Posted inଫୁରସତ

ମଣିଷକୁ ସଫା କରିବ ଓ୍ବାଶିଂ ମେଶିନ

ମଇଳା କପଡ଼ା ସଫା କରିବା ପାଇଁ ଓ୍ବାଶିଂ ମେଶିନ୍‌ର ବ୍ୟବହାର କରାଯାଏ। ହେଲେ ଏବେ ମଣିଷକୁ ସଫା କରିବା ପାଇଁ ବି ଏକ ମେଶିନ ଖୁବ୍‌ଶୀଘ୍ର ଆସୁଛି। ଆଉ ଏହି ମେଶିନ ଅଳସୁଆ ହୋଇ ଗାଧୋଉ ନ ଥିବା ତଥା ଶୀତଦିନେ ଗାଧୋଇବାକୁ ପଛାଉଥିବା ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଜାପାନର ଟେକ୍ନୋଲୋଜି ସାଇନ୍ସ କର୍ପୋରେଶନ୍‌ ଲିମିଟେଡ୍‌ ଦ୍ୱାରା ତିଆରି କରାଯାଉଥିବା ଏହି ହ୍ୟୁମାନ ଓ୍ବାଶିଂ ମେଶିନ କପଡା ସଫା କଲା ଭଳି ମଣିଷଙ୍କୁ ବି ବେଶ୍‌ ଆରାମରେ ସଫା କରିଦେବ। ଆଉ ମଣିଷଙ୍କୁ କୌଣସି ପରିଶ୍ରମ କରିବାକୁ ପଡିବନି। କୁହାଯାଉଛି ଏହି ମେଶିନ ଖୁବ୍‌ଶୀଘ୍ର ତିଆରି ହୋଇଯିବ ଓ ୨୦୨୫ ସୁଦ୍ଧା ବଜାରରେ ଉପଲବ୍ଧ ମଧ୍ୟ ହେବ। ଏହାର ନାମ ପ୍ରୋଜେକ୍ଟ ଉସୋୟାରୋ ରଖାଯାଇଛି। ଏହି ମେଶିନ ଫାଇନ୍‌ ବବଲ୍‌ ଟେକ୍ନୋଲୋଜି, ମନିଟରିଂ ସେନ୍ସର୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ୍‌ ଦ୍ୱାରା ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଗାଧୋଇବାର ଅନୁଭବ ପ୍ରଦାନ କରିବ। ଏଥିରେ ସୁନ୍ଦର ଗୀତ ବାଜିବା ସହ ଏକ ଶାନ୍ତ ପରିବେଶ ପ୍ରଦାନ କରିବ। ଆଉ ମେଶିନଟି ଶରୀରକୁ ସଫା କରିବା ସହ ଆରାମ ପ୍ରଦାନ କରିବ ଓ ହିଲିଂ ଏକ୍ସପେରିଏନ୍ସ ବି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri