ବରଗଡ଼ରେ କରୋନା ନେଲା ଆଉ ୧ ଜୀବନ, ୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୧୬।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାରେ ଜିଲାର ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ୬୩ ବର୍ଷୀୟ ବୃଦ୍ଧ। ସେ ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ଆକ୍ରାନ୍ତ ଥିଲା ।
ସେହିପରି ଚିହ୍ନଟ ହୋଇଥିବା ୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୮ ରହିଥିବା ବେଳେ ବରଗଡ଼ ବ୍ଲକର ୮, ଅତାବିରା ବ୍ଳକର ୧୦, ସୋହେଲା ବ୍ଲକର ୩, ପଦ୍ମପୁର ବ୍ଲକର ୧୩, ପଦ୍ମପୁର ଏନ୍‌ଏସିର ୬, ବରପାଲି ବ୍ଳକର ୧, ବରପାଲି ଏନ୍‌ଏସିର ୨, ଭଟଲି ବ୍ଲକର ୩, ପାଇକମାଲ ବ୍ଲକର ୩, ଅମ୍ବାଭୋନା ବ୍ଳକର ୩, ବିଜେପୁର ବ୍ଲକର ୬, ଗାଇସିଲେଟ ବ୍ଲକର ୧, ଭେଡେନ ବ୍ଲକର ୫ଜଣ ଆକ୍ରାନ୍ତ ରହିଛନ୍ତି ।
ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫ଜଣକର ମୃତ୍ୟୁ ଘଟିଥିବା ବେଳେ ୭୦୮୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୭୪୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଏବଂ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ...

ମୃତ୍ୟୁ ରାତିରେ ସାଙ୍ଗରେ ଥିଲେ ପ୍ରୀତିମାନ

ସମ୍ବଲପୁର,୧୨।୩(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଡାଏଟମ୍‌ ରିପୋର୍ଟ ସ୍ବାଭାବିକ ରହିଛି। ଏହି ରିପୋର୍ଟରେ ଚିନ୍ମୟୀଙ୍କ...

ଭଙ୍ଗା କୁଡ଼ିଆରେ ଅସହାୟ ଗୋଲାପ

ରାଇସୁଆଁ,୧୯।୧୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’, ‘ମୋ କୁଡିଆ ଯୋଜନା ’ କରିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମାନସିକତାର ଅଭାବ ଯୋଗୁ ବହୁ...

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ...

ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ ଅଫିସ,୧୩ା୮: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ସମ୍ବିଧାନର ଧାରା ୨୧୭ ଅନୁଯାୟୀ ବରିଷ୍ଠତା ଭିତ୍ତିରେ ବରିଷ୍ଠ...

ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ...

କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ : କାର୍ଯ୍ୟକ୍ଷମ ହେଲା ଶିଶୁ ଆଇସିୟୁ

ଫୁଲବାଣୀ ଅଫିସ,୨ା୮- କନ୍ଧମାଳ ଜିଲାବାସୀଙ୍କ ପାଇଁ ଖୁସି ଖବର। ଏଣିକି ଗୁରୁତର ଶିଶୁଙ୍କୁ ଆଉ ଚିକିତ୍ସା ପାଇଁ କଟକ କିମ୍ବା ବ୍ରହ୍ମପୁର ନେବାକୁ ପଡିବ ନାହିଁ।...

ବଡ଼ଚଣାରେ ଖୋଲିଲା ବିହନ ପରୀକ୍ଷା କେନ୍ଦ୍ର

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.): ବଡ଼ଚଣାଠାରେ ଏକ ବିହନ ପରୀକ୍ଷାଗାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଶୁକ୍ରବାର କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା...

Advertisement
Archives

Model This Week