ବଲିଉଡ୍‌ ତାରକାଙ୍କ ଗୁରୁ ଦିବସ: କିଏ ମା’ଙ୍କୁ ତ କେହିକେହି ଶିକ୍ଷକଙ୍କ ପାଇଁ କହିଛନ୍ତି ଏମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଜଣେ ଜଣେ ଗୁରୁ ଅଛନ୍ତି । ସେ ମା’ ହୁଅନ୍ତୁ କିମ୍ବା ବିଦ୍ୟାଳୟର ଶିକ୍ଷକ, ଜୀବନରେ ଗୁରୁମାନେ ହିଁ ସଠିକ୍‌ ମାର୍ଗ ଦେଖାନ୍ତି। ଏଭଳି ପରିସ୍ଥିତିରେ, ସାଧାରଣ ଲୋକ ହେଉ କିମ୍ବା ଫିଲ୍ମ ତାରକା, ସେପ୍ଟେମ୍ବର ୫ ତାରିଖ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସମସ୍ତେ ସେମାନଙ୍କର ଗୁରୁମାନଙ୍କୁ ମନେ ପକାଇଥାନ୍ତି। ବଲିଉଡ ତାରକା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସେମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ନିଜ ଗୁରୁଙ୍କୁ ମନେ ପକାଇଛନ୍ତି। କେହି କେହି ମା’ଙ୍କୁ ତ ଆଉ କିଏ ଶିକ୍ଷକଙ୍କୁ ପ୍ରଥମ ଗୁରୁ ବୋଲି କହିଛନ୍ତି। ତେବେ ଜାଣନ୍ତୁ ଆପଣଙ୍କର ପ୍ରିୟ ବଲିଉଡ ତାରକାମାନେ ଗୁରୁ ଦିବସରେ କେଉଁ ବାର୍ତ୍ତା ଦେଇଛନ୍ତି।

ମାଧୁରୀ ଦୀକ୍ଷିତ

ଶିକ୍ଷକ ଦିବସ ଅବସରରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ମାଧୁରୀ ତାଙ୍କର ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି। ମାଧୁରୀ ଲେଖିଛନ୍ତି ଯେ ‘ଆଜି ଏହି ବିଶେଷ ଦିନରେ ମୁଁ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋତେ ଅନେକ ଗୁରୁତ୍ୱପୂର୍ଣ୍ଣ ଜୀବନ ଶିକ୍ଷା ଦେଇଛନ୍ତି। ଆସନ୍ତୁ ସମସ୍ତେ ଏକାଠି ଆମର ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବା।

ଇଶା ଦେଓଲ

ଅଭିନେତ୍ରୀ ଇଶା ଦେଓଲ ଏହି ବିଶେଷ ଦିନକୁ ତାଙ୍କ ମା’ ହେମା ମଳିିନୀଙ୍କୁ ଉତ୍ସର୍ଗ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘କୁନି ନୃତ୍ୟଶିଳ୍ପୀଙ୍କ ପ୍ରଥମ ସୋପାନରୁ ଆଜି
ଏକ ମା’ ରୂପରେ ଯାହାବି ହୋଇଛି, ଏହା କେବଳ ତୁମ ପାଇଁ। ମୁଁ ତୁମଠାରୁ ଜ୍ଞାନ, ନୈତିକତା ଏବଂ ଅନୁଶାସନ ଶିଖିଛି। ତାହା ମୋ ପାଇଁ ପାଇଁ ସର୍ବଦା ଆଶୀର୍ବାଦ ହେବେ। ମୋ ମା’ ମୋର ପ୍ରଥମ ଗୁରୁ।

ତାପସୀ ପନ୍ନୁ
ତାପସୀ ପନ୍ନୁଙ୍କ ପାଇଁ ତାଙ୍କ ପ୍ରଥମ ଗୁରୁ ହେଉଛନ୍ତି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନୌଶିନ। ପୋଷ୍ଟକୁ ଶେୟାର କରି ତାପସୀ ଲେଖିଛନ୍ତି, ଯେ ପ୍ରତ୍ୟେକ ଦୃଢ଼ ଖେଳାଳିଙ୍କ ପଛରେ ଜଣେ ନିର୍ଭୀକ ପ୍ରଶିକ୍ଷକ ହାତ ଥାଏ । ମୋ ଭିତରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବାରୁ ନୌଶିନଙ୍କୁ ଧନ୍ୟବାଦ ।

କିଆରା ଆଡଭାନୀ
ଅଭିନେତ୍ରୀ କିଆରା ଆଡଭାନୀ ଲେଖିଛନ୍ତି, ‘ସମସ୍ତ ଶିକ୍ଷକମାନଙ୍କୁ ଗୁରୁ ଦିବସ ଶୁଭେଚ୍ଛା, ଯେଉଁମାନେ ମୋତେ ସର୍ବଦା ପ୍ରେରଣା ଦେଇଛନ୍ତି। ଆଜି ମୁଁ ଯାହା ହୋଇଛି କେବଳ ତାଙ୍କ ପାଇଁ ।

ସୁନୀଲ ଶେଟ୍ଟୀ
ଲେଖିଛନ୍ତି, ‘ମୋତେ ଶିକ୍ଷା ଦେଇଥିବା ସମସ୍ତ ଗୁରୁଙ୍କୁ ଅଶେଷ ଧନ୍ୟବାଦ। ପ୍ରତ୍ୟେକ ଦିନ ମୋ ପାଇଁ ଶିକ୍ଷକ ଦିବସ ହୋଇଥିବାବେଳେ ଆସନ୍ତୁ ଆଜି ଶିକ୍ଷକମାନଙ୍କୁ ଧନ୍ୟବାଦ ଓ ନମସ୍କାର କରିବା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?