Posted inଜାତୀୟ

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୋପାଳ,୧୧ ।୯: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ୧୫ ଆସନ ଲାଗି ଶୁକ୍ର୍ରବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିର୍ବାଚନ କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଉପନିର୍ବାଚନର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କଂଗ୍ରେସ କିନ୍ତୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ରାୱେର ଆସନ ପାଇଁ ପ୍ରେମଚନ୍ଦ ଗୁଡ୍ଡୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଗରରୁ ବିପିନ ୱାନଖେଡଙ୍କୁ ଟିକେଟ ମିଳିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାର ୨୩୦ ଆସନ ରହିଛି । ରାଜ୍ୟରେ ୨୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ୨୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟିକୁ ୯ ଆସନରେ ବିଜୟ ଲାଭ କରିବା ଦରକାର । ଯଦି ଭାଜପା ୯ଟି ଆସନରେ ବିଜୟ ଲାଭ କଲା ତେବେ ସେ ୧୧୬ ବହୁମତ ହାସଲ କରିନେବ । ଏବେ ଭାଜପା ନିକଟରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି । ଏପଟେ କଂଗ୍ରେସ ନିକଟରେ ୭୨ ବିଧାୟକଙ୍କ ସମର୍ଥନ ରହିଛି । ଏବେ କଂଗ୍ରେସ ଯେଉଁ ୧୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ସେଥିମଧ୍ୟରୁ ୯ଟି ଆସନ ଏସ୍‌ସି(ସିଡ୍ୟୁଲଡ କାଷ୍ଟ)ଙ୍କ ପାଇଁ ସଂରକ୍ଷିତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri