୫ ମାସ ପରେ ବି ପାଞ୍ଚ ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)ରୁ ୬ ଜଣ ଅନ୍ତେବାସୀ ଚମ୍ପଟ ଘଟଣାର ୫ ମାସ ବିତିଯାଇଛି। ଅଦ୍ୟାବଧି ୫ ଜଣଙ୍କ ପତ୍ତା ପାଇ ପାରିନାହିଁ ପୋଲିସ। ଚମ୍ପଟ ଅନ୍ତେବାସୀ ନିଜ ନିଜ ଘରକୁ ଫେରିଲେ ସେମାନଙ୍କୁ ଧରିବା ପାଇଁ ପୋଲିସ କେବଳ ଅପେକ୍ଷା କରି ବସିଛି। ଚମ୍ପଟ ୫ ଅନ୍ତେବାସୀ ଧରାପଡିନଥିବାରୁ ପୋଲିସ ଓ ପ୍ରଶାସନର ଏବେ ଚିନ୍ତା ବଢିଯାଇଛି। ସେପଟେ ଏହି ଘଟଣାର ପ୍ରଶାସନିକ ତଦନ୍ତ ସମାପ୍ତ ହୋଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ୪ ପୃଷ୍ଠାର ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଜିଲାପାଳ ସେହି ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। କିଭଳି ଓ କେଉଁ ପରିସ୍ଥିତିରେ ବାଳ ସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ମାରିଲେ ସେ ଦିଗରେ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ସେପଟେ ଶହେରୁ ଊଦ୍ଧର୍‌ବ ଅନ୍ତେବାସୀ ରହୁଥିବା ସୁଧାର ଗୃହରେ ମାତ୍ର ମାତ୍ର ୪ଜଣ ସୁରକ୍ଷା କର୍ମୀ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଅନ୍ତେବାସୀମାନେ ଚମ୍ପଟ ମାରିଛନ୍ତି। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ନଭେମ୍ବର ୨୧ ବିଳମ୍ବିତ ରାତିରେ ବାଳ ସୁଧାର ଗୃହର ଏକ ନିର୍ଦ୍ଦିଷ୍ଟ ୱାର୍ଡ଼ରେ ଥିବା ୬ ଅନ୍ତେବାସୀ ଝରକା ଗ୍ରୀଲ୍‌ ତାଡ଼ି ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ସୁଧାର ଗୃହର କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଅନ୍ତେବାସୀ ୱାର୍ଡ଼ରେ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେହିପରି ଡିସିପିଓ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମଧ୍ୟ ଏକ ୫ଜଣିଆ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଗତ ଡିସେମ୍ବରରେ ପୋଲିସ ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳରୁ ଜଣେ ଅନ୍ତେବାସୀଙ୍କୁ ଉଦ୍ଧାର କରି ବାଳସୁଧାର ଗୃହ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ବାଳସୁଧାର ଗୃହରୁ ଚମ୍ପଟ ଅନ୍ତେବାସୀଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗରେ ରହିଛି ପୋଲିସ। ହେଲେ ଏଯାବତ ୫ ଅନ୍ତେବାସୀଙ୍କ ପତ୍ତା ପାଇପାରିନଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ବୋମାଫୁଟି ଅଭିଯୁକ୍ତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି,୧୫ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ...

ଘୋଡାହାଡ଼ ନଦୀରେ ବୁଡ଼ି ଯୁବକ ମୃତ

ପାଟପୁର,୯ା୩- ପାଟପୁର ଥାନା ଜଲମରା ଗ୍ରାମ ନିକଟ ଘୋଡାହାଡ଼ ନଦୀରେ ବୁଡ଼ି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସେ ହେଲେ ପଳାସପୁର ଗ୍ରାମର...

ଜେଲ ଗଲେ ବଳାତ୍କାରୀ

ବ୍ରହ୍ମପୁର ଅଫିସ,୨୧ା୪: ନାବାଳିକାଙ୍କୁ ଅପହରଣ ବଳାତ୍କାର ମାମଲାରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରିକି ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି।...

ଡରାଉଛି କରୋନା: ୧୫.୯୮ ଲକ୍ଷ ଲୋକଙ୍କଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ

ଛତ୍ରପୁର,୨୮।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଜିଲାର ସମସ୍ତ ଘରକୁ ଘର ଯାଇ ସମସ୍ତ ପରିବାର...

୬ ଦିନ ହେଲା ଧାରଣାରେ ବସିଛନ୍ତି ଗୋପାଳପୁର ପୋର୍ଟ ଶ୍ରମିକ

ଛତ୍ରପୁର,୧୦।୮(ଡି.ଏନ.ଏ)- ଗୋପାଳପୁର ପୋର୍ଟ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୂର୍ବରୁ ୱାଗନ ଲୋଡିଂ ଶ୍ରମିକମାନେ ନର୍ଥ ସାଇଡ୍‌ ଲୋଡିଂ ପଏଣ୍ଟରେ କାମ କରି ଆସୁଥିଲେ। ପରେ...

ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ: ରାସ୍ତାରୁ ମୃତଦେହ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚଢ଼େୟାପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ...

ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ...

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ,୯ା୫(ଡି.ଏନ୍‌.ଏ.)- ଶେରଗଡ ଚାରିଛକରେ ଶନିବାର ଭୋରରେ ବିଦେଶୀ ମଦ ବୋଝେଇ ବୋଲେରୋ (ନଂ.ଓଡି୦୭ଆର୍‌-୬୯୭୨)କୁ ଶେରଗଡ ପୋଲିସ ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏଥିରେ...

Advertisement
Archives

Model This Week