ଲଘୁଚାପ ଘନୀଭୂତ, ୧୨ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କୋରାପୁଟ, ବୌଦ୍ଧ ଓ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ମଧ୍ୟ ଅଧିକ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ସୋନପୁର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୧୨ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୪୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳ ୪୪, ଛତ୍ରପୁର ୩୨, ପାରଳାଖେମୁଣ୍ଡି ୨୨.୬, ଭଦ୍ରକ ୨୨.୮, ଯାଜପୁର ୨୮, ଖୋର୍ଦ୍ଧା ୧୦, ଗୋପାଳପୁର ୨୬.୪, ଭୁବନେଶ୍ୱର ୧୭.୬, ତାଳଚେରରେ ୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୧୨ରୁ ୧୬ ତାରିଖ ଯାଏ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ୧୭ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡି.ଜି. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୦୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ସାନ ଭଉଣୀର ମୁଣ୍ଡ ଅଲଗା କରିବା ପରେ ବଡ଼ ଭଉଣୀର ଆତ୍ମହତ୍ୟା

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଫୁଲଝର ଗ୍ରାମର ଏକ ବନ୍ଦ ଘରୁ ରବିବାର ସାରେ ଦୁଇ ଭଉଣୀଙ୍କ ମୃତଦେହ ମିଳିଛି। ମୃତ ଦୁଇ...

ଗଠନ ହେବ ଫ୍ଲାଏ ଆଶ୍‌ ମିଶନ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ କିଛିବର୍ଷ ହେଲା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ଉତ୍ପାଦନ ବୃଦ୍ଧିପାଇଛି। ଶିଳ୍ପାଞ୍ଚଳରୁ ବାହାରୁଥିବା ଫ୍ଲାଏ ଆଶ୍‌ ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି...

ଆଜି ମାଘ ସପ୍ତମୀ: ବିନା ଶ୍ରଦ୍ଧାଳୁରେ ବୁଡ଼ ସମ୍ପନ୍ନ

କୋଣାର୍କ,୭ା୨(ଡି.ଏନ୍‌.ଏ.): ଆଜି ପବିତ୍ର ମାଘ ସପ୍ତମୀ। କୋଭିଡ୍‌ କଟକଣାରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ନୀତି ସମ୍ପନ୍ନ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା...

ମେ’ ୨୧ରୁ ମାଟ୍ରିକ ଖାତା ଦେଖା, ୫୮ କେନ୍ଦ୍ରରେ ଦେଖାଯିବ ଖାତା

କଟକ ଅଫିସ,୧୩।୫ : ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ମାଟ୍ରିକ ପରୀକ୍ଷା ଖାତା ଦେଖା ମେ ୨୧ ତାରିଖରୁ ଆରମ୍ଭ ହେବ ।...

୨୫ ଜିଲାରେ ସ୍ବାଭାବିକ ବର୍ଷା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଆଜିଠୁ ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି। ଯାହା ଫଳରେ ବର୍ଷାର ପରିମାଣ ମଧ୍ୟ କମିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ଅସଦାଚରଣ ଘଟଣା: ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଉଦଳା,୨୪ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ...

କୁସୁମୀ ସେତୁ ଆପ୍ରୋଚ ରାସ୍ତା ନିର୍ମାଣରେ ବିଳମ୍ବ : ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବ ନେଇ ଅସନ୍ତୋଷ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦସା ଗ୍ରାମ ନିକଟସ୍ଥ ରାଣୀଛେଲି ପଞ୍ଚାୟତସ୍ଥ କଳପଙ୍ଗୀ ଗ୍ରାମକୁ ସଂଯୋଗ କରୁଥିବା କୁସୁମୀ ନଦୀ ଉପରେ ଆପ୍ରୋଚ ରାସ୍ତା ନିର୍ମାଣରେ...

Advertisement
Archives

Model This Week