ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ଆସନ୍ତା ଦୁଇଦିନ ମଧ୍ୟରେ ଏହି ଲଘୁଚାପ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଋତୁକାଳୀନ ମୌସୁମୀ ଅକ୍ଷରେଖା (ସିଜନାଲ ଟ୍ରପ୍‌) ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୋଇ ଉତ୍ତର ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଓଡ଼ିଶା ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ କେନ୍ଦ୍ର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହି ପାଣିପାଗ ସ୍ଥିତି ଯୋଗୁ ଆସନ୍ତା ସପ୍ତାହ ଧରି ଓଡ଼ିଶାର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ଗୁରୁବାର ରାତିରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।

ଶୁକ୍ରବାର ସକାଳୁ ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ କିଛି ସ୍ଥାନରେ ବର୍ଷା ଲାଗି ରହିଥିଲା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ମଧ୍ୟ ରାଜ୍ୟର ସମସ୍ତ ଜିଲାରେ ବର୍ଷା ଜାରି ରହିବ। ତେବେ ସମ୍ବଲପୁର, ଅନୁଗୋଳ, ସୋନପୁର, ବୌଦ୍ଧ ଏବଂ କନ୍ଧମାଳ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଜାରି ହୋଇଛି। ସେହିପରି କଟକ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବର୍ଷା ସମୟରେ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଶନିବାରଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କିରାଣୀଙ୍କ ପରଲୋକ: ବ୍ଲକଗ୍ରାଣ୍ଡ ସୁବିଧା ପାଇଁ ୨୦ ବର୍ଷ ଦୌଡ଼ି ଦୌଡ଼ି ଶେଷରେ…

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀ ସ୍ବରାଜ୍ୟ କୁମାର ରାଉଳ (୫୫) ବୁଧବାର ପ୍ରତ୍ୟୁଷରେ ପରଲୋକ ଗମନ କରିଛନ୍ତି। ସେ ବିଗତ…

ମହାପ୍ରଭୁଙ୍କ ବିଚିତ୍ର ଲୀଳା, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେଲେ ନୂଆ ଜୀବନ: ରିଷ୍ଟ ଖଣ୍ଡନ ହୋଇଗଲା କହି….

ନୟାଗଡ,୧୯।୮(ଲୋକନାଥ ମିଶ୍ର):ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାରରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏକ ବ୍ୟାଟେରୀ ସ୍କୁଟି ଜଳିଗଲା। ସ୍କୁଟି ଚାଳକ…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟଦେଇ ଗତି କରିବା ସହ ଦୁର୍ବଳ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri