Posted inଫୁରସତ

‘ମୋଦି’ ମେଣ୍ଢାକୁ ୭୦ ଲକ୍ଷରେ କିଣିବାକୁ ଲୋକେ ରାଜି, ମାଲିକ ଦେଢ଼ କୋଟି ପର୍ଯ୍ୟନ୍ତ ବଢ଼ାଇଲେ ଦାମ୍‌

ପୁଣେ,୧୩।୧୨: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଭଲ ଗୁଣବତ୍ତା ମାଂସ ପାଇଁ ପ୍ରସିଦ୍ଧ ‘ମାଡାଗୟାଲ’ ପ୍ରଜାତିର ଏକ ମେଣ୍ଢା ୭୦ ଲକ୍ଷ ଟଙ୍କାରେ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ମେଣ୍ଢା ମାଲିକ ଏହାକୁ ବିକ୍ରୟ କରିବାକୁ ମନା କରିଦେଇଥିଲେ ଏବଂ ଏହାର ମୂଲ୍ୟ ୧.୫ କୋଟି ଟଙ୍କା ଦାବି କରିଥିଲେ। ସାଙ୍ଗଲିର ଜାଟ ତହସିଲରେ ମାଡାଗିଆଲ ପ୍ରଜାତିର ମେଣ୍ଢା ମିଳିଥାଏ ଏବଂ ସେଗୁଡିକ ଅନ୍ୟ ପ୍ରଜାତି ଅପେକ୍ଷା ଆକାରରେ ବଡ଼। ଏହି ପ୍ରଜାତିର ମେଣ୍ଢାଙ୍କ ବଜାରରେ ଚାହିଦା ଅଧିକ। ସାଙ୍ଗଲିର ଅଟପାଡି ତହସିଲର ମେଷପାଳକ ବାବୁ ମେଟକାରିଙ୍କର ୨୦୦ ମେଣ୍ଢା ଅଛନ୍ତି। ଏକ ମେଳାରେ ଜଣେ ବ୍ୟକ୍ତି ବାବୁଙ୍କଠାରୁ ୭୦ ଲକ୍ଷ ଟଙ୍କାରେ ଗୋଟିଏ ମେଣ୍ଢା କିଣିବାକୁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ଅଧିକ ମୂଲ୍ୟ ସତ୍ତ୍ୱେ ସେ ଏହାକୁ ବିକ୍ରି କରି ନ ଥିଲେ। ବାବୁ କହିଛନ୍ତି, ଏହି ମେଣ୍ଢାର ପ୍ରକୃତ ନାମ ହେଉଛି ସରଜା। ଲୋକମାନେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିବା ଆରମ୍ଭ କଲେ, ତେଣୁ ଏହାର ନାମ ହେଲା ‘ମୋଦି’। ଲୋକମାନେ କହିଛନ୍ତି ଯେ ମୋଦି ଯେପରି ସମସ୍ତ ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ, ସେହିଭଳି ସରଜାଙ୍କୁ ଯେକୌଣସି ମେଳା କିମ୍ବା ବଜାରକୁ ନିଆଯାଇଥିଲା, ସେଠାରେ ସେ ନିଜ କରିସ୍ମା ଦେଖାଇଥିଲା। ବାବୁ କହିଛନ୍ତି ଯେ, ସରଜା ତାଙ୍କ ପରିବାର ପାଇଁ ‘ଶୁଭ’, ତେଣୁ ସେ ଏହାକୁ ବିକ୍ରୟ କରିବାକୁ ଚାହୁଁନାହାନ୍ତି। ସେ କହିଛନ୍ତି, ମୁଁ ଏହାକୁ ୭୦ ଲକ୍ଷ ଟଙ୍କାରେ ବିକିଲି ନାହିଁ, ସେ ଜିଦ୍‌ କରିବାରୁ ଏହାର ମୂଲ୍ୟ ୧.୫୦ କୋଟିକୁ ଆଣିଲି। କାରଣ ମୁଁ ଜାଣେ, ମେଣ୍ଢା ପାଇଁ ଏତେ ପରିମାଣର ଟଙ୍କା କେହି ଦେବେ ନାହିଁ। ସେ ଦାବି କରିଛନ୍ତି, ଆମେ ଦୁଇ-ତିନି ପିଢି ହେବ ପଶୁପାଳନ ବ୍ୟବସାୟରେ ରହିଛୁ, କିନ୍ତୁ ଗତ ଦୁଇ ବର୍ଷ ଧରି ସରଜା କାରଣରୁ ଆମେ ଉପକୃତ ହୋଇଛୁ। ଏହି ପ୍ରଜାତିର ମେଣ୍ଢା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ବିଲେଇଙ୍କ ମଧ୍ୟରେ  ଫଶି ଯାଇଥିଲେ ପକ୍ଷୀ:  ଆଖି ପିଛୁଳାକେ ବଞ୍ଚାଇଲେ ଜୀବନ, ଭିଡିଓ ଦେଖିଲେ..

ପକ୍ଷୀମାନେ ବିପଦ ଆସିଲେ  ସତର୍କ ହୋଇଯାନ୍ତି। ଏହାକୁ ଅଧିକ ସାହାସର ସହିତ ସାମ୍ନା କରନ୍ତି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି।  ଯେଉଁଥିରେ...

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ...

୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି...

ରାସ୍ତା କଡରେ ବର୍ଷ ବର୍ଷ ଧରି ବନ୍ଦ ଥିବା ଘର ଖୋଲିବାରୁ ଶୁଭିଲା ଏମିତି ଶବ୍ଦ, ଲୋକେ ଆଶ୍ଚର୍ଯ୍ୟ

ଲଣ୍ଡନ: ଆଜିକାଲି, ଅନେକ ସହରୀ ଅନୁସନ୍ଧାନକାରୀ ସୋସିଆଲ ମିଡିଆରେ ସେମାନଙ୍କର କାହାଣୀ ଶେୟାର କରୁଛନ୍ତି। ଏହି ଲୋକମାନେ ଏପରି ସ୍ଥାନକୁ ଯାଆନ୍ତି ଯେଉଁଠାରେ ଅନେକ ବର୍ଷ...

ବିବାହ ଦିନ ବରକୁ ହେଲା ଡେଙ୍ଗୁ, ବିନା ବ୍ୟାଣ୍ଡ ବାଜାରେ ହସ୍ପିଟାଲରେ ହେଲା ବିବାହ

ସମସ୍ତେ ବଡ ଆଡମ୍ବନା ସହିତ ବିବାହ କରିବାର ସ୍ବପ୍ନ ଦେଖନ୍ତି। କିନ୍ତୁ ବେଳେବେଳେ ଏଭଳି କିଛି ଘଟେ ଯେଉଁଥିପାଇଁ ସମସ୍ତ ଆଶା ମଧ୍ୟ ମରିଯାଏ। ଆଜିକାଲି...

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri