ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ କୋହଲା ପବନ ଯୋଗୁ ଗୁରୁବାର ସନ୍ଧ୍ୟା ପୂର୍ବରୁ ସହର ଜନ ଶୂନ୍ୟ ହୋଇଥିଲା।

ଶୁକ୍ରବାର ପାଣିପାଗ ବିଭାଗର ସୂଚନା ଅନୁସାରେ ସକାଳ ସୁଧା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୫ ଡିଗ୍ରୀ ଦାରିଙ୍ଗବାଡ଼ିରେ ୫.୬ ଡିଗ୍ରୀ ରହିଛି।

ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ନେଇ ଅଞ୍ଚଳବାସୀ କହୁଛନ୍ତି। ଅତ୍ୟଧିକ ଥଣ୍ଡା ଯୋଗୁ ସକାଳ ୧୦ଟା ଯାଏ ଘରୁ ବାହାରିବା ମୁସ୍କିଲ ହେଉଛି।

ଜି.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ପ୍ରଭାବିତ ହେଉଛନ୍ତି। ଏଠାରେ ଶୀତ ଋତୁରେ ଏମିତି ଥଣ୍ଡା ହେବାର ନଜିର ରହିଛି। କିନ୍ତୁ ତାପମାପକ ଯନ୍ତ୍ର ନ ଥିବା ଯୋଗୁ ପୂର୍ବରୁ ଏଠାକାର ଶୀତ ଦିନେ ତାପମାତ୍ରା ଲୋକ ଲୋଚନକୁ ଆସିପାରୁ ନ ଥିଲା। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ଦାବି ହେଉଛି। ଜି.ଉଦୟଗିରିରେ ବିଗତ ୬ ଦିନ ହେବ ୫ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଏପଟେ ଶୀତର ମଜା ନେବା ପାଇଁ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri