Posted inଜାତୀୟ

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କଂଗ୍ରେସ ଏମ୍‌ପିଙ୍କ ନିର୍ବାଚନ ତାଲିକା ସାର୍ବଜନୀନ କରାଯାଉ ଚିଠିର ଜବାବ ଦେଇଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ନେତାମାନେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ ସେତେବେଳେ ସେମାନଙ୍କୁ ଭୋଟର ତାଲିକା ଦିଆଯିବ। କଂଗ୍ରେସ ସୂତ୍ର ଅନୁଯାୟୀ, ପ୍ରତ୍ୟେକ ପିସିସି ପ୍ରତିନିଧୀଙ୍କୁ ସେମାନଙ୍କ ଫୋନରେ ଏକ କ୍ୟୁଆର କୋଡ ଦିଆଯିବ ଯାହା ସୂଚାଇ ଦେବ ଯେ ସେମାନେ ପିସିସି ପ୍ରତିନିଧୀ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ଅଧ୍ୟକ୍ଷ ପଦ ପାଇଁ ଭୋଟ ଦେବାର ସେମାନଙ୍କର ଅଧିକାର ଅଛି।

ଏହାପୂର୍ବରୁ ଦଳର ବରିଷ୍ଠ ନେତା ତଥା ଅଧ୍ୟକ୍ଷ ପଦର ସମ୍ଭାବିତ ପ୍ରାର୍ଥୀ ଶଶି ଥରୁରଙ୍କ ସମେତ ପାଞ୍ଚଜଣ ଏମ୍‌ପି ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରିଙ୍କୁ ଏକ ଚିଠି ଲେଖି ଭୋଟର ଏବଂ ପ୍ରାର୍ଥୀଙ୍କୁ ଭୋଟର ତାଲିକା ପ୍ରଦାନ କରିବାକୁ ଦାବି କରିଥିଲେ। କଂଗ୍ରେସ ଏମ୍‌ ପି ମନୀଷ ତେୱାରୀ ମଧ୍ୟ ଏହି ଦାବି କରିସାରିଛନ୍ତି।

କଂଗ୍ରେସ ଦ୍ୱାରା ସ୍ଥିର ହୋଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୪ ସେପ୍ଟେମ୍ବରରୁ ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ନିର୍ବିରୋଧ ନିର୍ବାଚନ ନହେଲେ, ଅକ୍ଟୋବର ୧୭ ରେ ଭୋଟ ଗ୍ରହଣ କରାଯିବ।

ଏମ୍‌ପି ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ୟୁତ ବାରୋଦଲୋଇ ଏବଂ ଅବଦୁଲ ଖାଲିକ କଂଗ୍ରେସ ନିର୍ବାଚନ ପ୍ରାଧିକରଣର ସଭାପତି ମଧୁସୂଦନଙ୍କୁ ଏକ ଚିଠି ଲେଖି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଭୋଟର ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ କଂଗ୍ରେସ ସଂଗଠନର ତାଲିକା ପ୍ରଦାନ କରାଯିବାକୁ ଦାବି କରଥିଲେ । ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ବଚ୍ଛତା ନେଇ ଏହି ପାଞ୍ଚ ଜଣ ଲୋକସଭା ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଏହି ପାଞ୍ଚଜଣ ଏମ୍‌ପି ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା

ନୂଆଦିଲ୍ଲୀ, ୨୨ା୬: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ...

ମୋବାଇଲ୍‌ ଫ୍ଲାଶ୍‌ ଲାଇଟ୍‌ରେ ଅପରେଶନ୍‌ କଲେ ଡାକ୍ତର; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ,୧।୯: ଡାକ୍ତର ଲୋକଙ୍କୁ ବିଭିନ୍ନ ରୋଗ ସମସ୍ୟାରୁ ମୁକ୍ତ କରିଥାନ୍ତି। ତେଣୁ ଡାକ୍ତରଙ୍କୁ କେତେକ ଭଗବାନ ବୋଲି କହିଥାନ୍ତି। ଜଣେ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ...

ନ୍ୟାୟ ପାଇବାରେ ବିଳମ୍ବ ହେଲେ ଜୀବନ ବାଜିରେ ଲଗାଇ ଦେବି: ନବଜୋତ ସିଦ୍ଧୁ

ନୂଆଦିଲ୍ଲୀ,୧।୫: ଭାରତୀୟ କୁସ୍ତି ମହାସଂଘରର ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରେସଲରମାନେ ଦୀର୍ଘ ଏକ ସପ୍ତାହ ଧରି ଧାରଣାରେ ବସିଛନ୍ତି।...

ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗ: ପିଏମଓରେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ...

ଗଞ୍ଜେଇ ଚାଷ କରୁଥିବା ୫ ଡାକ୍ତରୀ ଛାତ୍ର ଗିରଫ

ଶିବମୋଗା, ୨୬ା୬ : କର୍ନାଟକର ଶିବମୋଗାରେ ଗଞ୍ଜେଇ ଚାଷ କରିବା ସହ ଚୋରା କାରବାର କରିବା ଅଭିଯୋଗରେ ୫ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି।...

୧୦୦ ବେଆଇନ ବିଲ୍ଡିଂ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୮: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁପରଟେକ୍‌ କମ୍ପାନୀର ବେଆଇନ ନିର୍ମିତ ଟ୍ବିନ୍‌୍‌ ଟାଓ୍ବାର ରବିବାର ମାଟିରେ ମିଶିବା ପରେ ଏବେ ନୋଏଡା କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳରେ ବେଆଇନ...

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ସାଙ୍ଗ

ବିଦିଶା,୧୨।୯: ପିକ୍‌ନିକ୍‌ ସ୍ପଟ୍‌ରେ ଥିବା ଝରଣାରେ ଗାଧାଉଥିବା ବେଳେ ୩ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲାର...

ଜମ୍ମୁ-କଶ୍ମୀରରେ ମାଗଣା ଫିଲ୍ମ ଦେଖାଇବେ ସରକାର

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ସେଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି...

Advertisement
Archives

Model This Week