Posted inରାଜ୍ୟ

୨୯ରେ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୯(ଅନିଲ ଦାସ): ଦକ୍ଷିଣ ଚାଇନା ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି। ଏହା ଆସନ୍ତା ୨୯ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମ୍ୟାନ୍‌ମାର ନିକଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ସେପ୍ଟେମ୍ବର ୩୦ ତାରିଖରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଦେଇ ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳ କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମ୍ବା ବେଳେ ବେଳେ ୬୦ରୁ ୭୦ କି.ମି. ରହିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କଟକ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଅକ୍ଟୋବର ୨ ତାରିଖ ଯାଏ ପ୍ରବଳ ବର୍ଷା ହେବ। ତେବେ ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବରରେ ସ୍ବାଭାବିକଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ହୋଇଥିବା ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୩ ତାରିଖ ଯାଏ ରାଜ୍ୟରେ ସ୍ବାଭାବିକ ଭାବେ ୧୧୧୪.୫ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୦୮୧ ମିଲିମିଟର । ରାଜ୍ୟର ୩୦ ଜିଲାରୁ ୨୮ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨ଟି ଜିଲା କେନ୍ଦ୍ରାପଡା ଓ ନବରଙ୍ଗପୁରରେ ସ୍ବାଭାବିକଠାରୁ କମ ବର୍ଷା ହୋଇଛି। ତେବେ ଆସନ୍ତା ଲଘୁଚାପ ବର୍ଷା ଏହାକୁ ଭରଣା କରିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?