Posted inଖେଳ

ସୁଶୀଲଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର

ନୂଆଦିଲ୍ଲୀ,୧୧ା୫ (ପି.ଟି.)-ଭାରତୀୟ କୁସ୍ତିର ଅଭୂତପୂର୍ବ ସଫଳତା ପଛରେ ରେସ୍‌ଲର ସୁଶୀଲ କୁମାରଙ୍କ ବିଶେଷ ଅବଦାନ ରହିଛି। କିନ୍ତୁ ସେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପୋଲିସ ତରଫରୁ ସେ ନେଇ ତଦନ୍ତ ଜାରି ରହିଛି। ଏହା ଖେଳର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି। ସୂଚନାଯୋଗ୍ୟ, ସର୍ବାଧିକ ୮ ଅଲିମ୍ପିକ କୋଟା ହାସଲ ପରେ ମେ’ ୪ ତାରିଖରେ ଛାତ୍ରାସାଲ ଷ୍ଟାଡିୟମ ବାହାରେ ଭାରତୀୟ ରେସଲରମାନେ ଖୁସି ମନାଉଥିବାବେଳେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ମାରପିଟ୍‌ରେ ସାଗର ରାଣା ନାମକ ଜଣେ ୨୩ ବର୍ଷୀୟ ଯୁବ ରେସ୍‌ଲରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାପରଠାରୁ ସୁଶୀଲଙ୍କର ଆଉ ପତ୍ତା ମିଳୁନାହିଁ। ପୋଲିସ ସୋମବାର ଏହି ଚାମ୍ପିୟନ ରେସ୍‌ଲରଙ୍କ ବିରୋଧରେ ‘ଲୁକ୍‌ ଆଉଟ ସର୍କୁଲାର’ (ଏଲ୍‌ଓସି) ଜାରି କରିଛି।
କେବଳ ଏହି ଘଟଣା ନୁହେଁ ଗତ ଫେବୃୟାରୀ ମାସର ଏକ ଘଟଣା ଭାରତୀୟ ରେସ୍‌ଲିଂର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା। ହରିୟାଣାର ରୋହତକ ଜିଲା ଅନ୍ତର୍ଗତ ଜାଟ୍‌ କଲେଜ୍‌ରେ ମନୋଜ ମଲିକ ନାମକ ଜଣେ କୋଚ୍‌ଙ୍କ ସମେତ ୫ଜଣଙ୍କୁ ହତ୍ୟା ମାମଲାରେ କୋଚ୍‌ ସୁଖବିନ୍ଦର ମୋର୍‌ଙ୍କ ସମ୍ପୃକ୍ତି ଥିଲା। ମଲିକଙ୍କ ସହ ବ୍ୟକ୍ତିଗତ ବିବାଦ ଯୋଗୁ ସୁଖବିନ୍ଦର ୫ଜଣ ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଦିଲ୍ଲୀ ଓ ହରିୟାଣା ପୋଲିସ ମିଳିତ ଚଢ଼ାଉ କରି ତାଙ୍କୁ ନୂଆଦିଲ୍ଲୀରୁ ଗିରଫ କରିଥିଲେ।
ସୁଶିଲ ଓ ଅନ୍ୟ ୪ଜଣ ରେସଲର ୨୦୧୮ ଡିସେମ୍ବରରୁ ଏ’ ଗ୍ରେଡ୍‌ କଣ୍ଟ୍ରାକ୍ଟ ଲାଭ କରିଛନ୍ତି। ସମସ୍ତେ ବାର୍ଷିକ ୩୦ ଲକ୍ଷ ଲେଖାଏ ଆର୍ଥିକ ସହାୟତା ପାଇ ଆସୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସୁଶିଲଙ୍କୁ ଚୁକ୍ତି ତାଲିକାରୁ ବାଦ୍‌ ଦିଆଯିବ କି ନା ତାହା ସ୍ଥିର ହୋଇ ନ ଥିବା ତୋମାର କହିଛନ୍ତି। ଛାତ୍ରାସାଲ ଷ୍ଟାଡିୟମର ସୁନାମ ରହିଛି। ଏହି ଷ୍ଟାଡିୟମରୁ ସୁଶୀଲ, ଯୋଗେଶ୍ୱର, ବଜରଙ୍ଗ ଏବଂ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରବି ଦାହିୟା ଓ ଦୀପକ ପୁନିଆଙ୍କ ଭଳି ରେସଲର ସୃଷ୍ଟି ହୋଇଛନ୍ତି। ଖବର ଅନୁସାରେ ସୁଶୀଲଙ୍କ ଗୋଷ୍ଠୀ ସହ ମତାନ୍ତର ଯୋଗୁ ଯୋଗେଶ୍ୱର ଓ ବଜରଙ୍ଗ ଛାତ୍ରାସାଲ ଷ୍ଟାଡିୟମ ଛାଡ଼ିଥିଲେ। ସୁଶୀଲଙ୍କ କୋଚ୍‌ ଓ ଶ୍ୱଶୁର ତଥା ୧୯୮୨ ଏସିଆନ ଗେମ୍ସ ଚାମ୍ପିୟନ ସତ୍‌ପାଲ ସିଂ ୨୦୧୬ରେ ଅତିରିକ୍ତ ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପର୍ଯ୍ୟନ୍ତ ଷ୍ଟାଡିୟମ ଦାୟିତ୍ୱରେ ରହିଆସିଥିଲେ। ତାଙ୍କ ପରେ ରେଲଓ୍ବେରୁ ଡେପୁଟେଶନରେ ଆସି ସୁନୀଲ ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ। ଷ୍ଟାଡିୟମରେ ତାଙ୍କର ଅଖଣ୍ଡ କ୍ଷମତା ରହିଥିଲା। ତାଙ୍କ ନିର୍ଦ୍ଦେଶ ଅମାନ୍ୟ କଲେ କିମ୍ବା ପ୍ରସ୍ତାବ ଅନୁସାରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହଇରାଣ ହରକତ କରାଯାଉଥିଲା। ଯୁବ ରେସ୍‌ଲରମାନେ ସେମାନଙ୍କ କ୍ୟାରିୟର ଗଢ଼ିବା ଲାଗି ଷ୍ଟାଡିୟମକୁ ଆସୁଥିଲେ। ଯେଉଁମାନେ ଷ୍ଟାଡିୟମ ରାଜନୀତିରେ ସାମିଲ ହେବାକୁ ପସନ୍ଦ କରୁ ନ ଥିଲେ ସେମାନେ ଛାଡ଼ି ଚାଲିଯିବାକୁ ପସନ୍ଦ କରୁଥିଲେ।
ପ୍ରକାଶ ଯୋଗ୍ୟ ଯେ, ସୁଶୀଲଙ୍କ ଅନ୍ତର୍ଜାତୀୟ ସଫଳତା ଅନେକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ନାଜଗଡ଼ର ବାପ୍ରୋଲ ଗ୍ରାମ ବାସିନ୍ଦା ଏହି ରେସଲର ଏ ପର୍ଯ୍ୟନ୍ତ ଖେଳରେ ଭାରତର ଏକମାତ୍ର ବିଶ୍ୱ ଚାମ୍ପିୟନ (୨୦୧୦) । ସେ ହେଉଛନ୍ତି ଦେଶର ଏକମାତ୍ର ଆଥଲେଟ, ଯିଏକି ଦୁଇ ବ୍ୟକ୍ତିଗତ ଅଲିମ୍ପିକ ପଦକ ହାସଲ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ଏହି ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ସୁଶୀଲ ବର୍ଷ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ଚମତ୍କାର ସଫଳତା ହାସଲ କରି ଯେଉଁ ସୁନାମ ଅର୍ଜନ କରିଥିଲେ ତାହା ଧୂଳିସାତ୍‌ ହୋଇଛି ବୋଲି ଡବ୍ଲ୍ୟୁଏଫ୍‌ଆଇ ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମାର କହିଛନ୍ତି। ସୁଶୀଲ ୨୦୦୮ରେ ବ୍ରୋଞ୍ଜ ପଦକ ଜିତିଥିଲେ। ଦୀର୍ଘ ୫୬ ବର୍ଷ ପରେ ଭାରତ ରେସ୍‌ଲିଂରେ ଏକ ପଦକ ଲାଭ କରିବାରେ ସମର୍ଥ ହୋଇଥିଲା। ଏହି ସଫଳତାର ପ୍ରଭାବ ସୁଦୂରପ୍ରସାରୀ ଥିଲା। ଭାରତରେ ଯୋଗେଶ୍ୱର ଦତ୍ତ, ଗୀତା ଓ ବବିତା ଫୋଗତ୍‌ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଭଉଣୀ ଭିନେଶଙ୍କ ଭଳି ପ୍ରତିଭାସମ୍ପନ୍ନ ରେସଲ୍‌ର ସୃଷ୍ଟି ହେଲେ। ସାକ୍ଷୀ ମଲିକ ରିଓରେ ବ୍ରୋଞ୍ଜ ଜିତିଥିବାବେଳେ ବଜରଙ୍ଗ ପୁନିଆ, ରବି ଡାହିୟା ଓ ଦୀପ ପୁନିଆ ବିଶ୍ୱ ପଦକ ବିଜେତା ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri