ରୋଜଗାର ଟଙ୍କାରେ ସିଲେଇ ମେଶିନ କିଣା ହୋଇଥିଲା

କଟକରେ ମୋର ଜନ୍ମ ହୋଇଥିଲେ ହେଁ ମା’ ଯେହେତୁ ଶିକ୍ଷୟିତ୍ରୀ ଥିଲେ ତେଣୁ ମୋ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ସୁନ୍ଦରଗଡ଼ ସେଣ୍ଟ ମେରି ଗାଲର୍‌ସ ହାଇସ୍କୁଲରେ ଅଷ୍ଟମରେ ପଢ଼ିଲାବେଳେ ମୋତେ ସପ୍ତମ ଶ୍ରେଣୀର ମେରିଟ୍‌ ସ୍କଲାରଶିପ୍‌ ମିଳିଲା। ଛୋଟପିଲା ହୋଇଥିବାରୁ ସ୍କଲାରଶିପ୍‌ ଟଙ୍କାଟିକୁ ମା’ ରିସିଭ୍‌ କରିଥିଲେ। ଏପରିକି କେତେ ଟଙ୍କା ମିଳିଥିଲା ସେ କଥା ବି ମୁଁ ଜାଣି ନ ଥିଲି। ଖାଲି ଏତିକି ଜାଣିଥିଲି, କିଛିଦିନ ପରେ ମା’ ଗୋଟିଏ ହାତ ସିଲେଇ ମେଶିନ ଘରକୁ ଆଣିଥିଲେ ଆଉ ସମସ୍ତଙ୍କୁ କହିଥିଲେ, ଏଇ ମେଶିନଟା ସ୍ବପ୍ନାର ରୋଜଗାର ଟଙ୍କାରେ କିଣା ହୋଇଛି ବୋଲି। ପ୍ରଥମ ଥର ପାଇଁ ରୋଜଗାର ଶବ୍ଦ ସହ ସେଦିନ ପରିଚିତ ହେଲି ଆଉ ଏହି ଶବ୍ଦଟି ଗୋଟିଏ ଆନନ୍ଦ ତଥା ଗର୍ବ, ଗୌରବର ବିଷୟ ବୋଲି ମୁଁ ସେ ଦିନଠୁ ଭାବିନେଲି। ଆଜିବି ସେହି ମେଶିନଟି ମୋ ପାଖେ ସୁରକ୍ଷିତ ଅବସ୍ଥାରେ ଅଛି, ଆଉ ମୋର ସେହି ପୁରୁଣା ସ୍ମୃତିକୁ ବେଳେବେଳେ ମନେ ପକାଇଦେଉଛି। ସେହିଭଳି ରୋଜଗାରକୁ ନେଇ ଆଉ ଏକ ଘଟଣା ଘଟିଥିଲା ୧୯୭୦ ମସିହାରେ। ସେତେବେଳେ ମୁଁ ରେଭେନ୍ସା ଗାଲର୍‌ସ ହାଇସ୍କୁଲରେ ମାଟ୍ରିକ୍‌ ପଢୁଥାଏ; ଯେଉଁଠି ମା’ ବି ଶିକ୍ଷୟିତ୍ରୀ ଥା’ନ୍ତି। ମନୋ ଆକ୍ସନରେ ରୁଚି ଥିବାରୁ ଥରେ ସ୍କୁଲ ଫଙ୍କଶନରେ ଦୁଷ୍ମନ୍ତ-ଶକୁନ୍ତଳା, ଅନସୂୟା-ପ୍ରିୟମ୍ବଦା, ହରିଣ, ଋଷି ଇତ୍ୟାଦି ଚରିତ୍ରଙ୍କ ଉପରେ ନିଜେ କୋଶଳି ଭାଷାରେ ସ୍କ୍ରିପ୍ଟ ଲେଖି ପରିବେଷଣ କରିଥିଲି। ସେହି ଫଙ୍କଶନକୁ ଅଲ୍‌ ଇଣ୍ଡିଆ ରେଡିଓର ଯୁବବାଣୀ ବିଭାଗର ଡାଇରେକ୍ଟର ଅତିଥି ଭାବେ ଆସିଥିଲେ। ସେ ମୋର ମନୋ ଆକ୍ସନକୁ ଦେଖି ମା’ଙ୍କୁ ସାକ୍ଷାତ୍‌ କରି କହିଲେ, ମୋତେ ଅଲ୍‌ ଇଣ୍ଡିଆ ରେଡିଓକୁ ରେକର୍ଡିଂ ପାଇଁ ଛାଡ଼ିବାକୁ। ମା’ ପ୍ରଥମେ ରାଜି ହେଉ ନ ଥିଲେ କିନ୍ତୁ ଆମ ଘର ପାଖରେ ପଡ଼ୋଶୀ ଭାବେ ରହୁଥିବା ବରିଷ୍ଠ ଅଭିନେତ୍ରୀ ଝରଣା ଦାସ ମା’ଙ୍କୁ ବୁଝାଇବାରୁ ସେ ଛାଡିଥିଲେ। ସେଠି ମୋର ଦୁଇଟି ସ୍କ୍ରିପ୍ଟର ରେକର୍ଡିଂ ହୋଇଥିଲା। ଗୋଟିଏ ହେଲା କୋଶଳି ଭାଷାରେ ନିଜେ ଲେଖିଥିବା ସେହି ମନୋ ଆକ୍ସନର ସ୍କ୍ରିପ୍ଟ, ଯେଉଁଥିରେ ମୋତେ ୭/୮ଟି ଚରିତ୍ର ଉପରେ ସ୍ବର ବଦଳାଇ କହିବାକୁ ପଡ଼ିଥିଲା। ଅନ୍ୟଟି ହେଲା ‘ଆଜ୍ଞା! ଟିକେ ଶୁଣିବେ କି’ର ସ୍କ୍ରିପ୍ଟ; ଯାହାକୁ ମଧ୍ୟ ମୁଁ ନିଜେ ଲେଖିଥିଲି। ରେକର୍ଡିଂ କାମ ସରିବା ପରେ ମୋତେ ଅଲ୍‌ ଇଣ୍ଡିଆ ରେଡିଓ ତରଫରୁ ୭୫ ଟଙ୍କାର ଏକ ଚେକ୍‌ ମିଳିଲା। ସାମ୍ନାରେ ଥିବା ଏକ ପାନ ଦୋକାନକୁ ଯାଇ ଚେକ୍‌ଟିକୁ ଭଙ୍ଗେଇଲି। ଚେକ୍‌ ଭଙ୍ଗେଇବା ବାବଦରେ ପାନଦୋକାନୀ କିଛି ଟଙ୍କା କାଟି ମୋତେ କେତୋଟି ନୋଟ୍‌ ଓ ଖୁଚୁରା ପଇସା ଦେଇ କହିଲେ, ଝିଅ ବସିକି ଗଣ! ପ୍ରଥମଥର ପାଇଁ ହାତରେ ନୋଟ୍‌ ଧରିଥିବାରୁ ଭାରି ଖୁସି ଲାଗୁଥାଏ। ଏହାଦେଖି ପାନଦୋକାନୀ ହସିହସି ମୋତେ କହିଲେ, ହଇଲୋ ଝିଅ, ବହୁତ ନାଁ କମା, ପଇସା ନୁହେଁ। ଏହା ଶୁଣିଲା ପରେ ମୁଁ ସେଦିନ ଆଉ ଗୋଟିଏ କଥା ଶିଖିଲି, ଜୀବନରେ ବଡ଼ ହେବାକୁ ହେଲେ ଟଙ୍କା ନୁହେଁ ବରଂ ନାଁ କମାଇବା ଦରକାର। ବାସ୍‌ ସେବେଠାରୁ ସେହି ଲକ୍ଷ୍ୟରେ ରହିଲି। ତେବେ ଅଲ୍‌ ଇଣ୍ଡିଆ ରେଡିଓରୁ ପାଇଥିବା ଟଙ୍କାରୁ କିଛି ନେଇ ପାରିବାରିକ ଦାନ ମୁଣିରେ (ଯେଉଁଥିରୁ ଅସହାୟ ଲୋକଙ୍କୁ ଆମେ ସାହାଯ୍ୟ କରିଥାଉ)ପ୍ରଥମେ ରଖିଥିଲି। ତା’ପରେ ପାଠପଢା ପ୍ରତି ଅଧିକ ଯତ୍ନବାନ ହୋଇ ବି.ଏ., ଏମ୍‌.ଏ. ଓ ବି.ଏଡ. ପଢା ସାରି କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରି ଅନେକ ଛାତୀଛାତ୍ରଙ୍କୁ ମଣିଷ କରିବାରେ ସକ୍ଷମ ହେଲି। ତା’ସହିତ ଓଡ଼ିଆ ଓ ଇଂଲିଶ ଭାଷାରେ ଅନେକ କବିତା ଲେଖି ସାହିତ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କଲି। ଖାସ୍‌ କରି ମୋ ଲିଖିତ ‘ଶରଣାର୍ଥୀ ଶିବିରରେ ରାତିଟିଏ’ କବିତାଟି ମୋତେ ଖୁବ୍‌ ଲୋକପ୍ରିୟତା ଆଣିଦେଇଥିଲା; ଯାହାକି ୟା’ ଭିତରେ ପ୍ରାୟ ୬୫ଟି ଭାଷାରେ ଅନୁବାଦ ହୋଇ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ସେହିପରି ଶିଶୁମାନଙ୍କ ପାଇଁ ଅନେକ ଗପ ବି ଲେଖିଛି। କେବଳ ସେତିକି ନୁହେଁ ହିସ୍‌ପାନୋ ମୁଣ୍ଡିଆଲ୍‌ ରାଇଟର୍ସ ୟୁନିୟନ୍‌, ଇନର୍‌ ଚାଇଲ୍ଡ ପ୍ରେସ୍‌, ମୋଟିଭେସ୍‌ନାଲ୍‌ ସ୍ଟିପ୍ସ, ଏନ୍‌ଭାର୍ନମେଣ୍ଟାଲ୍‌ ସୋସାଇଟି ଭଳି ଅନୁଷ୍ଠାନ ସହିତ ଜଡ଼ିତ ରହି କିଛି ସମାଜମଙ୍ଗଳ କାମ କରିପାରୁଥିବାରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri