ଗଛ ବଦଳାଇ ଦେବ ଭାଗ୍ୟ

ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ! ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥା’ନ୍ତି। ହେଲେ ଜାଣିଛନ୍ତି କି, ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଏକ ଗଛ ଅଛି, ଯାହାକୁ ଘରେ ଲଗାଇବା ଦ୍ୱାରା ଧନବୃଦ୍ଧି ହେବା ସହ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ। ସେ ଗଛଟି କ’ଣ ଜାଣନ୍ତି? ତାହା ହେଉଛି ମନିପ୍ଲାଣ୍ଟ। ହେଲେ ଏହି ମନିପ୍ଲାଣ୍ଟକୁ ସଠିକ୍‌ ଦିଗରେ ଲଗାଇ ଏହାର ଉତ୍ତମ ଯତ୍ନ ନ ନେଲେ ବେଳେବେଳେ ଫଳ ଓଲଟା ବି ମିଳିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହର ଆଗ୍ନେୟ କୋଣରେ ଏହି ବୃକ୍ଷକୁ ଲଗାଇଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତା’ଛଡ଼ା ଏହି ବୃକ୍ଷକୁ ଏମିତି ଲଗାଇବା ଦରକାର ଯେମିତିକି ଏହାର ଡାଳ ଓ ପତ୍ର ଊର୍ଦ୍ଧ୍ୱଗାମୀ ହୋଇ ବଢ଼ୁଥିବ। ମାଟି ଉପରେ ବା ତଳେ ଏହା ବଢ଼ିଲେ ଗୃହରେ ବାସ୍ତୁ ସମସ୍ୟା ଉପୁଜିଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଏହି ଗଛର ପତ୍ର ଯେତେ ସବୁଜ ଶ୍ୟାମଳ ହୋଇ ରହିବ ସେତେ ଭଲ। ତେଣୁ ଯେତେବେଳେ ଉକ୍ତ ଗଛର ପତ୍ର ଶୁଖିଯାଏ ବା ହଳଦିଆ ହୋଇଯାଏ, ସେତେବେଳେ ଏହାକୁ ଛିଣ୍ଡାଇଦେବା ଦରକାର; ନଚେତ୍‌ ଏହାର କୁ-ପ୍ରଭାବ ଘର ଉପରେ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri