Posted inଜାତୀୟ

ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ସେନାମୁଖ୍ୟ

ନୂଆଦିଲ୍ଲୀ,୧୮।୪: ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ନୂଆ ସେନା ମୁଖ୍ୟ ହେବେ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାର ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଭାବେ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପ୍ରିଲ ୩୦ରେ ମନୋଜ ପାଣ୍ଡେଙ୍କୁ ଭାରତୀୟ ସେନାର ଦାୟିତ୍ୱ ଦିଆଯିବ। ମନୋଜ ପାଣ୍ଡେ ଦେଶର ପ୍ରଥମ ଇଞ୍ଜିନିୟର, ଯାହାଙ୍କୁ ସେନାମୁଖ୍ୟଙ୍କ ଦାୟିତ୍ୱ ମିଳିବ। ବର୍ତ୍ତମାନର ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଭଣେ ଚଳିତ ମାସ ଶେଷରେ ଅବସର ନେବେ। ନରଭଣେଙ୍କ ପରେ ମନୋଜ ପାଣ୍ଡେ ସେନାର ସବୁଠାରୁ ବରିଷ୍ଠ ଅଧିକାରୀ ଥିବାରୁ ତାଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ଅନ୍ୟପଟେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ପଦବୀ ପ୍ରତିଯୋଗିତାରେ ଜେନେରାଲ ଏମ୍‌ ନରଭଣେ ଆଗରେ ଥିବା ଚର୍ଚ୍ଚା ହେଉଛି। ୩୯ବର୍ଷର କ୍ୟାରିୟରରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପଶ୍ଚିମ ଥିଏଟରରେ ଏକ ଇଞ୍ଜିନିୟର ବ୍ରିଗେଡ, ଲଦାଖ ସେକ୍ଟରରେ ଏକ ପର୍ବତୀୟ ବିଭାଗ ଏବଂ ଉତ୍ତର-ପୂର୍ବରେ ଏକ କୋରର ଦାୟିତ୍ୱ ସମ୍ଭାଳିଛନ୍ତି। ପୂର୍ବୀ କମାଣ୍ଡରର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର କମାଣ୍ଡର-ଇନ୍‌-ଚିଫ୍‌ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବାକୁ ଯାଉଛି କାଜୁ, କିସ୍‌ମିସ୍‌ ମୂଲ୍ୟ

ନୂଆଦିଲ୍ଲୀ,୧୯।୮ : ଭାରତରେ କାଜୁ, କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିପାରେ। କାରଣ ଭାରତ ସହ ଆଫଗାନିସ୍ତାନର ଆମଦାନୀ ଓ ରପ୍ତାନୀ ଉପରେ ରୋକ...

ପ୍ରକୃତ କୃଷକ କ୍ଷେତରେ କାମ କରୁଛନ୍ତି: କୈଳାଶ ଚୌଧୁରୀ

ନୂଆଦିଲ୍ଲୀ,୬ ।୧୨: ଗତ ପ୍ରାୟ ୧୧ ଦିନ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏବେ କେନ୍ଦ୍ର...

୬୦ ବର୍ଷରେ ୪୦% ଚନ୍ଦ୍ର ଅଭିଯାନ ବିଫଳ

ନୂଆଦିଲ୍ଲୀ,୮ା୯(ପି.ଟି.): ଗତ ୬ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ଚନ୍ଦ୍ର ଅଭିଯାନ ମିଶନ ବିଫଳ ହୋଇଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍‌ ଫ୍ୟାକ୍ଟ...

ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା

କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ...

ଟିକାକରଣ ପାଇଁ ଆବଶ୍ୟକ ୮୦ ହଜାର କୋଟି: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୧୯।୧୨: ଭାରତରେ ଟିକାକରଣ ପାଇଁ ଆସନ୍ତା ବର୍ଷ ସୁଦ୍ଧା ୮୦ ହଜାର କୋଟି ଟଙ୍କା ଆବଶ୍ୟକ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି।...

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

ଡରାଇ ଚାଲିଛି କରୋନା: ୨୪ ଘଣ୍ଟାରେ ୨୪ହଜାର ଅତିକ୍ରମ କରି ପୁଣି କଲା ରେକର୍ଡ

ନୂଆଦିଲ୍ଲୀ,୫।୭: ସମସ୍ତଙ୍କ ଚିନ୍ତା ବଢାଇ ଚାଲଛି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣର ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ...

ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା

ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି।...

Advertisement
Archives

Model This Week