କଳିଙ୍ଗ ମଡେଲ ସ୍କୁଲ ପରିସରରେ ନିମ୍ନମାନର ସିସି ରୋଡ୍‌

ବିଷମକଟକ,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ ପରିସରରେ ସିସି(ସିମେଣ୍ଟ କଂକ୍ରିଟ)ରୋଡ୍‌ କାମ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ୨୦୨୨ ରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନରେ ସିସି ରୋଡ୍‌, ସୁରକ୍ଷା କାନ୍ଥ ଓ ପାଚେରୀ ପାଇଁ ଟେଣ୍ଡର କରାଯାଇଥିଲା। ଏକ ଘରେଇ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ହେଲେ ରାସ୍ତାକାମ ସମୟରେ ବିଭାଗ ପକ୍ଷରୁ କେହିି ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ନ ରହିବାର ସୁଯୋଗ ନେଇ ଘରୋଇ ଠିକାସଂସ୍ଥା ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି।
ନିୟମ ଅନୁଯାୟୀ, ରାସ୍ତାକାମ ବେଳେ ପ୍ରଥମେ ମାଟିତଳେ ୨ ଇଞ୍ଚ ବାଲି ବିଛାଇବା ଆବଶ୍ୟକ। ଏହାପରେ ପାଣି ପକାଇବା ପରେ ୪ ଇଞ୍ଚର ମେଟାଲ କଂକ୍ରିଟ ଦେବା ସହ କାମକୁ ମଜବୁତ କରିବା ପାଇଁ ଅତ୍ୟାଧୁନିକ ଭାଇବ୍ରେଟର ମେଶିନ ବ୍ୟବହାର କରିବା ନିୟମ ରହିଛି। ପରେ ୪ ଇଞ୍ଚର ଚିପ୍ସ କଂକ୍ରିଟ ମଜବୁତ କରିବା ପାଇଁ ଏଠରେ ମଧ୍ୟ ଭାଇବ୍ରେଟର ମେଶିନ ବ୍ୟବହାର ହେବା କଥା। ହେଲେ ଏହି ଏଠାରେ ଚାଲିଥିବା ସିସିରୋଡ୍‌ କାମରେ ସେଭଳି କରାଯାଉନାହିଁ। ଭାଇବ୍ରେଟର ମେଶିନ ବ୍ୟବହାର କରାଯାଉନି। ସେହିପରି ମାଟିତଳେ ବାଲି ନ ବିଛାଇବା, ୪ ଇଞ୍ଚ ମେଟାଲ ଓ ଚିପ୍ସ ବଦଳରେ ୩ ଇଞ୍ଚ ବ୍ୟବହାର କରିଥିବା ଜଣାପଡ଼ିଛି। ଏହି ସ୍କୁଲର ୩ ଶହ ମିଟର ସିସି ରୋଡ୍‌ର କାମ ଆରମ୍ଭ ହେବା ସମୟରୁ ପୋଲିସ ହାଉସିଂ ବୋର୍ଡ ପକ୍ଷରୁ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ କାର୍ଯ୍ୟ ସମୟରେ ଉପସ୍ଥିତ ନ ଥିବାରୁ ଠିକାସଂସ୍ଥା ବେନିୟମରେ କାମ କରୁଥିବା ଅଭିଯୋଗ ହେଉଛି। ଏ ନେଇ ଅଭିଯୋଗ ହେବା ପରେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ପହଞ୍ଚି ନିମ୍ନମାନର କାମ ହେଉଥିବା ଦେଖି ନିର୍ମାଣ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ଏଭଳି କାର୍ଯ୍ୟକୁ ବିଷମକଟକ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି। ରାସ୍ତାକାମର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ନେଇ ଦାୟିତ୍ୱରେ ଥିବା ପୋଲିସ ହାଉସିଂ ବୋର୍ଡର ଜଏଣ୍ଟ ମ୍ୟାନେଜର ସୁବାସ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାର୍ଯ୍ୟସ୍ଥଳକୁ ଯାଇ ତଦନ୍ତ କରିବା ପରେ ନିମ୍ନମାନର କାମ ହୋଇଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି। ଏଥିସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଅଧାକାମ ସରିଥିବାବେଳେ ନିମ୍ନମାନର କାମ ନେଇ କେହି ଜାଣି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ହାଇସିଂ ବୋର୍ଡ ପକ୍ଷରୁ କରାଯାଉଥିବା କାମ ସବୁବେଳେ ଉନ୍ନତମାନର ହେଉଥିବା ନଜିର ରହିଛି। ହେଲେ ଏଠାରେ ନିମ୍ନମାନର କାମ ଜଣାପଡ଼ିବା ପରେ ପୋଲିସ ହାଉସିଂ ବୋର୍ଡର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri