ଦୀର୍ଘ ୯ ମାସ ପରେ ଖୋଲିଲା ମା’ ତାରାତାରିଣୀ ମନ୍ଦିର

ପୁରୁଷୋତ୍ତମପୁର,୩।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ତଥା ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିର ମହାମାରୀ କରୋନା ଭୂତାଣୁ ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିଥିଲା। ଯାହାକି ଜିଲା ପ୍ରଶାସନର କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ, ରବିବାର ଅତିରିକ୍ତ ଜିଲାପାଳ ଅମିୟ କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ,ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣାଙ୍କ ଉପସ୍ଥିତିରେ ଓ ତତ୍ତ୍ୱାବଧାନରେ ମନ୍ଦିର ଖୋଲାଯାଇଛି। ଭୋର ୪.୩୦ ରେ ମଙ୍ଗଳ ଆଳତି ସହ ମା’ ଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ସହ ମା’ ତାରା ତାରିଣୀଦୁଇ ଭଉଣୀଙ୍କୁ ରାଜ ରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇ ପହିଲି ଭୋଗ ଲାଗି ହେବା ପରେ ସକାଳ ୬.୧୫ ରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। କରୋନା କଟକଣା ଯୋଗୁ ଗର୍ଭଗୃହକୁ ଭକ୍ତମାନେ ଯିବା ଲାଗି ବାରଣ ରହିଥିବାରୁ ଜଗନମୋହନଠାରେ ଭକ୍ତମାନେ ରହି ମା’ଙ୍କୁ ଦର୍ଶନକରି ଆଶୀର୍ବାଦ ଭିକ୍ଷା କରିଥିଲେ। ଦୀର୍ଘଦିନ ପରେ ମନ୍ଦିର ଖୋଲିଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ଦର୍ଶନ ଲାଗି ସୁଅ ଛୁଟୁଛି। ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରାବାସ ଛାତରୁ ଖସିଲା କଂକ୍ରିଟ

ବାଲେଶ୍ୱର ଅଫିସ, ୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରାବାସ କୋଠାରୁ ସୋମବାର ମଧ୍ୟାହ୍ନରେ କଂକ୍ରିଟ୍‌ ଖଣ୍ଡ ଖସି...

ପଲ୍ଲିଶ୍ରୀ ମେଳାରେ ଅତିଥି ଚୟନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୬।୫: ଫୁଲବାଣୀ କରୋନେଶନ ପଡିଆରେ ଗତ ୧୩ ତାରିଖରୁ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଆରମ୍ଭରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମେଳାକୁ ନେଇ ଲୋକଙ୍କ ମଧ୍ୟରେ...

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି।...

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରିଟେଲର ମହାସଂଘର ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୪ା୭(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମୁଖରେ ଓଡ଼ିଶା ରିଟେଲର ସଂଘ ବ୍ଲକ ସଭାପତି ଅମୀୟ କୁମାର ଦାସଙ୍କ ନେତୃତ୍ୟରେ ଶତାଧିକ ରିଟେଲର ଏକ ଶୋଭାଯାତ୍ରାରେ...

‘ନଗଡ଼ା ବିକାଶରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ’

ଯାଜପୁର ଟାଉନ/କାଳିଆପାଣି,୧୩।୩(ଡିଏନଏ): ନଗଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ତେବେ ଏହାକୁ କାର୍ଯ୍ୟକାରୀ କରୁଥିବା ବିଭାଗଗୁଡ଼ିକ ସେମାନଙ୍କ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଉ ନାହାନ୍ତି।...

ନାବାଳିକା ଗଣବଳାତ୍କାର ମାମଲା: ଆଉ ଜଣେ ଗିରଫ

ଯୋଡ଼ା, ୨୮।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଘଟିଥିବା ନାବାଳିକା ବଳତ୍କାର ଘଟଣାରେ ପୋଲିସ ଗୁରୁବାର ଆଉ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ଅଜିତ କୁମାର...

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା...

ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଜୀବନ ଗଲା

ତାଳଚେର,୫।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ରେ ଥିବା ହିଙ୍ଗୁଳା କୋଇଲା ଖଣିରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week