କଳିଙ୍ଗ ମଡେଲ ସ୍କୁଲ ପରିସରରେ ନିମ୍ନମାନର ସିସି ରୋଡ୍‌

ବିଷମକଟକ,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ ପରିସରରେ ସିସି(ସିମେଣ୍ଟ କଂକ୍ରିଟ)ରୋଡ୍‌ କାମ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ୨୦୨୨ ରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନରେ ସିସି ରୋଡ୍‌, ସୁରକ୍ଷା କାନ୍ଥ ଓ ପାଚେରୀ ପାଇଁ ଟେଣ୍ଡର କରାଯାଇଥିଲା। ଏକ ଘରେଇ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ହେଲେ ରାସ୍ତାକାମ ସମୟରେ ବିଭାଗ ପକ୍ଷରୁ କେହିି ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ନ ରହିବାର ସୁଯୋଗ ନେଇ ଘରୋଇ ଠିକାସଂସ୍ଥା ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି।
ନିୟମ ଅନୁଯାୟୀ, ରାସ୍ତାକାମ ବେଳେ ପ୍ରଥମେ ମାଟିତଳେ ୨ ଇଞ୍ଚ ବାଲି ବିଛାଇବା ଆବଶ୍ୟକ। ଏହାପରେ ପାଣି ପକାଇବା ପରେ ୪ ଇଞ୍ଚର ମେଟାଲ କଂକ୍ରିଟ ଦେବା ସହ କାମକୁ ମଜବୁତ କରିବା ପାଇଁ ଅତ୍ୟାଧୁନିକ ଭାଇବ୍ରେଟର ମେଶିନ ବ୍ୟବହାର କରିବା ନିୟମ ରହିଛି। ପରେ ୪ ଇଞ୍ଚର ଚିପ୍ସ କଂକ୍ରିଟ ମଜବୁତ କରିବା ପାଇଁ ଏଠରେ ମଧ୍ୟ ଭାଇବ୍ରେଟର ମେଶିନ ବ୍ୟବହାର ହେବା କଥା। ହେଲେ ଏହି ଏଠାରେ ଚାଲିଥିବା ସିସିରୋଡ୍‌ କାମରେ ସେଭଳି କରାଯାଉନାହିଁ। ଭାଇବ୍ରେଟର ମେଶିନ ବ୍ୟବହାର କରାଯାଉନି। ସେହିପରି ମାଟିତଳେ ବାଲି ନ ବିଛାଇବା, ୪ ଇଞ୍ଚ ମେଟାଲ ଓ ଚିପ୍ସ ବଦଳରେ ୩ ଇଞ୍ଚ ବ୍ୟବହାର କରିଥିବା ଜଣାପଡ଼ିଛି। ଏହି ସ୍କୁଲର ୩ ଶହ ମିଟର ସିସି ରୋଡ୍‌ର କାମ ଆରମ୍ଭ ହେବା ସମୟରୁ ପୋଲିସ ହାଉସିଂ ବୋର୍ଡ ପକ୍ଷରୁ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ କାର୍ଯ୍ୟ ସମୟରେ ଉପସ୍ଥିତ ନ ଥିବାରୁ ଠିକାସଂସ୍ଥା ବେନିୟମରେ କାମ କରୁଥିବା ଅଭିଯୋଗ ହେଉଛି। ଏ ନେଇ ଅଭିଯୋଗ ହେବା ପରେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ପହଞ୍ଚି ନିମ୍ନମାନର କାମ ହେଉଥିବା ଦେଖି ନିର୍ମାଣ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ଏଭଳି କାର୍ଯ୍ୟକୁ ବିଷମକଟକ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି। ରାସ୍ତାକାମର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ନେଇ ଦାୟିତ୍ୱରେ ଥିବା ପୋଲିସ ହାଉସିଂ ବୋର୍ଡର ଜଏଣ୍ଟ ମ୍ୟାନେଜର ସୁବାସ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାର୍ଯ୍ୟସ୍ଥଳକୁ ଯାଇ ତଦନ୍ତ କରିବା ପରେ ନିମ୍ନମାନର କାମ ହୋଇଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି। ଏଥିସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଅଧାକାମ ସରିଥିବାବେଳେ ନିମ୍ନମାନର କାମ ନେଇ କେହି ଜାଣି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ହାଇସିଂ ବୋର୍ଡ ପକ୍ଷରୁ କରାଯାଉଥିବା କାମ ସବୁବେଳେ ଉନ୍ନତମାନର ହେଉଥିବା ନଜିର ରହିଛି। ହେଲେ ଏଠାରେ ନିମ୍ନମାନର କାମ ଜଣାପଡ଼ିବା ପରେ ପୋଲିସ ହାଉସିଂ ବୋର୍ଡର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ପେଟରେ ଥିଲା ଭୋକ, ଆଖିରେ ଥିଲା ସ୍ବପ୍ନ: ଏବେ ଏସିଆନ ଗେମ୍ସରେ ଭାରତ ପାଇଁ ପଦକ ଜିତିଲେ କ୍ୟାବ୍‌ ଡ୍ରାଇଭର

ନୂଆଦିଲ୍ଲୀ,୨୪।୯: ଜାପାନର ନାଗୋୟାରେ ପୁରୁଷ ଡବଲ ସ୍କଲ୍ସ ରୋଇଂ ଫାଇନାଲ ଶେଷ ହେବା ପରେ ଯେତେବେଳେ ଆକାଶରେ ଭାରତର ତ୍ରିରଙ୍ଗା ଉଡିଥିଲା,ସେତେବେଳେ ୨୦୦୦ ମିଟର ଓ୍ବାଟର କୋର୍ସରେ…

‘ବିରାଟ-ରୋହିତଙ୍କୁ ପାଇ ଶୁଭମନ ଗିଲ ଭାଗ୍ୟଶାଳୀ’, ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ କଥା

ନୂଆଦିଲ୍ଲୀ,୨୪।୯: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତରେ, ଶୁଭମନ ଗିଲ ଦିନିକିଆ କ୍ରିକେଟରେ ଜଣେ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିବେ। ଯଦିଓ ଏହି…

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?