଡମ୍ପର ସହିତ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଥିଲା। ଗୋହଦ ଚୌରାହ ପୋଲିସ ଷ୍ଟେଶନ ଅଞ୍ଚଳର ଡଗ୍‌ ବିରଖାଡି ନିକଟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବସ ଗ୍ବାଲିଅରରୁ ବରେଲି ଯାଉଥିଲା।
ଦୁର୍ଘଟଣା ସମ୍ପର୍କରେ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ। ୧୩ ଜଣ ଆହତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ହୋଇ ଗ୍ବାଲିଅରକୁ ପଠାଯାଇଛି। ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବରାଜ-ସିନ୍ଧିଆ ଟଣାଓଟରା: ଛିଣ୍ଡୁନି ବିଭାଗ ଭାଗବଣ୍ଟା

ଭୋପାଳ, ୫।୭: ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ...

ପାଶୱାନଙ୍କ କାର୍ଯ୍ୟ ସମ୍ଭାଳିବେ ଗୋୟଲ

ନୂଆଦିଲ୍ଲୀ,୯ ।୧୦: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସେ ଯେଉଁ ଦାୟିତ୍ୱରେ ଥିଲେ ଏବେ ସେହି ଦାୟିତ୍ୱ...

୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ

ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା...

ହିଜାବ କଟକଣା ଉପରେ ଜାରି ହେଲା ନୂଆ ନିର୍ଦ୍ଦେଶ

ବେଙ୍ଗାଲୁରୁ,୧୮।୨: ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ନ ପିନ୍ଧିବାକୁ କର୍ନାଟକ ହାଇକୋର୍ଟ ଦେଇଥିବା ପ୍ରସ୍ତାବ ରାଜ୍ୟର ସମସ୍ତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏ ନେଇ...

ହନିଟ୍ରାପ୍‌ ମାୟାରେ ଯବାନ, ଆଇଏସ୍‌ଆଇ ଏଜେଣ୍ଟ୍‌ଙ୍କୁ ଦେଉଥିଲେ ଗୁପ୍ତ ସୂଚନା…

ପାଟନା,୧୫।୧୧: ପାଟନାରେ ଜଣେ ଭାରତୀୟ ସେନା ଯବାନଙ୍କୁ ହନିଟ୍ରାପ୍‌ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ରାଜଧାନୀର ଖାଗଲ ପୋଲିସ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ...

ତୃତୀୟ ସାମ୍ମୁଖ୍ୟ: ସମୟ ଆସିଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୫: ଆଗାମୀ ଲୋକ ସଭା ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଯୋଜନା ସମ୍ପର୍କରେ ଦଳ ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାପିଚୁପି...

ଏନ୍‌ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ

ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ...

ବଜେଟ ୨୦୨୧-୨୨

ମୁଖ୍ୟାଂଶ ସ୍ବାସ୍ଥ୍ୟ ବଜେଟ ୯୪,୦୦୦ କୋଟିରୁ ୨.୩୮ ଲକ୍ଷ କୋଟିକୁ ବୃଦ୍ଧି ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା କୋଭିଡ୍‌ ଟିକା ପାଇଁ...

Advertisement
Archives

Model This Week