ମଧୁବାବୁ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ତତ୍‌କାଳୀନ ନେତୃବର୍ଗଙ୍କ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭାବନା ଆସି ନ ଥିବାବେଳେ ଉତ୍କଳ ଗୌରବ ମଧୁସୂଦନ ଭାଷାଭିତ୍ତିକ ରାଜ୍ୟ ଗଠନର ଆଭିମୁଖ୍ୟ ଗ୍ରହଣ କରି ଇତିହାସ ସୃଷ୍ଟି କରିଥିଲେ। ଓଡ଼ିଆ ଜାତୀୟତା ଓ ସ୍ବାଭିମାନର କାଣ୍ଡାରୀ ଭାବରେ ମଧୁବାବୁଙ୍କ ଭୂମିକା ଓଡ଼ିଆ ଜାତିର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ବୋଲି ପ୍ରଧାନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବୁଧବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ୫୫ତମ ‘ସଂସ୍କୃତି ଚର୍ଚ୍ଚା’ରେ ପାଣିଗ୍ରାହୀ ଯୋଗଦେଇ ‘ମଧୁବାବୁ: ଓଡ଼ିଆ ସଂସ୍କୃତି, ସ୍ବାଭିମାନ ଓ ଜାତୀୟତା’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ମଧୁବାବୁ ବାଲ୍ୟକାଳରୁ ତାଙ୍କ ପ୍ରପିତାମହ, ମାତାମହୀ ଓ ସ୍ନେହମୟୀ ଜନନୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ପରବର୍ତ୍ତୀ ଜୀବନରେ ନୂତନ ଇଲାକାର ସନ୍ଧାନରେ ଯାଇ ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିଲେ। ସାଧୁତା, ସମ୍ମାନ ଓ ସ୍ବାଭିମାନର ସହିତ ଓଡ଼ିଆ ଜାତିର ଆତ୍ମପରିଚିତି ସୁଦୃଢ଼ କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ। ୧୯୩୨ରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଖବର ତାଙ୍କୁ ସବୁଠୁ ଖସି ଦେଇଥିଲା। ମୃତ୍ୟୁଶଯ୍ୟାରେ ସେ ତାଙ୍କ ଶେଷ ବାର୍ତ୍ତାରେ କହିଥିଲେ-‘ମନେ ରଖିଥିବ ଜଣେ ଓଡ଼ିଆ ଥିଲା। ତାଙ୍କ ଶବ ଶୋଭାଯାତ୍ରା ଅଦ୍ଭୂତପୂର୍ବ ଥିଲା।’ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବିସ୍ମରଣୀୟ ଭୂମିକା ରହିଥିବାବେଳେ ମଧୁବାବୁ ଶତାବ୍ଦୀର ସୂର୍ଯ୍ୟ ଭାବରେ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ ବୋଲି ପାଣିଗ୍ରାହୀ କହିଥିଲେ।
ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମଧୁବାବୁ ଇଂଲିଶ ଓ ବଙ୍ଗଳା କହୁଥିଲେ ମଧ୍ୟ ଓଡ଼ିଆ ଭାଷାର ଦୃଢ଼ ସମର୍ଥକ ଥିଲେ। ଓଡ଼ିଆ ଲିପି ସମ୍ପର୍କରେ ସେ ଚମତ୍କାର ବକ୍ତୃତା ଦେଇଥିଲେ। ଓଡ଼ିଆରେ ଲିଖିତ ତାଙ୍କ ସାର୍ଥକ ଉଦ୍‌ବୋଧନଭିତ୍ତିକ କବିତାଗୁଡ଼ିକ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ। ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରି କହିଲେ, ଊନବିଂଶ ଶତାବ୍ଦୀର ଓଡ଼ିଶା ତତ୍‌କାଳନୀ ରାଜନୈତିକ-ଅର୍ଥନୈତିକ ପରିସ୍ଥିତି, ଉତ୍କଳ ସମ୍ମିଳନୀର ନେତୃତ୍ବ ସହିତ ଓଡ଼ିଶାରେ ନବ ଜାଗରଣର ଅଭ୍ୟୁଦୟ, ଓଡ଼ିଶାର ଅର୍ଥନୈତିକ-ସାଂସ୍କୃତିକ ପ୍ରଗତିର ଇତିହାସ ନିର୍ମାଣରେ ତାଙ୍କ ଅପାସୋରା ସ୍ବାକ୍ଷର ତାଙ୍କୁ ଓଡ଼ିଶା ଇତିହାସର ପ୍ରଣମ୍ୟ ପୁରୁଷ ଭାବେ ସ୍ମରଣୀୟ କରି ରଖିଛି। ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ ସୁଲେମାନ୍‌ ଅଲ୍ଲୀ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କ ପରଲୋକରେ
ନିରବ ପ୍ରାର୍ଥନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?