ଅଭିନେତା ନୁହେଁ ବରଂ ଜଣେ ଡାକ୍ତରଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ପ୍ରଥମ ଡେଟ୍‌ରେ ଡରିଯାଇ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତାଙ୍କ ସହ କାମ କରିଥିଲେ ସେ, ହେଲେ ମନ ଦେଇଥିଲେ ଜଣେ ଡାକ୍ତରଙ୍କୁ। ଆମେ କଥା ହେଉଛୁ ଚୁଲବୁଲି ମାଧୁରୀ ଦିକ୍ଷୀତଙ୍କ କଥା। ଯେତେବେଳେ ସେ ଜଣେ ଡାକ୍ତରଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଜଣାପଡ଼ିଥିଲା, ପ୍ରଶଂସକ ଚକିତ ହୋଇଯାଇଥିଲେ। ଏକଥାକୁ କେହି ବିଶ୍ୱାସ କରିପାରି ନ ଥିଲେ।

୧୯୯୯ରେ ମାଧୁରୀଙ୍କ କ୍ୟାରିୟର ଶୀର୍ଷରେ ଥିଲା। ହେଲେ ସେ ଅଭିନୟକୁ ଛାଡ଼ି ଆମେରିକାରେ ରହୁଥିବା ଡା. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ନିକଟରେ ଉଭୟଙ୍କ ବିବାହକୁ ୨୨ ବର୍ଷ ପୁରିଛି। ଦୁଇ ପୁଅ ଅରିନ ଏବଂ ରୟାନଙ୍କ ଏବେ ବଡ଼ ହୋଇଗଲେଣି।

ବିବାହ ପୂର୍ବରୁ ଶ୍ରୀରାମ ନେନେଙ୍କୁ ମାଧୁରୀ ଜଣେ ବଡ଼ ଅଭିନେତ୍ରୀ ବୋଲି ଜଣା ନ ଥିଲା। ନିର୍ବନ୍ଧ ଯାଏ ଏପରି ଚାଲିଥିଲା। ବିବାହ ପରେ ମାଧୁରୀ ଆମେରିକା ଚାଲିଯାଇଥିଲେ। ସେଠାରେ ତାଙ୍କୁ ଭେଟିବାକୁ ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଆଦିତ୍ୟ ଚୋପ୍ରାଙ୍କ ଭଳି କଳାକାର ପହଞ୍ଚୁଥିଲେ। ଏହା ଦେଖି ମାଧୁରୀଙ୍କ ଷ୍ଟାରଡମ୍‌ ବିଷୟରେ ଜଣାପଡ଼ିଥିଲା।

ଜଣେ ବନ୍ଧୁଙ୍କ ଯୋଗୁ ଉଭୟେ ପରସ୍ପରକୁ ଭେଟିଥିଲେ। ଏହା ବେଶ ସାଧାରଣ ଥିଲା। ମାଧୁରୀ ଭାରତରେ ରହୁଥିବା ବେଳେ ଶ୍ରୀରାମ ନେନେ ଆମେରିକାରେ ରହୁଥିଲେ। ଏଣୁ ଉଭୟ ଉଭୟଙ୍କୁ ଭେଟିବାକୁ ଦିନ ଗଣୁଥିଲେ। ଏକଦା ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ମାଧୁରୀ ନିଜର ପ୍ରଥମ ଡେଟ୍‌ ବିଷୟରେ କହିଥିଲେ।

ପ୍ରଥମ ଡେଟ୍‌ରେ ମାଧୁରୀଙ୍କୁ ଶ୍ରୀରାମ ମାଉଣ୍ଟେନ୍‌ ବାଇକିଂ ପାଇଁ ନେଇ ଯାଇଥିଲେ। ଏହା ଶୁଣି ମାଧୁରୀ ଡରି ଯାଇଥିଲେ। କାରଣ ତାଙ୍କୁ ପାହାଡ ଉପରେ ବାଇକିଂ କିଭଳି କରିବାକୁ ହୁଏ ଜଣା ନ ଥିଲା। ତଥାପି ସେ ତାହା କରିଥିଲେ। କିଛି ସମୟରେ ଡାକ୍ତର ନେନେ ତାଙ୍କୁ ବେଶ ସାହସୀ ବୋଲି କହିଥିଲେ। ଏହାଛଡ଼ା ତୁମେ ଏହା ପୂର୍ବରୁ କରିଛ କି ବୋଲି ପଚାରିଥିଲେ। ମାଧୁରୀ କହିଥିଲେ ନା। ସେଦିନକୁ ସେ ଆଜି ବି ମନେ ରଖିଥିବା ମାଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍‌ରେ ନେପୋଟିଜିମ୍‌ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି।...

ପୁଣି ପ୍ରେମରେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ପୁଣି ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଲଣ୍ଡନରେ ରହୁଥିବା ମଡେଲ...

ଲୁଚାଛପାରେ ସରିଲାଣି ନିର୍ବନ୍ଧ

ବମ୍ବେ: ଖୁବ୍‌ଶୀଘ୍ର ଖୁସିଖବର ଦେଇପାରନ୍ତି ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। କିଛିଦିନ ଧରି ସେ ଛୋଟ ପରଦାରୁ ଦୂରେଇ ଯାଇ ନିଜର ବ୍ରେକ୍‌କୁ ଉପଭୋଗ କରୁଛନ୍ତି।...

ନାଲି ଶାଢ଼ୀରେ ମରାଠୀ ଲୁକ୍‌ରେ ନଜର ଆସିଲେ ଫାତିମା

ମୁମ୍ବାଇ: ୨୦୧୬ରେ ଫୋଗାଟ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଆମିର ଖାଁଙ୍କ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ’ରେ ଗୀତା ଫୋଗାଟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା...

ରାଗରେ ରୋହିତଙ୍କ ଉପରେ ବୋତଲ ଭାଙ୍ଗିଲେ ଶିଳ୍ପା

ବମ୍ବେ: ରାଗିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ହାତରେ କାଚ ବୋତଲ ଭାଙ୍ଗିଦେଲେ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର...

ତାମିଲ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ଅଭିନେତ୍ରୀ ହେଲେ ଉର୍ବଶୀ: ଗୋଟିଏ ଫିଲ୍ମ ପାଇଁ ନେବେ…

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁନ୍ଦର ଅଭିନୟ ଯୋଗୁ ଏବେ ତାଙ୍କ ହାତରେ ଅନେକ ବଡ଼ ବଡ଼...

୭୧ ବର୍ଷରେ ବି ଚମକୁଛନ୍ତି ହେମାମାଳିନୀ, ଜାଣନ୍ତୁ ସୌନ୍ଦର୍ଯ୍ୟର ରହସ୍ୟ

ବଲିଉଡ୍‌ ଡ୍ରିମ୍‌ଗର୍ଲ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟର ଦିଓ୍ବାନା ଅନେକ ଅଛନ୍ତି। ୭୧ ବର୍ଷରେ ବି ତାଙ୍କ ସ୍କିନ୍‌ ଚକମୁଛି। ଏହା ଦେଖି ତାଙ୍କ ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

୩ ମିନିଟକୁ ୭୫ ଲକ୍ଷ ପାଉଣା ନେଇଥଲେ ଏହି ଶ୍ରୀଲଙ୍କା ସୁନ୍ଦରୀ; ସାମ୍ବାଦିକତା ପରେ ବାଛିଥିଲେ ଅଭିନୟକୁ…

ବମ୍ବେ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ନାଡିସଙ୍କ ଆଜି ହାପି ବର୍ଥ ଡେ। ୨୦୦୯ରେ ଫିଲ୍ମ ‘ଆଲାଦିନ୍‌’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସୁନ୍ଦରୀ ଚେହେରା ସାଙ୍ଗକୁ...

Advertisement
Archives

Model This Week