Posted inଫୁରସତ

ଏଠି ଚପଲ ପିନ୍ଧିବା ମନା

ଆଜିକାଲି ଜୋତା, ଚପଲ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଖାଲି ବାହାରେ ନୁହେଁ ଘରେ ବି ଚପଲ ପିନ୍ଧିବା ସାଧାରଣ କଥା ହୋଇଗଲାଣି। ଖାଲି ଯାହା କୌଣସି ମନ୍ଦିର ଅବା କୌଣସି ପବିତ୍ର ସ୍ଥାନକୁ ଗଲେ ଚପଲ ପିନ୍ଧାଯାଏ ନାହିଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କେହି ବି ଚପଲ ପିନ୍ଧନ୍ତି ନାହିଁ। ତାମିଲନାଡୁର ମଦୁରାଇଠାରୁ ପ୍ରାୟ ୨୦ କି.ମି. ଦୂରରେ ଥିବା ଏହି ଗାଁରେ ଜୋତା, ଚପଲର ନାଁ ଶୁଣିଲେ ଲୋକେ ରାଗି ଯାଆନ୍ତି। ଆଉ ଯଦି କିଏ ଚପଲ ପିନ୍ଧେ ତେବେ ତାକୁ କଠୋର ଦଣ୍ଡ ଦିଆଯାଏ। ସେଇ ଗାଁଟି ହେଉଛି ‘କଲିମୟାନ’। ଏଠାରେ କେହି ବି ଚପଲ ପିନ୍ଧନ୍ତି ନାହିଁ। ଗାଁ ବାହାରକୁ ଯିବାକୁ ଥିଲେ, ଗାଁ ସୀମା ଶେଷ ହେବା ପର୍ଯ୍ୟନ୍ତ ଚପଲ ହାତରେ ଧରି ଯିବାକୁ ହୁଏ। ସୀମା ପାର ହେବା ପରେ ଯାଇ ଚପଲ ପିନ୍ଧିପାରିବେ। ଗାଁ ଲୋକଙ୍କ ମତରେ ଚପଲ ପିନ୍ଧିଲେ ଗାଁରେ ପୂଜା ପାଉଥିବା ଦେବତା କ୍ରୋଧ କରିବେ। ଏହି ଗାଁରେ ‘ଅପାଚ୍ଛି’ ନାମକ ଦେବତାଙ୍କୁ ପୂଜା କରାଯାଏ। ଗ୍ରାମବାସୀଙ୍କ ବିଶ୍ୱାସ ଯେ ଗ୍ରାମ ଦେବତା ତାଙ୍କର ରକ୍ଷା କରନ୍ତି। ତେଣୁ ତାଙ୍କୁ ସମ୍ମାନ ଜଣାଇ ଏଠାରେ ଜୋତା କି ଚପଲ ପିନ୍ଧାଯାଏ ନାହିଁ। ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି। ଆଉ ଏବେବି ଏହାକୁ ଲୋକେ ମାନୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?