ବହୁମତ ହରାଇଲେ ମାକ୍‌ରଁ

ପ୍ୟାରିସ୍‌,୨୧॥୬: ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବାର ୨ ମାସ ପୂରି ନ ଥିବାବେଳେ ଇମାନୁଏଲ୍‌ ମାକ୍‌ରଁଙ୍କୁ ବଡ଼ ଝଟକା ଲାଗିଛି। ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମାକ୍‌ରଁ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି। ସରକାର ଚଳାଇବା ପାଇଁ ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ମାକ୍‌ରଁ ନିମ୍ନସଦନରୁ ନିୟନ୍ତ୍ରଣ ହରାଇଛନ୍ତି। ମାକ୍‌ରଁଙ୍କ ‘ଟୁଗେଦର’ ମେଣ୍ଟ ନ୍ୟାଶନାଲ ଆସେମ୍ବ୍ଲିର ୫୭୭ ଆସନରୁ ୨୪୫ ସିଟ୍‌ ପାଇଛି, ଯାହା କି ମ୍ୟାଜିକ୍‌ ନମ୍ବର ୨୮୯ରୁ କମ୍‌। ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀଙ୍କ ମେଣ୍ଟକୁ ବଡ଼ ଧରଣର ସଫଳତା ମିଳିଥିବାରୁ ମାକ୍‌ରଁ ବହୁମତ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିନ୍‌-ଲୁସ୍‌ ମେଲେନ୍‌ଚୋନଙ୍କ ନେତୃତ୍ୱରେ ବାମପନ୍ଥୀ ମେଣ୍ଟ ‘ନ୍ୟୁପ୍‌ସ’ ୧୩୧ ଆସନ ଜିତି ଥିବାବେଳେ ମରିନ୍‌ ଲି ପେନ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣପନ୍ଥୀ ଦଳ ନ୍ୟାଶନାଲ ରାଲି ଐତିହାସିକ ଭାବେ ୮୯ ଆସନରେ ବିଜୟୀ ହୋଇଛି। ନିର୍ବାଚନରେ ମାତ୍ର ୪୬.୨୩% ଭୋଟର ମତଦାନ କରିଥିବାବେଳେ ୫୩.୭୭% ଭୋଟ ଦେବାରୁ ବିରତ ରହିଥିଲେ।
ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଏବେ ଅନ୍ୟ ଦଳ ସହ ମେଣ୍ଟ କରିବା ଜରୁରୀ ହୋଇପଡ଼ିଛି। ୬୪ ଆସନ ଜିତିଥିବା ରିପବ୍ଲିକାନ୍‌ସ (ଏଲ୍‌ଆର୍‌) ସହ ମେଣ୍ଟ କରିବା ବିକଳ୍ପ ରହିଛି। ତେବେ ମେଣ୍ଟ ପାଇଁ ଏହି ଦଳ ଆଗ୍ରହୀ ନ ଥିବାରୁ ତାହା ମଧ୍ୟ କଷ୍ଟକର। ରାଷ୍ଟ୍ରପତି ନିର୍ବାଚନବେଳେ ମାକ୍‌ରଁ ଟିକସ ହ୍ରାସ, କର୍ମଚାରୀଙ୍କ ଅବସର ସୀମା ୬୨ରୁ ୬୫କୁ ବୃଦ୍ଧି, ମୁଦ୍ରାସ୍ଫୀତି କମାଇବା, ପେନ୍‌ସନ ବୟସ ୬୦କୁ ହ୍ରାସ ଆଦି ସହ ଅନେକ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିମ୍ନସଦନରେ ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ଏହା ତାଙ୍କ ପକ୍ଷେ ସହଜ ହେବନାହିଁ। କୌଣସି ନିଷ୍ପତ୍ତିକୁ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସ୍ବାଧୀନ ଭାବେ ନେଇପାରିବେ ନାହିଁ। କାରଣ ଏଥିପାଇଁ ତାଙ୍କୁ ନ୍ୟାଶନାଲ ଆସେମ୍ବ୍ଲିରେ ସମର୍ଥନ ଆବଶ୍ୟକ ପଡ଼ିବ। ତେବେ ବହୁମତ ହାସଲ ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏଲିଜାବେଥ୍‌ ବର୍ନ କହିଛନ୍ତି। ଅନ୍ୟପକ୍ଷରେ ମେଲେନ୍‌ଚୋନ୍‌ଙ୍କ ମେଣ୍ଟ ଏହି ସଫଳତା ପାଇଁ ଉତ୍ସବ ମନାଇଛନ୍ତି। ମରିନ୍‌ ଲି ପେନ୍‌ଙ୍କ ଦଳ ନ୍ୟାଶନାଲ ରାଲି ଗତ ଥର ମାତ୍ର ୮ ଆସନ ପାଇଥିବାବେଳେ ଏବେ ୮୯ ଆସନ ଜିତି ରେକର୍ଡ କରିଛି। ଦେଖିବାକୁ ଗଲେ ନ୍ୟାଶନାଲ ରାଲି ଏକାକୀ ଏତେ ଆସନ ଜିତି ଦ୍ୱିତୀୟ ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଛି। ଗତ ଏପ୍ରିଲରେ ଅନୁଷ୍ଠିତ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନରେ ମାକ୍‌ରଁ ଓ ଲି ପେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ମାକ୍‌ରଁ ବାଜି ଜିତି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?