ଡାକ୍ତରଖାନାରେ କମ୍‌, ବାହାରେ ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର

ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି ତାଙ୍କ ପାଖରେ ଦୀର୍ଘସମୟ ଧରି ରୋଗୀଙ୍କ ଭିଡ଼ ଲାଗୁଛି। ଆଉ କେଉଁଠାରେ ଆୟୁଷ ଡାକ୍ତର ରୋଗୀ ଦେଖୁଛନ୍ତି। ଡାକ୍ତରଙ୍କୁ ଅପେକ୍ଷା କରି କରି ଶେଷରେ ରୋଗୀଙ୍କୁ ଘରକୁ ଫେରିବାକୁ ପଡୁଛି। ମାତ୍ର ଚିକିତ୍ସାଳୟର ଜଣେ ବିଶେଷଜ୍ଞ ଡାକ୍ତର ରୋଗୀଙ୍କୁ ଡାକ୍ତରଖାନାରେ ନ ଦେଖି ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍‌ ଷ୍ଟୋରରେ ବସି ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାସ କହିଛନ୍ତି, ସାଧାରଣତଃ ଗରିବ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ନିରାମୟ ଯୋଜନା, କେନ୍ଦ୍ର ସରକାର ଜନୌଷଧି କେନ୍ଦ୍ର ଖୋଲି ବହୁ କମ୍‌ ମୂଲ୍ୟରେ ଔଷଧ ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଗରିବ ଲୋକମାନେ କେମିତି ମାଗଣାରେ ଔଷଧ ପାଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହ ଡାକ୍ତରଖାନାରେ ମିଳୁଥିବା ଔଷଧ ହିଁ ଲୋକମାନଙ୍କୁ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି। ଆହୁରି ମଧ୍ୟ ଗରିବ ଲୋକଙ୍କ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ଚିକିତ୍ସାଳୟରେ ଜଣେ ଡାକ୍ତର ଡାକ୍ତରଖାନାରେ ବହୁ କମ୍‌ ସମୟ ଚିକିତ୍ସା କରୁଥିଲା ବେଳେ ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍‌ ଦୋକାନରେ ବସି ରୋଗୀ ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେ ଯେଉଁ ରୋଗୀଙ୍କ ପ୍ରେସ୍‌କ୍ରାଇବ୍‌ କରନ୍ତି ତାହା କେବଳ ସେହି ଔଷଧ ଦୋକାନରେ ହିଁ ମିଳିଥାଏ। ସରକାର ପ୍ରଦତ୍ତ ଜନୌଷଧିକୁ ଗୁରୁତ୍ୱ ନ ଦେଇ ବାହାର ମେଡିସିନକୁ ବେଶି ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ରୋଗୀଙ୍କୁ ଯେଉଁ ମେଡିସିନ ସବୁ ଲେଖୁଛନ୍ତି ତାହାର ଅଧିକ ଦାମ୍‌ ରହୁଛି। ଫଳରେ ସାଧାରଣ ରୋଗୀଟିଏ ପାଇଁ ଔଷଧ କିଣିବା ସମ୍ଭବ ହୋଇପାରୁନାହିଁ। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ମେଡିକାଲ ଷ୍ଟୋରଠାରୁ ଆରମ୍ଭ କରି ବେଆଇନ କ୍ଲିନିକ ଖୋଲାଯାଇ ଗରିବ ରୋଗୀଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ହରିଲୁଟ କରାଯାଉଛି। ଏପରି କି ମେଡିସିନ ଦୋକାନଗୁଡିକ ବେଆଇନ ଭାବେ ବିନା ସରକାରୀ ପଞ୍ଜୀକରଣରେ ଘରୋଇ କ୍ଲିନିକ୍‌ କରି ବାହାରୁ ଡାକ୍ତରଙ୍କୁ ଆଣି ରୋଗୀମାନଙ୍କଠାରୁ ମନଇଚ୍ଛା ଟଙ୍କା ଲୁଟ୍‌ କରୁଥିଲେ ବି ଏଥିପ୍ରତି ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଡ୍ରଗ୍ସ ଇନ୍ସପେକ୍ଟର ଦୃଷ୍ଟି ଦେଉନାହାନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟ ଓ ଲାଇସେନ୍ସରେ ଚାଲିଛି। ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖଲ କରି ତାଙ୍କ ନଁାରେ ଲାଇସେନ୍ସ ବାହାର କରି ଅନ୍ୟ ମାଧ୍ୟମରେ ଔଷଧ ବ୍ୟବସାୟ ଚଳାଇଛନ୍ତି। ବେଆଇନ ଔଷଧ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ସମ୍ପର୍କରେ ଏଡିଏମ୍‌ଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମେଡିସିନ ଷ୍ଟୋରରେ ବେଆଇନ କ୍ଲିନିକ କରି ରୋଗୀ ଚିକିତ୍ସା ହେଉଥିବା ଅଭିଯୋଗ ଆସିଛି। ଏ ନେଇ ସିଡିଏମ୍‌ଓ, ଜିଲାପାଳଙ୍କ ନେତ୍ୱତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯିବ। ସତ୍ୟାସତ୍ୟ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri