ଛାଡ଼ପତ୍ର ପରେ ପୁଣି ପ୍ରେମ ବିବାହ

କାନ୍‌ବେରା,୧୩।୧୧: ବିବାହ ପରେ ଛାଡ଼ପତ୍ର। ପରବର୍ତ୍ତୀ ସମୟରେ ପ୍ରେମରେ ପଡ଼ି ପୁଣି ସମ୍ପର୍କ ସ୍ଥାପନ। ଆଉ ଶେଷରେ ପୂନର୍ବିବାହ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଲଭ୍‌ଷ୍ଟୋରି ଅଷ୍ଟ୍ରେଲିଆର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କୁର୍ଟିସ୍‌ ଏବଂ ଟିମ୍‌ କୁର୍ଟିସ୍‌ ୨୦୦୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୧ ବର୍ଷର ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଯୋଗୁ ୨୦୧୫ରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଡାନିଏଲ୍‌ ୨୦୧୯ରେ ଅନ୍ୟତ୍ର ବିବାହ କରିଥିଲେ। ଦୁଇବର୍ଷ ଯାଏ ଦୁହେଁ ପରସ୍ପର ସହ କଥା ହୋଇ ନ ଥିଲେ। ସିଙ୍ଗଲ୍‌ ମଦର ଡାନିଏଲ୍‌ ୨୦୧୭ରେ ପୂର୍ବତନ ସ୍ବାମୀ ଟିମ୍‌ଙ୍କ ନିକଟକୁ ଏକ ଇ-ମେଲ୍‌ ପଠାଇଥିଲେ। ଉଭୟଙ୍କ ଔରସରୁ ଜନ୍ମିତ ଦୁଇ ପିଲାଙ୍କ ଯତ୍ନ ନେବାରେ ବର୍ତ୍ତମାନର ସ୍ବାମୀ କେତେ ପାରଙ୍ଗମ ସେ ନେଇ ଡାନିଏଲ୍‌ ମେଲ୍‌ରେ ଉଲ୍ଲେଖ କରିଥିଲେ। ଏଇଠୁ ପୁଣି ଆରମ୍ଭ ହୋଇଥିଲା ଇ-ମେଲ୍‌ ରୋମାନ୍ସ। ଦୁଇବର୍ଷ ଧରି ଦୁହେଁ ଦୁହିଁଙ୍କୁ ମେଲ୍‌ ଏବଂ ମେସେଜ୍‌ ଆଦାନପ୍ରଦାନ କରିବା ପରେ ୨୦୧୯ରେ ପୂନର୍ବିବାହ କରିଥିଲେ। ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାନିଏଲ୍‌ ହଲିଉଡ୍‌ ଫିଲ୍ମର କାହାଣୀ ସଦୃଶ ସେମାନଙ୍କ ୟୁନିକ୍‌ ଲଭ୍‌ଷ୍ଟୋରି ବଖାଣିବା ପରେ ଏହା ଆଲୋଚ୍ୟର ବିଷୟ ପାଲଟିଛି। ଡାନିଏଲ୍‌ କହିଛନ୍ତି, ୨୦୦୨ ଜାନୁୟାରୀ ୯ରେ ଅନ୍‌ଲାଇନ୍‌ ଡେଟିଂ କରୁଥିବାବେଳେ ସେ ଟିମ୍‌ଙ୍କୁ ଭେଟିଥିଲେ। ଅନେକ ଡିନର୍‌ ଡେଟ୍‌ସ ପରେ ୨୦୦୩ ଏପ୍ରିଲ ୯ରେ ଟିମ୍‌ ଡାନିଏଲ୍‌ଙ୍କୁ ପ୍ରପୋଜ୍‌ କରିଥିଲେ। ପ୍ରଥମ ସାକ୍ଷାତର ଠିକ୍‌ ୨ ବର୍ଷ ପରେ ଅର୍ଥାତ୍‌ ୨୦୦୪ ଜାନୁୟାରୀରେ ବିବାହ କରିଥିଲେ। ଏହାର ଦେଢ଼ ବର୍ଷ ପରେ ଡାନିଏଲ୍‌ଙ୍କ ପିଲାଙ୍କୁ ଟିମ୍‌ ଗ୍ରହଣ କଲେ। ୨୦୧୨ରେ ବୈଶ୍ୱିକ ଆର୍ଥିକ ସଙ୍କଟ ଏହି ଯୋଡ଼ିଙ୍କୁ ପ୍ରଭାବିତ କରିଥିଲା। ଉଭୟଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁହିଁଙ୍କ ମନରେ ମଧ୍ୟ ପରସ୍ପର ପ୍ରତି ଘୃଣାଭାବ ଜାତ ହୋଇଥିଲା। ମା’ବାପାଙ୍କ ପୁନର୍ମିଳନକୁ ନେଇ ଦୁଇ ପିଲା ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri