ବଲିଉଡ୍‌ ତାରକାଙ୍କ ଗୁରୁ ଦିବସ: କିଏ ମା’ଙ୍କୁ ତ କେହିକେହି ଶିକ୍ଷକଙ୍କ ପାଇଁ କହିଛନ୍ତି ଏମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଜଣେ ଜଣେ ଗୁରୁ ଅଛନ୍ତି । ସେ ମା’ ହୁଅନ୍ତୁ କିମ୍ବା ବିଦ୍ୟାଳୟର ଶିକ୍ଷକ, ଜୀବନରେ ଗୁରୁମାନେ ହିଁ ସଠିକ୍‌ ମାର୍ଗ ଦେଖାନ୍ତି। ଏଭଳି ପରିସ୍ଥିତିରେ, ସାଧାରଣ ଲୋକ ହେଉ କିମ୍ବା ଫିଲ୍ମ ତାରକା, ସେପ୍ଟେମ୍ବର ୫ ତାରିଖ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସମସ୍ତେ ସେମାନଙ୍କର ଗୁରୁମାନଙ୍କୁ ମନେ ପକାଇଥାନ୍ତି। ବଲିଉଡ ତାରକା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସେମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ନିଜ ଗୁରୁଙ୍କୁ ମନେ ପକାଇଛନ୍ତି। କେହି କେହି ମା’ଙ୍କୁ ତ ଆଉ କିଏ ଶିକ୍ଷକଙ୍କୁ ପ୍ରଥମ ଗୁରୁ ବୋଲି କହିଛନ୍ତି। ତେବେ ଜାଣନ୍ତୁ ଆପଣଙ୍କର ପ୍ରିୟ ବଲିଉଡ ତାରକାମାନେ ଗୁରୁ ଦିବସରେ କେଉଁ ବାର୍ତ୍ତା ଦେଇଛନ୍ତି।

ମାଧୁରୀ ଦୀକ୍ଷିତ

ଶିକ୍ଷକ ଦିବସ ଅବସରରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ମାଧୁରୀ ତାଙ୍କର ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି। ମାଧୁରୀ ଲେଖିଛନ୍ତି ଯେ ‘ଆଜି ଏହି ବିଶେଷ ଦିନରେ ମୁଁ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋତେ ଅନେକ ଗୁରୁତ୍ୱପୂର୍ଣ୍ଣ ଜୀବନ ଶିକ୍ଷା ଦେଇଛନ୍ତି। ଆସନ୍ତୁ ସମସ୍ତେ ଏକାଠି ଆମର ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବା।

ଇଶା ଦେଓଲ

ଅଭିନେତ୍ରୀ ଇଶା ଦେଓଲ ଏହି ବିଶେଷ ଦିନକୁ ତାଙ୍କ ମା’ ହେମା ମଳିିନୀଙ୍କୁ ଉତ୍ସର୍ଗ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘କୁନି ନୃତ୍ୟଶିଳ୍ପୀଙ୍କ ପ୍ରଥମ ସୋପାନରୁ ଆଜି
ଏକ ମା’ ରୂପରେ ଯାହାବି ହୋଇଛି, ଏହା କେବଳ ତୁମ ପାଇଁ। ମୁଁ ତୁମଠାରୁ ଜ୍ଞାନ, ନୈତିକତା ଏବଂ ଅନୁଶାସନ ଶିଖିଛି। ତାହା ମୋ ପାଇଁ ପାଇଁ ସର୍ବଦା ଆଶୀର୍ବାଦ ହେବେ। ମୋ ମା’ ମୋର ପ୍ରଥମ ଗୁରୁ।

ତାପସୀ ପନ୍ନୁ
ତାପସୀ ପନ୍ନୁଙ୍କ ପାଇଁ ତାଙ୍କ ପ୍ରଥମ ଗୁରୁ ହେଉଛନ୍ତି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନୌଶିନ। ପୋଷ୍ଟକୁ ଶେୟାର କରି ତାପସୀ ଲେଖିଛନ୍ତି, ଯେ ପ୍ରତ୍ୟେକ ଦୃଢ଼ ଖେଳାଳିଙ୍କ ପଛରେ ଜଣେ ନିର୍ଭୀକ ପ୍ରଶିକ୍ଷକ ହାତ ଥାଏ । ମୋ ଭିତରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବାରୁ ନୌଶିନଙ୍କୁ ଧନ୍ୟବାଦ ।

କିଆରା ଆଡଭାନୀ
ଅଭିନେତ୍ରୀ କିଆରା ଆଡଭାନୀ ଲେଖିଛନ୍ତି, ‘ସମସ୍ତ ଶିକ୍ଷକମାନଙ୍କୁ ଗୁରୁ ଦିବସ ଶୁଭେଚ୍ଛା, ଯେଉଁମାନେ ମୋତେ ସର୍ବଦା ପ୍ରେରଣା ଦେଇଛନ୍ତି। ଆଜି ମୁଁ ଯାହା ହୋଇଛି କେବଳ ତାଙ୍କ ପାଇଁ ।

ସୁନୀଲ ଶେଟ୍ଟୀ
ଲେଖିଛନ୍ତି, ‘ମୋତେ ଶିକ୍ଷା ଦେଇଥିବା ସମସ୍ତ ଗୁରୁଙ୍କୁ ଅଶେଷ ଧନ୍ୟବାଦ। ପ୍ରତ୍ୟେକ ଦିନ ମୋ ପାଇଁ ଶିକ୍ଷକ ଦିବସ ହୋଇଥିବାବେଳେ ଆସନ୍ତୁ ଆଜି ଶିକ୍ଷକମାନଙ୍କୁ ଧନ୍ୟବାଦ ଓ ନମସ୍କାର କରିବା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା।...

୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍‌ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…

ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ...

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ...

ଇଶାନଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ

ମୁମ୍ବାଇ: ‘ଫୋନ ଭୁତ’ ଅଭିନେତା ଇଶାନ ଖଟ୍ଟର ବଲିଉଡ ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ପାରି ନାହାନ୍ତି ସତ। ହେଲେ ତାଙ୍କ ଅଭିନୟର ଖୁବ୍‌ ପ୍ରଶଂସା କରାଯାଇଛି।...

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ...

ବନ୍ଦ ହେବ କପିଲ ଶର୍ମା ଶୋ’!

ମୁମ୍ବାଇ: ନିଜ କମେଡି ଜରିଆରେ ଦର୍ଶକଙ୍କ ଦିଲରେ ରାଜ କରୁଥିବା ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ଅଫ ହେବାକୁ ଯାଉଛି। କପିଲ...

ଏହି ଅଭିନେତ୍ରୀଙ୍କୁ ପସନ୍ଦ କରି ନ ଥିଲେ ଶାଶୁ, ଧକ୍କା ମାରି ଘରୁ ତଡ଼ି ଦେଇଥିଲେ

ବି-ଟାଉନ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯିଏ ରିଲ୍‌ ଲାଇଫ୍‌ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିଛି ଯୋଡ଼ିଙ୍କ ସମ୍ପର୍କ ଅଧାରୁ ଭାଙ୍ଗି...

ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…

ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ...

Advertisement
Archives

Model This Week