ରୋଜଗାର ଟଙ୍କାରେ ସିଲେଇ ମେଶିନ କିଣା ହୋଇଥିଲା

କଟକରେ ମୋର ଜନ୍ମ ହୋଇଥିଲେ ହେଁ ମା’ ଯେହେତୁ ଶିକ୍ଷୟିତ୍ରୀ ଥିଲେ ତେଣୁ ମୋ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ସୁନ୍ଦରଗଡ଼ ସେଣ୍ଟ ମେରି ଗାଲର୍‌ସ ହାଇସ୍କୁଲରେ ଅଷ୍ଟମରେ ପଢ଼ିଲାବେଳେ ମୋତେ ସପ୍ତମ ଶ୍ରେଣୀର ମେରିଟ୍‌ ସ୍କଲାରଶିପ୍‌ ମିଳିଲା। ଛୋଟପିଲା ହୋଇଥିବାରୁ ସ୍କଲାରଶିପ୍‌ ଟଙ୍କାଟିକୁ ମା’ ରିସିଭ୍‌ କରିଥିଲେ। ଏପରିକି କେତେ ଟଙ୍କା ମିଳିଥିଲା ସେ କଥା ବି ମୁଁ ଜାଣି ନ ଥିଲି। ଖାଲି ଏତିକି ଜାଣିଥିଲି, କିଛିଦିନ ପରେ ମା’ ଗୋଟିଏ ହାତ ସିଲେଇ ମେଶିନ ଘରକୁ ଆଣିଥିଲେ ଆଉ ସମସ୍ତଙ୍କୁ କହିଥିଲେ, ଏଇ ମେଶିନଟା ସ୍ବପ୍ନାର ରୋଜଗାର ଟଙ୍କାରେ କିଣା ହୋଇଛି ବୋଲି। ପ୍ରଥମ ଥର ପାଇଁ ରୋଜଗାର ଶବ୍ଦ ସହ ସେଦିନ ପରିଚିତ ହେଲି ଆଉ ଏହି ଶବ୍ଦଟି ଗୋଟିଏ ଆନନ୍ଦ ତଥା ଗର୍ବ, ଗୌରବର ବିଷୟ ବୋଲି ମୁଁ ସେ ଦିନଠୁ ଭାବିନେଲି। ଆଜିବି ସେହି ମେଶିନଟି ମୋ ପାଖେ ସୁରକ୍ଷିତ ଅବସ୍ଥାରେ ଅଛି, ଆଉ ମୋର ସେହି ପୁରୁଣା ସ୍ମୃତିକୁ ବେଳେବେଳେ ମନେ ପକାଇଦେଉଛି। ସେହିଭଳି ରୋଜଗାରକୁ ନେଇ ଆଉ ଏକ ଘଟଣା ଘଟିଥିଲା ୧୯୭୦ ମସିହାରେ। ସେତେବେଳେ ମୁଁ ରେଭେନ୍ସା ଗାଲର୍‌ସ ହାଇସ୍କୁଲରେ ମାଟ୍ରିକ୍‌ ପଢୁଥାଏ; ଯେଉଁଠି ମା’ ବି ଶିକ୍ଷୟିତ୍ରୀ ଥା’ନ୍ତି। ମନୋ ଆକ୍ସନରେ ରୁଚି ଥିବାରୁ ଥରେ ସ୍କୁଲ ଫଙ୍କଶନରେ ଦୁଷ୍ମନ୍ତ-ଶକୁନ୍ତଳା, ଅନସୂୟା-ପ୍ରିୟମ୍ବଦା, ହରିଣ, ଋଷି ଇତ୍ୟାଦି ଚରିତ୍ରଙ୍କ ଉପରେ ନିଜେ କୋଶଳି ଭାଷାରେ ସ୍କ୍ରିପ୍ଟ ଲେଖି ପରିବେଷଣ କରିଥିଲି। ସେହି ଫଙ୍କଶନକୁ ଅଲ୍‌ ଇଣ୍ଡିଆ ରେଡିଓର ଯୁବବାଣୀ ବିଭାଗର ଡାଇରେକ୍ଟର ଅତିଥି ଭାବେ ଆସିଥିଲେ। ସେ ମୋର ମନୋ ଆକ୍ସନକୁ ଦେଖି ମା’ଙ୍କୁ ସାକ୍ଷାତ୍‌ କରି କହିଲେ, ମୋତେ ଅଲ୍‌ ଇଣ୍ଡିଆ ରେଡିଓକୁ ରେକର୍ଡିଂ ପାଇଁ ଛାଡ଼ିବାକୁ। ମା’ ପ୍ରଥମେ ରାଜି ହେଉ ନ ଥିଲେ କିନ୍ତୁ ଆମ ଘର ପାଖରେ ପଡ଼ୋଶୀ ଭାବେ ରହୁଥିବା ବରିଷ୍ଠ ଅଭିନେତ୍ରୀ ଝରଣା ଦାସ ମା’ଙ୍କୁ ବୁଝାଇବାରୁ ସେ ଛାଡିଥିଲେ। ସେଠି ମୋର ଦୁଇଟି ସ୍କ୍ରିପ୍ଟର ରେକର୍ଡିଂ ହୋଇଥିଲା। ଗୋଟିଏ ହେଲା କୋଶଳି ଭାଷାରେ ନିଜେ ଲେଖିଥିବା ସେହି ମନୋ ଆକ୍ସନର ସ୍କ୍ରିପ୍ଟ, ଯେଉଁଥିରେ ମୋତେ ୭/୮ଟି ଚରିତ୍ର ଉପରେ ସ୍ବର ବଦଳାଇ କହିବାକୁ ପଡ଼ିଥିଲା। ଅନ୍ୟଟି ହେଲା ‘ଆଜ୍ଞା! ଟିକେ ଶୁଣିବେ କି’ର ସ୍କ୍ରିପ୍ଟ; ଯାହାକୁ ମଧ୍ୟ ମୁଁ ନିଜେ ଲେଖିଥିଲି। ରେକର୍ଡିଂ କାମ ସରିବା ପରେ ମୋତେ ଅଲ୍‌ ଇଣ୍ଡିଆ ରେଡିଓ ତରଫରୁ ୭୫ ଟଙ୍କାର ଏକ ଚେକ୍‌ ମିଳିଲା। ସାମ୍ନାରେ ଥିବା ଏକ ପାନ ଦୋକାନକୁ ଯାଇ ଚେକ୍‌ଟିକୁ ଭଙ୍ଗେଇଲି। ଚେକ୍‌ ଭଙ୍ଗେଇବା ବାବଦରେ ପାନଦୋକାନୀ କିଛି ଟଙ୍କା କାଟି ମୋତେ କେତୋଟି ନୋଟ୍‌ ଓ ଖୁଚୁରା ପଇସା ଦେଇ କହିଲେ, ଝିଅ ବସିକି ଗଣ! ପ୍ରଥମଥର ପାଇଁ ହାତରେ ନୋଟ୍‌ ଧରିଥିବାରୁ ଭାରି ଖୁସି ଲାଗୁଥାଏ। ଏହାଦେଖି ପାନଦୋକାନୀ ହସିହସି ମୋତେ କହିଲେ, ହଇଲୋ ଝିଅ, ବହୁତ ନାଁ କମା, ପଇସା ନୁହେଁ। ଏହା ଶୁଣିଲା ପରେ ମୁଁ ସେଦିନ ଆଉ ଗୋଟିଏ କଥା ଶିଖିଲି, ଜୀବନରେ ବଡ଼ ହେବାକୁ ହେଲେ ଟଙ୍କା ନୁହେଁ ବରଂ ନାଁ କମାଇବା ଦରକାର। ବାସ୍‌ ସେବେଠାରୁ ସେହି ଲକ୍ଷ୍ୟରେ ରହିଲି। ତେବେ ଅଲ୍‌ ଇଣ୍ଡିଆ ରେଡିଓରୁ ପାଇଥିବା ଟଙ୍କାରୁ କିଛି ନେଇ ପାରିବାରିକ ଦାନ ମୁଣିରେ (ଯେଉଁଥିରୁ ଅସହାୟ ଲୋକଙ୍କୁ ଆମେ ସାହାଯ୍ୟ କରିଥାଉ)ପ୍ରଥମେ ରଖିଥିଲି। ତା’ପରେ ପାଠପଢା ପ୍ରତି ଅଧିକ ଯତ୍ନବାନ ହୋଇ ବି.ଏ., ଏମ୍‌.ଏ. ଓ ବି.ଏଡ. ପଢା ସାରି କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରି ଅନେକ ଛାତୀଛାତ୍ରଙ୍କୁ ମଣିଷ କରିବାରେ ସକ୍ଷମ ହେଲି। ତା’ସହିତ ଓଡ଼ିଆ ଓ ଇଂଲିଶ ଭାଷାରେ ଅନେକ କବିତା ଲେଖି ସାହିତ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କଲି। ଖାସ୍‌ କରି ମୋ ଲିଖିତ ‘ଶରଣାର୍ଥୀ ଶିବିରରେ ରାତିଟିଏ’ କବିତାଟି ମୋତେ ଖୁବ୍‌ ଲୋକପ୍ରିୟତା ଆଣିଦେଇଥିଲା; ଯାହାକି ୟା’ ଭିତରେ ପ୍ରାୟ ୬୫ଟି ଭାଷାରେ ଅନୁବାଦ ହୋଇ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ସେହିପରି ଶିଶୁମାନଙ୍କ ପାଇଁ ଅନେକ ଗପ ବି ଲେଖିଛି। କେବଳ ସେତିକି ନୁହେଁ ହିସ୍‌ପାନୋ ମୁଣ୍ଡିଆଲ୍‌ ରାଇଟର୍ସ ୟୁନିୟନ୍‌, ଇନର୍‌ ଚାଇଲ୍ଡ ପ୍ରେସ୍‌, ମୋଟିଭେସ୍‌ନାଲ୍‌ ସ୍ଟିପ୍ସ, ଏନ୍‌ଭାର୍ନମେଣ୍ଟାଲ୍‌ ସୋସାଇଟି ଭଳି ଅନୁଷ୍ଠାନ ସହିତ ଜଡ଼ିତ ରହି କିଛି ସମାଜମଙ୍ଗଳ କାମ କରିପାରୁଥିବାରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri