ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର ଏବେ ଦ୍ରୁତ ହୋଇଛି। ଫଳରେ ଡିଜିଟାଲ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିତ୍ତୀୟ କମ୍ପାନୀ ରେଜରପେ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ଜରିଆରେ ମୋବାଇଲ ଦ୍ୱାରା ନେଣଦେଣ ସୁବିଧା ୧୨୦% ବଢ଼ିଛି। ଏହା ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ମୋବାଇଲ ଓ୍ବାଲେଟକୁ ମଧ୍ୟ ପଛରେ ପକାଇ ଦେଇଛି। ଟାୟାର ୨ ଏବଂ ୩ ସହରଗୁଡିକରେ ଡିଜିଟାଲ ନେଣଦେଣକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଲକଡାଉନ ସମୟରେ ଡିଜିଟାଲ ନେଣଦେଣ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା।
ବଜାରର ସ୍ଥିତି ସ୍ବାଭାବିକ ହେବା କାରଣରୁ ପରେ ଏଥିରେ ୨୩% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ରିପୋର୍ଟ ମୁତାବକ, ୨୦୧୯ ତୁଳନାରେ ୨୦୨୦ରେ ଅନ୍‌ଲାଇନ ନେଣଦେଣରେ ୮୦% ବୃଦ୍ଧି ରେକର୍ଡ କରାଯାଇଛି। ଗ୍ରାହକ ଏବଂ କମ୍ପାନୀଗୁଡିକ ଡିଜିଟାଲ ନେଣଦେଣକୁ ଅଧିକ ପସନ୍ଦ କରୁଥିବା କୁହାଯାଉଛି। ଗତ ବର୍ଷ ଶେଷ ୬ ମାସରେ ଫିନ୍‌କର୍ପ କମ୍ପାନୀଗୁଡିକର କାରବାରରେ ମଧ୍ୟ ସୁଧାର ପରିଲକ୍ଷିତ ହେଉଛି। ୨୦୨୦ ଜୁଲାଇ-ଡିସେମ୍ବର ସମୟରେ ଡିଜିଟାଲ ନେଣଦେଣ ଏହାର ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୭୩% ବଢିଥିବା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର

ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍‌ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା...

ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ହଟିଲା

ନୂଆଦିଲ୍ଲୀ,୧୪-୯: ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଆଶ୍ୱସ୍ତ କରି ପ୍ରିମିୟମ ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ଯୋଜନାକୁ ହଟାଇ ଦେଇଛି। ଏଥିସହିତ ଏହି ଗାଡ଼ିରେ ସ୍ଲିପର କୋଚ୍‌...

ଗ୍ରାହକଙ୍କ ରୁଚିକୁ ଦେଖି ସେବା

ଜଗନ୍ନାଥ ଧାମ ପୁରୀ ହୋଟେଲ ଶିଳ୍ପ ପାଇଁ ବେଶ୍‌ ପରିଚିତ। ଏହି ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସହରରେ ୧୯୮୦ ଦଶକରେ ସ୍ବର୍ଗତ ଲଡୁଗୋପାଳ ପାତ୍ର ହୋଟେଲ...

ନୀତା ଅମ୍ବାନୀ ବୋହୂ ଶ୍ଲୋକାଙ୍କୁ ମୁଁହ ଦେଖାରେ ଦେଇଥିଲେ ଏହି ଉପହାର: ଶୁଣିଲେ ଉଡିଯିବ ହୋସ୍‌

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶଙ୍କର ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା।...

‘ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ’

ନୂଆଦିଲ୍ଲୀ,୨୨।୨:  ଦେଶର ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ। ସରକାର ଫାସିଲିଟେଟର ବା ସୁବିଧା ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଦେଶର...

ଖାଉଟି ମୂଲ୍ୟସୂଚୀ ୩୨୯ ପଏଣ୍ଟ

ଭୁବନେଶ୍ୱର,୩୦ା୫:ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୨୬ ପଏଣ୍ଟ ଥିଲା। ଏପ୍ରିଲରେ ଏଥିରେ ୩ ପଏଣ୍ଟ ବୃଦ୍ଧି ଘଟି...

ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ,୬-୭: ବଜେଟରେ କେନ୍ଦ୍ର ସରକାର ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ ରଖିଛନ୍ତି। ୨୦୧୮ରୁ ୨୦୩୦ ସୁଦ୍ଧା ଦେଶର ରେଳ ଭିତ୍ତିଭୂମିରେ ୫୦ ଲକ୍ଷ କୋଟି...

ଲକ୍‌ଡାଉନରେ ଏମ୍‌ଜିଏନ୍‌ଆର୍‌ଇଜିଏରୁ ରୋଜଗାର

ନୂଆଦିଲ୍ଲୀ,୪। ୫: ଲକ୍‌ଡାଉନ ସମୟରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ...

Advertisement


Archives

Model This Week

Why Dharitri