Posted inଜାତୀୟ

ବଡ଼ ଭାଇ ଚାଲିଗଲେ, ସାନ ଭାଇ ଏବେ ବେଡ୍‌ରେ: ହସ୍ପିଟାଲ ବାହାରର କରୁଣ ଦୃଶ୍ୟ

ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଘାତକ ରୂପ ଧାରଣ କରିଛି। ଏହି ମହାମାରୀ କାହା ଜୀବନ ନେଇଯାଉଛି ତ ଆଉ କେହି ଚିକିତ୍ସା ପାଇଁ ହସ୍ପିଟାଲ ବାହାରେ ଦିନ ଦିନ ଅପେକ୍ଷା କରିବାକୁ ପଡୁଛି। ଏହି ସମୟରେ ଉତ୍ତର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ଟ୍ରମା ସେଣ୍ଟରରେ ଏକ ହୃଦୟ ବିଦାରକ ଦୃଶ୍ୟ ଆସିଛି। ଏଠାରେ ଭାନୁ ପ୍ରତାପ ନାମ ଜଣେ ବ୍ୟକ୍ତି ହସ୍ପିଟାଲ ବାହାରେ ଭୋ ଭୋ ହୋଇ କାନ୍ଦୁଛନ୍ତି। ସେ କାନ୍ଦି କାନ୍ଦି କହୁଛନ୍ତି, ପରଦିନ ମୋ ବଡ ଭାଇ ଚାଲିଗଲେ, ସାନ ଭାଇ ଗୁରୁତର ଅବସ୍ଥାରେ ଏବେ ବେଡ୍‌ରେ ଅଛନ୍ତି। ଏଭଳି ପରିସ୍ଥିତିରେ ହସ୍ପିଟାଲରେ ବେଡ୍‌ ନ ଥିବାରୁ ସେ ବାହାରେ ପଡିଛନ୍ତି। ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଛି। କିନ୍ତୁ ମୁଁ କିଛି କରିପାରୁ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ପ୍ରତିଦିନ ହରାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

ନୂଆ ରାଜନୈତିକ ଆନ୍ଦୋଳନ ଆରମ୍ଭକଲେ ଆନ୍ନାମଲାଇ

ଚେନ୍ନାଇ,୬ା୬: ତାମିଲନାଡୁ ଭାଜପାର ପୂର୍ବତନ ସଭାପତି କେ. ଆନ୍ନାମଲାଇଙ୍କ ଇସ୍ତଫାପତ୍ରକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗ୍ରହଣ କରିବା ପରେ ସେ ‘ଓ୍ବି ଦି ଲିଡର୍ସ’…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ମମତାଙ୍କ ଟେନ୍‌ସନ୍‌ ବଢିଲା: ଘରେ ଡାକିଥିଲେ ବୈଠକ, ଯୋଗଦେଲେ ମାତ୍ର…

କୋଲକାତା,୬ା୬:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମମତା ବାନାର୍ଜୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପୂର୍ବରୁ ସେ ଡାକିଥିବା ଏକ…

ଆଜି ଦିଲ୍ଲୀରେ ଗର୍ଜିବ କକ୍‌ରୋଚ୍‌ ଜନତା ପାର୍ଟି: ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ,୬ା୬:କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ‘x’ରେ ଶୁକ୍ରବାର ସୂଚନା ଦିଆଯାଇଛି। ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri