Posted inଜାତୀୟ

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଫଟୋରେ ସ୍ଥାନୀୟ ଖବରଦାତା ତଥା ୟୁଟ୍ୟୁବରଙ୍କୁ ଚିହ୍ନଟ କରାଯାଇଛି। ମଧ୍ୟପ୍ରଦେଶର ସିଧି ଜିଲାରେ ଗତ ଶନିବାର ଏହି ଘଟଣା ଘଟିଛି। ସ୍ଥାନୀୟ ଭାଜପା ବିଧାୟକଙ୍କ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଉକ୍ତ ଖବରଦାତା ଓ ଅନ୍ୟମାନଙ୍କୁ ପୋଲିସ କର୍ମଚାରୀମାନେ ଗାଳିଦେବା ସହ ମାଡ଼ ମାରିଥିଲେ ଏବଂ ପୋଷାକ ଖୋଲିବାକୁ କହିଥିଲେ। ଖବର ଅନୁଯାୟୀ ଯାତ୍ରା କଳାକାର ନୀରଜ କୁନ୍ଦର ଜାଲ୍‌ ଫେସ୍‌ବୁକ୍‌ ପ୍ରୋଫାଇଲ ବ୍ୟବହାର କରି ସ୍ଥାନୀୟ ଭାଜପା ବିଧାୟକ କେଦାରନାଥ ଶୁକ୍ଳା ଓ ତାଙ୍କ ପୁଅଙ୍କ ବିରୋଧରେ କେତେକ ମନ୍ତବ୍ୟ ଲେଖିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଗିରଫଦାରି ବିରୋଧରେ ବିକ୍ଷୋଭ ଚାଲିଥିବାବେଳେ ଖବର ସଂଗ୍ରହ ଲାଗି କନିଷ୍କ ତିଓ୍ବାରି ଯାଇଥିଲେ। ତାଙ୍କ ସମେତ କ୍ୟାମେରାମ୍ୟାନଙ୍କୁ ଗିରଫ କରାଯାଇଥିଲା। କ’ଣ ପାଇଁ ବିଧାୟକଙ୍କ ବିରୋଧରେ ଖବର ପ୍ରକାଶ କରି ଶାନ୍ତି ଭଙ୍ଗ କରୁଛ ବୋଲି ପୋଲିସ ସେମାନଙ୍କୁ ପଚାରିଥିଲା। ତିଓ୍ବାରିଙ୍କ ସହ ୮ ଜଣଙ୍କୁ ହାଜତରେ ୧୮ ଘଣ୍ଟା ରଖାଯାଇଥିଲା। କୁନ୍ଦରଙ୍କ ଗିରଫଦାରିର ପ୍ରତିବାଦ କରିଥିବା ସାମାଜିକ କର୍ମୀ ଓ ଯାତ୍ରା କଳାକାରମାନଙ୍କୁ ପୋଲିସ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଷେକ ସିଂ ପରିହାର ସେମାନଙ୍କ ଉଲଗ୍ନ ଅବସ୍ଥାର ଫଟୋ ଉଠାଇଥିଲେ। ଖବର ପ୍ରକାଶ କଲେ ଉଲଗ୍ନ କରି ରାସ୍ତାରେ ପରେଡ କରାଇବେ ବୋଲି ସେ ଧମକ ଦେଇଥିବା ତିଓ୍ବାରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?