ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍‌, ଆଉ ତା’ ପରେ…

ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍‌ ଛଡ଼ାଇ ନେଇଥିବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ୨୩ ବର୍ଷୀୟ ଅନ୍ନାପୁ ରେଡ୍ଡୀ ଦୁର୍ଗା ରମଣା ରେଡ୍ଡୀ ଏବଂ ୨୪ ବର୍ଷୀୟା ଟେଙ୍କା ବରଲକ୍ଷ୍ମୀ। ହସ୍ଥିନାପୁରମ ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କ ଠାରୁ ପ୍ରାୟ ୩୦ ଗ୍ରାମ ଓଜନର ସୁନା ଚେନ୍‌ ଛଡ଼ାଇ ନେଇଥିବା ଅଭିଯୋଗରେ ମଲକାଜଗିରି ଅଞ୍ଚଳର ବନସ୍ଥଳୀପୁରମ ପୋଲିସ ସେମାନଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ, ଏହି ଘଟଣା ଅକ୍ଟୋବର ୧୮ ତାରିଖ ସକାଳେ ଭେଙ୍କଟ ରମଣା କଲୋନୀସ୍ଥିତ ରାଜା ରାଜେଶ୍ୱରୀ ମନ୍ଦିରରେ ଘଟିଥିଲା। ପୀଡ଼ିତା ଅନ୍ଦୁଗୁଲା ରାମୁଲାମ୍ମା ମନ୍ଦିର ସଫା କରୁଥିବା ବେଳେ, ସେଠାରେ ଅନ୍ୟ ଭକ୍ତମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ।

ପୋଲିସ କହିଛି ଯେ, ବରଲକ୍ଷ୍ମୀ ସାହାଯ୍ୟ କରିବା ବାହାନାରେ ବୟସ୍କା ମହିଳାଙ୍କୁ ଜାବୁଡ଼ି ଧରି ତାଙ୍କ ପାଟି ବନ୍ଦ କରିଦେଇଥିଲେ। ଏହି ସମୟରେ ରମଣା ରେଡ୍ଡୀ ଜୋରଜବରଦସ୍ତି ତାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇ ନେଇଥିଲେ। ଘଟଣା ପରେ ଉଭୟ ଏକ ସ୍କୁଟିରେ ସେଠାରୁ ଫେରାର ହୋଇଯାଇଥିଲେ।

ତଦନ୍ତକାରୀ ଅଧିକାରୀମାନେ ସିସିଟିଭି (CCTV) ଫୁଟେଜ୍‌ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଘଟଣାର ତିନି ଦିନ ପରେ, ବୁଧବାର ସକାଳେ ବନସ୍ଥଳୀପୁରମର କମଳା ନଗରସ୍ଥିତ ଏକ ଗହଣା ଦୋକାନ ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିଲା।

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ଅଭିଯୁକ୍ତ ପ୍ରାୟ ୧୮ ମାସ ହେବ ପ୍ରେମ ସମ୍ପର୍କରେ ଥିଲେ ଏବଂ ହାଇଦ୍ରାବାଦର ଗୁର୍ରାମଗୁଡ଼ା ଅଞ୍ଚଳରେ ଏକାଠି ରହୁଥିଲେ। ଆର୍ଥିକ ଅସୁବିଧା ଏବଂ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବାକୁ ସେମାନେ ଏଭଳି ଅପରାଧର ଆଶ୍ରୟ ନେଇଥିଲେ। ପୂର୍ବରୁ ସେମାନଙ୍କ ନାମରେ କୌଣସି ଆପରାଧିକ ମାମଲା ନାହିଁ ଏବଂ ସେମାନେ ପ୍ରଥମ ଥର ପାଇଁ ଅପରାଧ କରିଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଉଭୟଙ୍କ ନିକଟରୁ ଚୋରି ହୋଇଥିବା ସୁନା ଅଳଙ୍କାର ଏବଂ ଅଭିଯୁକ୍ତଙ୍କ ଦୁଇଟି ମୋବାଇଲ ଉଦ୍ଧାର କରାଯାଇଛି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?