ଅଧାପନ୍ତରିଆ ଛାତ୍ରାବାସ, ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ର

ନୂଆଗଡ଼,୧୭ା୧୨: ସାତ ବର୍ଷ ପୁରିବାକୁ ଗଲାଣି ହେଲେ ସରିନି କାର୍ଯ୍ୟ। ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି ଠିକା ସଂସ୍ଥା। ଅଧପନ୍ତରିଆ ଭାବେ ପଡ଼ି ରହିଛି ଛାତ୍ରାବାସ। ହଷ୍ଟେଲର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶ୍ରେଣୀ ଗୃହରେ ରହୁଛନ୍ତି ଛାତ୍ର। ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କାର୍ଯ୍ୟ ହେବାର ନା ଧରୁନି। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳରେ ଅବସ୍ଥିତ ଲୁହାଙ୍ଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୪୦ ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି। ଛାତ୍ରାବାସ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ସୂଚନା ପ୍ରକାରେ, ଏହି ବିଦ୍ୟାଳୟରେ ଦୂରଦୂରାନ୍ତର ପ୍ରଥମରୁ ପଞ୍ଚମ ଶ୍ରେଣୀ ଆଦିବାସୀ ଛାତ୍ରମାନଙ୍କ ନିମନ୍ତେ ହଷ୍ଟେଲ ମଧ୍ୟରେ ରହି ପାଠ ପଢ଼ିବା ବ୍ୟବସ୍ଥା ରହିଛି। ତେବେ ବିଦ୍ୟାଳୟ ପରିସରଠାରେ ରହିଥିବା ପୁରାତନ ଛାତ୍ରାବାସ କୋଠାକୁ ଭଗ୍ନ କରି ୨୦୧୫ ସାଲରୁ ଏଠାରେ ପୁଣି ଏକ ନୂତନ ଭାବେ ୪୦ ଜଣ ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ ଆଇଟିଡିଏ ବିଭାଗ ପକ୍ଷରୁ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରାବାସର କାର୍ଯ୍ୟକୁ ସମ୍ପୂର୍ଣ୍ଣ ନକରି ଅଧପନ୍ତରିଆ ଭାବେ ରଖି ଠିକା ସଂସ୍ଥା ଛାଡ଼ି ଚାଲି ଯାଇଛି। ଆଜକୁ ପ୍ରାୟ ଦୀର୍ଘ ୭ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାତ୍ରାବାସ ପଡ଼ି ରହିଛି। ଏ ବିଷୟ ନେଇ ବାରମ୍ବାର ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ଏବଂ ଗ୍ରିଭେନ୍ସରେ ଜଣାଇ ଆସୁଥିଲେ ମଧ୍ୟ ଛାତ୍ରାବାସ କାର୍ଯ୍ୟ ଆରମ୍ଭ ହେବାର ନା ଧରୁନଥିବା ଅଭିଯୋଗ ହୋଉଛି। ତେଣୁ ହଷ୍ଟେଲ ଛାତ୍ରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରାବାସ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ହଷ୍ଟେଲ ଛାତ୍ର ମାନଙ୍କୁ ୨ଟିଶ୍ରେଣୀ କକ୍ଷ ମଧ୍ୟରେ ରଖାଯାଇଛି। ସେମାନଙ୍କ ନିମନ୍ତେ ନା ଅଛି ଖଟର ବ୍ୟବସ୍ଥା, ନା ଅଛି ସେଜର ବ୍ୟବସ୍ଥା, ନା ଅଛି ମନୋରଞ୍ଜନ ନିମନ୍ତେ ଟିଭି ବ୍ୟବସ୍ଥା। ସେମାନେ ଶୀତ କାକରରେ ବାଧ୍ୟହୋଇ ତଳେ ଶୋଥିବା ପ୍ରକାଶ କରନ୍ତି। ଛାତ୍ରାବାସର ଅଟକଳ ମୂଲ୍ୟ କିମ୍ବା କାର୍ଯ୍ୟର ଅବଧି ବିଷୟରେ କୌଣସି ସୂଚନା ଲେଖା ନଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ଚଳିତ ବର୍ଷ ୨୨୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ କେବଳ ୫ଟି ଶ୍ରେଣୀ କକ୍ଷ ଅଛି। ଶ୍ରେଣୀ କକ୍ଷ ଅଭାବ ସକାଶେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଛାତ୍ରାବାସ ଭିତରେ ଏବଂ ଶ୍ରେଣୀ ଗୃହ ବାରଣ୍ଡାରେ ବସି ପାଠ ପଢୁଥିବା ମଧ୍ୟ ଦେଖିବାକୁ ମିଳିଛି। ତୁରନ୍ତ ପ୍ରଶାସନ ଉଚିତ ପଦକ୍ଷେପ ନେଇ ଅସମ୍ପୂର୍ଣ୍ଣ ଛାତ୍ରାବାସ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହଷ୍ଟେଲ ଛାତ୍ରମାନଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri