ଆଙ୍କୋରଡା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉଦ୍‌ଯାପିତ; ପୂଜାର୍ଚ୍ଚନା କଲେ MP ପ୍ରଦୀପ ପାଣିଗ୍ରାହୀ

ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ଅପରାହ୍ନରେ ବ୍ରହ୍ମପୁର ଏମ.ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,   ପୂର୍ବତନ ସରପଞ୍ଚ କେ.ହରିବନ୍ଧୁ ରେଡ୍ଡୀ,ଅସିତ କୁମାର ସାହୁ,ଭଗବାନ ବାଡତ୍ୟା, ବିଶ୍ଵନାଥ ପ୍ରଧାନ, ରାଜ କିଶୋର ମହାନ୍ତି,ବିକ୍ରମ ସିଂ ପ୍ରମୁଖ ଗ୍ରାମର ବଡ଼ସାହି ସ୍ଥିତ ଯାତ୍ରାପୀଠରେ ପହଞ୍ଚି ମା ‘ ଙ୍କୁ ପୂଜାର୍ଚ୍ଚନା କରିବାସହ ଗ୍ରାମବାସୀଙ୍କ ମଙ୍ଗଳ କାମନା କରିଥିଲେ। ପ୍ରତି ୩ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ଏହି ଯାତ୍ରା ମହୋତ୍ସବ ଗତ ବୁଧବାରଠାରୁ ଶୁଭାରମ୍ଭ ହୋଇଥିଲା। ପ୍ରତିଦିନ ଯାତ୍ରା ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯାତ୍ରାର ଉଦଯାପନୀ ଦିବସ ଉପଲକ୍ଷେ ମଙ୍ଗଳବାର ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମ  ଏବଂ କୁକୁଡ଼ାଖଣ୍ଡି ବ୍ଲକ ନଳିହାଡ଼ ଗ୍ରାମର ପୌରାଣିକ ରାମାୟଣ ନାଟକ ଅନୁଷ୍ଠାନ ମଧ୍ୟରେ ପ୍ରତିଯୋଗିତା ମୂଳକ ବାଦି ଥିଏଟର ପରିବେଷଣ ରେ ଯାତ୍ରା ପୀଠ ଦୁଲୁକି ଉଠିଥିଲା।

ନିଶାର୍ଦ୍ଧରେ  ମୁଖ୍ୟ ପୁରୋହିତ  ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଯାତ୍ରା ପୀଠରେ ହୋମଯଜ୍ଞ କରାଯାଇ ଶାକ୍ତ ମନ୍ତ୍ର ପାଠ ଦ୍ଵାରା ମା ‘ ଙ୍କୁ ବିଦାୟ ନିମନ୍ତେ ଆବାହନ କରାଯାଇଥିଲା।ମା ‘ ବୁଢ଼ୀ ଠାକୁରାଣୀଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟଧାରି ମହିଳା ମାନେ ମା’ଙ୍କ ଅନୁମତି ନେଇ ମୂଳ ମନ୍ଦିରକୁ ଯିବା ଲାଗି ଘଟ ଉଠାଇଥିଲେ। ମୁଖ୍ୟ ଘଟ କୁ ଶୋଭାଯାତ୍ରା ର ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ଙ୍କ ବିଦାୟ ଯାତ୍ରା ଆରମ୍ଭ ହୋଇଥିଲା।  ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମା ‘ ଙ୍କ ବାହୁଡ଼ା ଯାତ୍ରା ରେ ନିଜକୁ ସାମିଲ କରି ଫଗୁ ରଙ୍ଗ ଖେଳିବା ସହ ୩ ବର୍ଷ ପାଇଁ ମା’ଙ୍କୁ ମେଲାଣି ଦେଇଥିଲେ।

ଯାତ୍ରା କମିଟି ସଭାପତି- ଧୋବା ପ୍ରଧାନ,ଗ୍ରାମ୍ୟ କମିଟି ସଭାପତି ନିରାକାର ପ୍ରଧାନ,ସମ୍ପାଦକ – କେ. ତାରକେଶ୍ୱର ଦୋରା,କୋଷାଧ୍ୟକ୍ଷ ଏସ. କଂସ ଦୋରା,କାର୍ଯ୍ୟକର୍ତ୍ତା ଗୋପାଳ ପ୍ରଧାନ, କାହ୍ନୁ ପ୍ରଧାନ,ନନ୍ଦଗୋପାଳ ପ୍ରଧାନ,ସୁନୀଲ ଦୋରା,ଉଗ୍ରସେନ ଦୋରା ଓ ଯାତ୍ରା କମିଟି ସଭ୍ୟ ବୃନ୍ଦ ଶୋଭାଯାତ୍ରାରେ  ଉପସ୍ଥିତ ଥିଲେ।  ଆତସ ବାଜି ରୋଷଣୀ ଏବଂ ନୃତ୍ୟ ଗୀତ ବାଦ୍ୟ ବାଜଣା ମଧ୍ୟରେ ମା ‘ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠ ରୁ ବାହାରି ମୁଖ୍ୟରାସ୍ତା ଦେଇ ଗ୍ରାମର ଶେଷରେ ଥିବା ଠାକୁରାଣୀ ମନ୍ଦିର ରେ ପ୍ରବେଶ କରିଥିଲେ।ସେଠାରେ ସେବାୟତ ସମ୍ପ୍ରଦାୟ ପକ୍ଷରୁ ମନ୍ଦିର ପୀଠକୁ ଶୋଧନ କରାଯାଇ ହୋମଯଜ୍ଞ କରାଯାଇଥିଲା। ପରେ ମା’ ଘଟ ତ୍ୟାଗ କରି ପୀଠକୁ ଗମନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?