Posted inଜାତୀୟ

କଂଗ୍ରେସରେ ଗଡ୍‌ସେ ଭକ୍ତଙ୍କ ଏଣ୍ଟ୍ରି ପରେ ଉଠିଲା ବିବାଦ

ଭୋପାଳ,୨୬।୨: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ଭକ୍ତ ବାବୁଲାଲ ଚୌରସିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସରେ ବିବାଦ ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ଉପସ୍ଥିତିରେ ଗ୍ବାାଲିୟର କାଉନସିଲର ଏବଂ ଗଡ୍‌ସେଙ୍କ ସମର୍ଥକ ବାବୁଲାଲ ଚୌରାସିଆ କଂଗ୍ରେସରେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଦଳ ଭିତରେ ଏକ ଅଡୁଆ ସୃଷ୍ଟି ହୋଇଛି। କଂଗ୍ରେସର କିଛି ନେତା କମଲ ନାଥଙ୍କୁ ପ୍ରଶ୍ନ କରିଛନ୍ତି। ବାବୁଲାଲ ଚୌରସିଆ ୨୦୧୭ରେ ଗ୍ବାଲିଅରରେ ନାଥୁରାମ ଗଡସେ ମନ୍ଦିର ନିର୍ମାଣ କରିଥିଲେ। ସେ ନିଜକୁ ଜଣେ ଜନ୍ମିତ କଂଗ୍ରେସ କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ଚୌରସିଆ ଦଳରେ ଯୋଗଦେବା ପରେ କଂଗ୍ରେସ ନେତା ମାନକ ଅଗ୍ରୱାଲ କହିଛନ୍ତି ଯେ ଯେଉଁମାନେ ଗଡସେଙ୍କୁ ପୂଜା କରନ୍ତି ସେମାନଙ୍କୁ କଂଗ୍ରେସରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍‌ ନୁହେଁ। ଆମେ ଏହାକୁ ଦୃଢବିରୋଧ କରୁଛୁ। କମଲ ନାଥ ହୁଏତ ସବୁ ବିଷୟରେ ଅବଗତ ନ ଥିବେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ

ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ...

ଲକ୍‌ଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣି ନାହାନ୍ତି ସରକାର

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଏଥିରେ ବିରୋଧି ଲିଖିତ ଭାବେ ପ୍ରଶ୍ନ ପଚାରୁଛନ୍ତି । କରୋନା ସଙ୍କଟ ଓ...

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ

ସୋନିପତ୍‌,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍‌ର ଲିଟିଲ୍‌ ଏଞ୍ଜେଲ୍‌ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍‌ ପୋଲିଂ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି...

ବିଶ୍ୱର କୌଣସି ଶକ୍ତି ଭାରତରୁ ଏକ ଇଞ୍ଚ ଜାଗା ନେଇପାରିବନି: ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୭।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଲେହ ପହଞ୍ଚିଛନ୍ତି। ଏହି ଅବସରରେ ସେ ଭାରତୀୟ ବୀର ଯବାନଙ୍କ ସାହାସ ବୃଦ୍ଧି...

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ...

ଦୋଷୀଙ୍କୁ କାହିଁକି କ୍ଷମା କରିବେ ବୋଲି ପ୍ରଶ୍ନ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨।୩: ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ମୋଡ ବଦଳି ଚାଲିଥିବା ବେଳେ ସୋମବାର ଏହାର ଅନ୍ୟତମ ଦୋଷୀ...

ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ,୯।୯: ପୋଲିସ ଥାନାକୁ ଅପରାଧି ବନ୍ଧା ହୋଇ ଆସିବା ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ ମୁରେନା ସହରର ଓ୍ବାଟର ଓ୍ବାକର୍ସ କଲୋନୀରେ ବାସ କରୁଥିବା ଦୀପକ...

ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍‌ ଏବଂ...

Advertisement
Archives

Model This Week