ଟ୍ରମ୍ପ୍‌ଙ୍କ ବିରୋଧରେ ନିମ୍ନ ସଦନ

ଓ୍ବାଶିଂଟନ୍‌, ୧୪ା୧: ପରାଜୟ ପରେ ବି କ୍ଷମତାମୋହ ଯୋଗୁ ଦଙ୍ଗା ଉସୁକାଇବା ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ନେଇ ବୁଧବାର ନିମ୍ନ ସଦନ ଅର୍ଥାତ ପ୍ରତିନିଧି ସଭାରେ ମତଦାନ ହୋଇଛି। ମହାଭିଯୋଗ ପ୍ରମାଣିତ ହେବା ପାଇଁ ୨୧୮ ଭୋଟ ଜରୁରୀ ଥିବାବେଳେ ପ୍ରସ୍ତାବ ସପକ୍ଷରେ ୨୨୦ ଭୋଟ ପଡିଛି। ଏଥିରୁ ୫ ଖଣ୍ଡ ଭୋଟ ହେଉଛି ରିପବ୍ଲିକାନ ସଦସ୍ୟଙ୍କର। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ପ୍ରସ୍ତାବ ଗୃହୀତ ହେବା ପରେ ଏବେ ଏହାକୁ ସିନେଟକୁ ଶୁଣାଣି ପାଇଁ ପଠାଯିବ। ଉଚ୍ଚ ସଦନ ସିନେଟ୍‌ରେ ସଦସ୍ୟମାନେ ଜୁରି ଭଳି କାର୍ଯ୍ୟ କରିବେ ଏବଂ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ ଅଥବା ଦୋଷମୁକ୍ତ ପାଇଁ ମତଦାନ କରିବେ। ଟ୍ରମ୍ପ୍‌ ଦୋଷୀ ହେଲେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଯିବ। ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କୁ ବର୍ତ୍ତମାନ ପାଇଁ (ଜାନୁୟାରୀ ୨୦ ପର୍ଯ୍ୟନ୍ତ) ଅବସ୍ଥାପିତ କରାଯିବ। ଏହା ସହ ଟ୍ରମ୍ପ୍‌ଙ୍କୁ ରାଜନୈତିକ ଅଯୋଗ୍ୟ ହେବାକୁ ପଡ଼ିବ। ଫଳରେ ୨୦୨୪ରେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ମହତ୍ତ୍ୱାକାଂକ୍ଷୀ ନେତା ଟ୍ରମ୍ପ୍‌ଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ୬ ଦିନ ବାକି ଥିବାବେଳେ ତାଙ୍କୁ ପଦରୁ ହଟାଇବା ପାଇଁ ସିନେଟ୍‌ର ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ବୁଧବାର ଏହା ଉପରେ ଭୋଟିଂ ପୂର୍ବରୁ ବିତର୍କ କରଯାଇଥିଲା। କ୍ୟାପିଟୋଲ ହିଲ୍‌ ଦଙ୍ଗା ଘଟଣାରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦାୟୀ କରାଯାଇ ତାଙ୍କୁ ପଦରୁ ହଟାଯିବାକୁ ଡେମୋକ୍ରାଟିକ ଦଳ ଦାବି କରିଥିଲା। ଜଣେ ନିର୍ବାଚିତ ରାଷ୍ଟ୍ରପତି
ଦାୟିତ୍ୱ ତୁଲାଇବାରେ ସକ୍ଷମ ନ ଥିବାରୁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ କ୍ଷମତାର ଉପଯୋଗ କରି ସଂଶୋଧନ ୨୫ ମାଧ୍ୟମରେ ଟ୍ରମ୍ପଙ୍କୁ ବହିଷ୍କାର କରନ୍ତୁ ବୋଲି ପେନ୍ସଙ୍କୁ ବାଚସ୍ପତି ନାନ୍ସି ପେଲୋସି ପତ୍ର ଲେଖିଥିଲେ। ହେଲେ କ୍ୟାବିନେଟ ସଦସ୍ୟମାନେ ଏହି ପଦକ୍ଷେପ ନେବାକୁ ରାଜି ନ ଥିବା କହି ପେନ୍ସ ସଂଶୋଧନ ୨୫ ଲାଗୁ କରିବାକୁ ମନା କରିଦେଇଥିଲେ। ଏ ନେଇ ମଙ୍ଗଳବାର ପେନ୍ସ ଚିଠି ଲେଖି ଉତ୍ତର ରଖିଥିଲେ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଏହା ଆଦୌ ରାଷ୍ଟ୍ର ସପକ୍ଷରେ ନୁହେଁ ବୋଲି ପେନ୍ସ କହିଥିଲେ। ଫଳରେ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ଉପରେ ବିତର୍କ ଆରମ୍ଭ ହୋଇଥିଲା। ଟ୍ରମ୍ପଙ୍କ ରିପବ୍ଲିକାନ ଦଳର କେତେଜଣ ସଦସ୍ୟ ମଧ୍ୟ ମହାଭିଯୋଗ ସପକ୍ଷରେ ଭୋଟ ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ।
ଟ୍ରମ୍ପ୍‌ ଆମେରିକାର ଏକ ମାତ୍ର ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇଥର ମହାଭିଯୋଗ ଆଗତ ହୋଇଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାବେଳେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଛବିକୁ ମଳିନ କରିବାକୁ ଟ୍ରମ୍ପ୍‌ ଉଦ୍ୟମ କରିଥିଲେ। ଅଭିଯୋଗ ଆସିଥିଲା ଯେ, ଟ୍ରମ୍ପ ଏଥିପାଇଁ ୟୁକ୍ରେନର ସହାୟତା ନେଇଥିଲେ। ଜୋ ବାଇଡେନ୍‌ ଓ ତାଙ୍କ ପୁଅ ହଣ୍ଟର ବାଇଡେନ୍‌ ୟୁକ୍ରେନ ସହ ବେଆଇନ ଭାବେ ବ୍ୟାପକ ଅର୍ଥ କାରବାର କରିଥିବା କହି ଟ୍ରମ୍ପ୍‌ ନିଜ ଛବିକୁ ସୁଦୃଢ଼ କରିବାକୁ ଚାହୁଁଥିଲେ। ଏ ନେଇ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କାଏଙ୍କ ସହ କଥା ହେବା ଘଟଣା ଗୋଇନ୍ଦା ବିଭାଗ ଜାଣିବା ପରେ ଏହା ସାମ୍‌ନାକୁ ଆସିଥିଲା। ଏପରିକି ଟ୍ରମ୍ପ ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଉଥିଲେ ବୋଲି କୁହାଯାଇଥିଲା। ଏହା ନ କଲେ ୟୁକ୍ରେନକୁ ଦିଆଯାଉଥିବା ସାମରିକ ସହାୟତା ରୋକିଦେବାକୁ ଟ୍ରମ୍ପ୍‌ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ମହାଭିଯୋଗ ଚାଲିଥିଲେ ହେଁ ତାହା ସାବ୍ୟସ୍ତ ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଗତ ୬ ତାରିଖରେ କ୍ୟାପିଟୋଲ ବିଲ୍ଡିଂରେ ଟ୍ରମ୍ପଙ୍କ ସମର୍ଥକମାନେ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri