Posted inଖେଳ

ସୁଶୀଲଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର

ନୂଆଦିଲ୍ଲୀ,୧୧ା୫ (ପି.ଟି.)-ଭାରତୀୟ କୁସ୍ତିର ଅଭୂତପୂର୍ବ ସଫଳତା ପଛରେ ରେସ୍‌ଲର ସୁଶୀଲ କୁମାରଙ୍କ ବିଶେଷ ଅବଦାନ ରହିଛି। କିନ୍ତୁ ସେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପୋଲିସ ତରଫରୁ ସେ ନେଇ ତଦନ୍ତ ଜାରି ରହିଛି। ଏହା ଖେଳର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି। ସୂଚନାଯୋଗ୍ୟ, ସର୍ବାଧିକ ୮ ଅଲିମ୍ପିକ କୋଟା ହାସଲ ପରେ ମେ’ ୪ ତାରିଖରେ ଛାତ୍ରାସାଲ ଷ୍ଟାଡିୟମ ବାହାରେ ଭାରତୀୟ ରେସଲରମାନେ ଖୁସି ମନାଉଥିବାବେଳେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ମାରପିଟ୍‌ରେ ସାଗର ରାଣା ନାମକ ଜଣେ ୨୩ ବର୍ଷୀୟ ଯୁବ ରେସ୍‌ଲରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାପରଠାରୁ ସୁଶୀଲଙ୍କର ଆଉ ପତ୍ତା ମିଳୁନାହିଁ। ପୋଲିସ ସୋମବାର ଏହି ଚାମ୍ପିୟନ ରେସ୍‌ଲରଙ୍କ ବିରୋଧରେ ‘ଲୁକ୍‌ ଆଉଟ ସର୍କୁଲାର’ (ଏଲ୍‌ଓସି) ଜାରି କରିଛି।
କେବଳ ଏହି ଘଟଣା ନୁହେଁ ଗତ ଫେବୃୟାରୀ ମାସର ଏକ ଘଟଣା ଭାରତୀୟ ରେସ୍‌ଲିଂର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା। ହରିୟାଣାର ରୋହତକ ଜିଲା ଅନ୍ତର୍ଗତ ଜାଟ୍‌ କଲେଜ୍‌ରେ ମନୋଜ ମଲିକ ନାମକ ଜଣେ କୋଚ୍‌ଙ୍କ ସମେତ ୫ଜଣଙ୍କୁ ହତ୍ୟା ମାମଲାରେ କୋଚ୍‌ ସୁଖବିନ୍ଦର ମୋର୍‌ଙ୍କ ସମ୍ପୃକ୍ତି ଥିଲା। ମଲିକଙ୍କ ସହ ବ୍ୟକ୍ତିଗତ ବିବାଦ ଯୋଗୁ ସୁଖବିନ୍ଦର ୫ଜଣ ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଦିଲ୍ଲୀ ଓ ହରିୟାଣା ପୋଲିସ ମିଳିତ ଚଢ଼ାଉ କରି ତାଙ୍କୁ ନୂଆଦିଲ୍ଲୀରୁ ଗିରଫ କରିଥିଲେ।
ସୁଶିଲ ଓ ଅନ୍ୟ ୪ଜଣ ରେସଲର ୨୦୧୮ ଡିସେମ୍ବରରୁ ଏ’ ଗ୍ରେଡ୍‌ କଣ୍ଟ୍ରାକ୍ଟ ଲାଭ କରିଛନ୍ତି। ସମସ୍ତେ ବାର୍ଷିକ ୩୦ ଲକ୍ଷ ଲେଖାଏ ଆର୍ଥିକ ସହାୟତା ପାଇ ଆସୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସୁଶିଲଙ୍କୁ ଚୁକ୍ତି ତାଲିକାରୁ ବାଦ୍‌ ଦିଆଯିବ କି ନା ତାହା ସ୍ଥିର ହୋଇ ନ ଥିବା ତୋମାର କହିଛନ୍ତି। ଛାତ୍ରାସାଲ ଷ୍ଟାଡିୟମର ସୁନାମ ରହିଛି। ଏହି ଷ୍ଟାଡିୟମରୁ ସୁଶୀଲ, ଯୋଗେଶ୍ୱର, ବଜରଙ୍ଗ ଏବଂ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରବି ଦାହିୟା ଓ ଦୀପକ ପୁନିଆଙ୍କ ଭଳି ରେସଲର ସୃଷ୍ଟି ହୋଇଛନ୍ତି। ଖବର ଅନୁସାରେ ସୁଶୀଲଙ୍କ ଗୋଷ୍ଠୀ ସହ ମତାନ୍ତର ଯୋଗୁ ଯୋଗେଶ୍ୱର ଓ ବଜରଙ୍ଗ ଛାତ୍ରାସାଲ ଷ୍ଟାଡିୟମ ଛାଡ଼ିଥିଲେ। ସୁଶୀଲଙ୍କ କୋଚ୍‌ ଓ ଶ୍ୱଶୁର ତଥା ୧୯୮୨ ଏସିଆନ ଗେମ୍ସ ଚାମ୍ପିୟନ ସତ୍‌ପାଲ ସିଂ ୨୦୧୬ରେ ଅତିରିକ୍ତ ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପର୍ଯ୍ୟନ୍ତ ଷ୍ଟାଡିୟମ ଦାୟିତ୍ୱରେ ରହିଆସିଥିଲେ। ତାଙ୍କ ପରେ ରେଲଓ୍ବେରୁ ଡେପୁଟେଶନରେ ଆସି ସୁନୀଲ ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ। ଷ୍ଟାଡିୟମରେ ତାଙ୍କର ଅଖଣ୍ଡ କ୍ଷମତା ରହିଥିଲା। ତାଙ୍କ ନିର୍ଦ୍ଦେଶ ଅମାନ୍ୟ କଲେ କିମ୍ବା ପ୍ରସ୍ତାବ ଅନୁସାରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହଇରାଣ ହରକତ କରାଯାଉଥିଲା। ଯୁବ ରେସ୍‌ଲରମାନେ ସେମାନଙ୍କ କ୍ୟାରିୟର ଗଢ଼ିବା ଲାଗି ଷ୍ଟାଡିୟମକୁ ଆସୁଥିଲେ। ଯେଉଁମାନେ ଷ୍ଟାଡିୟମ ରାଜନୀତିରେ ସାମିଲ ହେବାକୁ ପସନ୍ଦ କରୁ ନ ଥିଲେ ସେମାନେ ଛାଡ଼ି ଚାଲିଯିବାକୁ ପସନ୍ଦ କରୁଥିଲେ।
ପ୍ରକାଶ ଯୋଗ୍ୟ ଯେ, ସୁଶୀଲଙ୍କ ଅନ୍ତର୍ଜାତୀୟ ସଫଳତା ଅନେକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ନାଜଗଡ଼ର ବାପ୍ରୋଲ ଗ୍ରାମ ବାସିନ୍ଦା ଏହି ରେସଲର ଏ ପର୍ଯ୍ୟନ୍ତ ଖେଳରେ ଭାରତର ଏକମାତ୍ର ବିଶ୍ୱ ଚାମ୍ପିୟନ (୨୦୧୦) । ସେ ହେଉଛନ୍ତି ଦେଶର ଏକମାତ୍ର ଆଥଲେଟ, ଯିଏକି ଦୁଇ ବ୍ୟକ୍ତିଗତ ଅଲିମ୍ପିକ ପଦକ ହାସଲ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ଏହି ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ସୁଶୀଲ ବର୍ଷ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ଚମତ୍କାର ସଫଳତା ହାସଲ କରି ଯେଉଁ ସୁନାମ ଅର୍ଜନ କରିଥିଲେ ତାହା ଧୂଳିସାତ୍‌ ହୋଇଛି ବୋଲି ଡବ୍ଲ୍ୟୁଏଫ୍‌ଆଇ ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମାର କହିଛନ୍ତି। ସୁଶୀଲ ୨୦୦୮ରେ ବ୍ରୋଞ୍ଜ ପଦକ ଜିତିଥିଲେ। ଦୀର୍ଘ ୫୬ ବର୍ଷ ପରେ ଭାରତ ରେସ୍‌ଲିଂରେ ଏକ ପଦକ ଲାଭ କରିବାରେ ସମର୍ଥ ହୋଇଥିଲା। ଏହି ସଫଳତାର ପ୍ରଭାବ ସୁଦୂରପ୍ରସାରୀ ଥିଲା। ଭାରତରେ ଯୋଗେଶ୍ୱର ଦତ୍ତ, ଗୀତା ଓ ବବିତା ଫୋଗତ୍‌ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଭଉଣୀ ଭିନେଶଙ୍କ ଭଳି ପ୍ରତିଭାସମ୍ପନ୍ନ ରେସଲ୍‌ର ସୃଷ୍ଟି ହେଲେ। ସାକ୍ଷୀ ମଲିକ ରିଓରେ ବ୍ରୋଞ୍ଜ ଜିତିଥିବାବେଳେ ବଜରଙ୍ଗ ପୁନିଆ, ରବି ଡାହିୟା ଓ ଦୀପ ପୁନିଆ ବିଶ୍ୱ ପଦକ ବିଜେତା ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ…

ଅହମଦାବାଦ, ୧୦।୫: ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି...

କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି…

ମୁମ୍ବାଇ, ୧୦ା୫: ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ନିଷ୍ପତ୍ତି ସିଲେକ୍ସନ କମିଟି ଚେୟାରମ୍ୟାନ ଅଜିତ ଅଗରକର ଏକାକୀ...

ଉଇକେଟ ନେବା ପରେ ବି ସେଲିବ୍ରେଟ୍‌ କରନ୍ତି ନାହିଁ ସୁନୀଲ ନରେନ୍‌, ପଛରେ ରହିଛି ଏଭଳି କାରଣ…

ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ।...

ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି…

ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ...

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ...

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri