ଡାକ୍ତରଖାନାରେ କମ୍‌, ବାହାରେ ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର

ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି ତାଙ୍କ ପାଖରେ ଦୀର୍ଘସମୟ ଧରି ରୋଗୀଙ୍କ ଭିଡ଼ ଲାଗୁଛି। ଆଉ କେଉଁଠାରେ ଆୟୁଷ ଡାକ୍ତର ରୋଗୀ ଦେଖୁଛନ୍ତି। ଡାକ୍ତରଙ୍କୁ ଅପେକ୍ଷା କରି କରି ଶେଷରେ ରୋଗୀଙ୍କୁ ଘରକୁ ଫେରିବାକୁ ପଡୁଛି। ମାତ୍ର ଚିକିତ୍ସାଳୟର ଜଣେ ବିଶେଷଜ୍ଞ ଡାକ୍ତର ରୋଗୀଙ୍କୁ ଡାକ୍ତରଖାନାରେ ନ ଦେଖି ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍‌ ଷ୍ଟୋରରେ ବସି ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାସ କହିଛନ୍ତି, ସାଧାରଣତଃ ଗରିବ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ନିରାମୟ ଯୋଜନା, କେନ୍ଦ୍ର ସରକାର ଜନୌଷଧି କେନ୍ଦ୍ର ଖୋଲି ବହୁ କମ୍‌ ମୂଲ୍ୟରେ ଔଷଧ ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଗରିବ ଲୋକମାନେ କେମିତି ମାଗଣାରେ ଔଷଧ ପାଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହ ଡାକ୍ତରଖାନାରେ ମିଳୁଥିବା ଔଷଧ ହିଁ ଲୋକମାନଙ୍କୁ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି। ଆହୁରି ମଧ୍ୟ ଗରିବ ଲୋକଙ୍କ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ଚିକିତ୍ସାଳୟରେ ଜଣେ ଡାକ୍ତର ଡାକ୍ତରଖାନାରେ ବହୁ କମ୍‌ ସମୟ ଚିକିତ୍ସା କରୁଥିଲା ବେଳେ ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍‌ ଦୋକାନରେ ବସି ରୋଗୀ ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେ ଯେଉଁ ରୋଗୀଙ୍କ ପ୍ରେସ୍‌କ୍ରାଇବ୍‌ କରନ୍ତି ତାହା କେବଳ ସେହି ଔଷଧ ଦୋକାନରେ ହିଁ ମିଳିଥାଏ। ସରକାର ପ୍ରଦତ୍ତ ଜନୌଷଧିକୁ ଗୁରୁତ୍ୱ ନ ଦେଇ ବାହାର ମେଡିସିନକୁ ବେଶି ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ରୋଗୀଙ୍କୁ ଯେଉଁ ମେଡିସିନ ସବୁ ଲେଖୁଛନ୍ତି ତାହାର ଅଧିକ ଦାମ୍‌ ରହୁଛି। ଫଳରେ ସାଧାରଣ ରୋଗୀଟିଏ ପାଇଁ ଔଷଧ କିଣିବା ସମ୍ଭବ ହୋଇପାରୁନାହିଁ। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ମେଡିକାଲ ଷ୍ଟୋରଠାରୁ ଆରମ୍ଭ କରି ବେଆଇନ କ୍ଲିନିକ ଖୋଲାଯାଇ ଗରିବ ରୋଗୀଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ହରିଲୁଟ କରାଯାଉଛି। ଏପରି କି ମେଡିସିନ ଦୋକାନଗୁଡିକ ବେଆଇନ ଭାବେ ବିନା ସରକାରୀ ପଞ୍ଜୀକରଣରେ ଘରୋଇ କ୍ଲିନିକ୍‌ କରି ବାହାରୁ ଡାକ୍ତରଙ୍କୁ ଆଣି ରୋଗୀମାନଙ୍କଠାରୁ ମନଇଚ୍ଛା ଟଙ୍କା ଲୁଟ୍‌ କରୁଥିଲେ ବି ଏଥିପ୍ରତି ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଡ୍ରଗ୍ସ ଇନ୍ସପେକ୍ଟର ଦୃଷ୍ଟି ଦେଉନାହାନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟ ଓ ଲାଇସେନ୍ସରେ ଚାଲିଛି। ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖଲ କରି ତାଙ୍କ ନଁାରେ ଲାଇସେନ୍ସ ବାହାର କରି ଅନ୍ୟ ମାଧ୍ୟମରେ ଔଷଧ ବ୍ୟବସାୟ ଚଳାଇଛନ୍ତି। ବେଆଇନ ଔଷଧ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ସମ୍ପର୍କରେ ଏଡିଏମ୍‌ଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମେଡିସିନ ଷ୍ଟୋରରେ ବେଆଇନ କ୍ଲିନିକ କରି ରୋଗୀ ଚିକିତ୍ସା ହେଉଥିବା ଅଭିଯୋଗ ଆସିଛି। ଏ ନେଇ ସିଡିଏମ୍‌ଓ, ଜିଲାପାଳଙ୍କ ନେତ୍ୱତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯିବ। ସତ୍ୟାସତ୍ୟ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?