ଛାଡ଼ପତ୍ର ପରେ ପୁଣି ପ୍ରେମ ବିବାହ

କାନ୍‌ବେରା,୧୩।୧୧: ବିବାହ ପରେ ଛାଡ଼ପତ୍ର। ପରବର୍ତ୍ତୀ ସମୟରେ ପ୍ରେମରେ ପଡ଼ି ପୁଣି ସମ୍ପର୍କ ସ୍ଥାପନ। ଆଉ ଶେଷରେ ପୂନର୍ବିବାହ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଲଭ୍‌ଷ୍ଟୋରି ଅଷ୍ଟ୍ରେଲିଆର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କୁର୍ଟିସ୍‌ ଏବଂ ଟିମ୍‌ କୁର୍ଟିସ୍‌ ୨୦୦୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୧ ବର୍ଷର ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଯୋଗୁ ୨୦୧୫ରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଡାନିଏଲ୍‌ ୨୦୧୯ରେ ଅନ୍ୟତ୍ର ବିବାହ କରିଥିଲେ। ଦୁଇବର୍ଷ ଯାଏ ଦୁହେଁ ପରସ୍ପର ସହ କଥା ହୋଇ ନ ଥିଲେ। ସିଙ୍ଗଲ୍‌ ମଦର ଡାନିଏଲ୍‌ ୨୦୧୭ରେ ପୂର୍ବତନ ସ୍ବାମୀ ଟିମ୍‌ଙ୍କ ନିକଟକୁ ଏକ ଇ-ମେଲ୍‌ ପଠାଇଥିଲେ। ଉଭୟଙ୍କ ଔରସରୁ ଜନ୍ମିତ ଦୁଇ ପିଲାଙ୍କ ଯତ୍ନ ନେବାରେ ବର୍ତ୍ତମାନର ସ୍ବାମୀ କେତେ ପାରଙ୍ଗମ ସେ ନେଇ ଡାନିଏଲ୍‌ ମେଲ୍‌ରେ ଉଲ୍ଲେଖ କରିଥିଲେ। ଏଇଠୁ ପୁଣି ଆରମ୍ଭ ହୋଇଥିଲା ଇ-ମେଲ୍‌ ରୋମାନ୍ସ। ଦୁଇବର୍ଷ ଧରି ଦୁହେଁ ଦୁହିଁଙ୍କୁ ମେଲ୍‌ ଏବଂ ମେସେଜ୍‌ ଆଦାନପ୍ରଦାନ କରିବା ପରେ ୨୦୧୯ରେ ପୂନର୍ବିବାହ କରିଥିଲେ। ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାନିଏଲ୍‌ ହଲିଉଡ୍‌ ଫିଲ୍ମର କାହାଣୀ ସଦୃଶ ସେମାନଙ୍କ ୟୁନିକ୍‌ ଲଭ୍‌ଷ୍ଟୋରି ବଖାଣିବା ପରେ ଏହା ଆଲୋଚ୍ୟର ବିଷୟ ପାଲଟିଛି। ଡାନିଏଲ୍‌ କହିଛନ୍ତି, ୨୦୦୨ ଜାନୁୟାରୀ ୯ରେ ଅନ୍‌ଲାଇନ୍‌ ଡେଟିଂ କରୁଥିବାବେଳେ ସେ ଟିମ୍‌ଙ୍କୁ ଭେଟିଥିଲେ। ଅନେକ ଡିନର୍‌ ଡେଟ୍‌ସ ପରେ ୨୦୦୩ ଏପ୍ରିଲ ୯ରେ ଟିମ୍‌ ଡାନିଏଲ୍‌ଙ୍କୁ ପ୍ରପୋଜ୍‌ କରିଥିଲେ। ପ୍ରଥମ ସାକ୍ଷାତର ଠିକ୍‌ ୨ ବର୍ଷ ପରେ ଅର୍ଥାତ୍‌ ୨୦୦୪ ଜାନୁୟାରୀରେ ବିବାହ କରିଥିଲେ। ଏହାର ଦେଢ଼ ବର୍ଷ ପରେ ଡାନିଏଲ୍‌ଙ୍କ ପିଲାଙ୍କୁ ଟିମ୍‌ ଗ୍ରହଣ କଲେ। ୨୦୧୨ରେ ବୈଶ୍ୱିକ ଆର୍ଥିକ ସଙ୍କଟ ଏହି ଯୋଡ଼ିଙ୍କୁ ପ୍ରଭାବିତ କରିଥିଲା। ଉଭୟଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁହିଁଙ୍କ ମନରେ ମଧ୍ୟ ପରସ୍ପର ପ୍ରତି ଘୃଣାଭାବ ଜାତ ହୋଇଥିଲା। ମା’ବାପାଙ୍କ ପୁନର୍ମିଳନକୁ ନେଇ ଦୁଇ ପିଲା ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?