ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ ହୋଇଛି। ବିବାହ କରିବାକୁ ପ୍ରେମିକ ନିକଟରେ ପ୍ରେମିକା ଜଣକ ଜିଦ୍‌ କରିବାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି। ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ବୁଧବାର ଅଭିଯୁକ୍ତ ପ୍ରେମିକଙ୍କୁ ରିମାଣ୍ଡରେ ଅଣାଯାଇ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସିନ୍‌ ରିକ୍ରିଏସନ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଇନ୍‌ଷ୍ଟାଗ୍ରାମରୁ ପ୍ରେମ ଆରମ୍ଭ ହୋଇ ଘନିଷ୍ଠତା ବଢ଼ିଥିଲା। ପ୍ରେମିକା ଜଣକ ପ୍ରେମିକଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ। ଫଳରେ ପ୍ରେମିକ ପ୍ରେମିକାଙ୍କୁ ଓଡିଶା ଆସିବାକୁ କହିଥିଲେ। ପ୍ରେମିକା ଟ୍ରେନ୍‌ରେ ଆସିବା ପରେ ତାକୁ ଅଭିଯୁକ୍ତ ପ୍ରେମିକ ସୋସୋ ଥାନା ଅଞ୍ଚଳକୁ ନେଇ ଏକ ବାଉଁଶ ଲାଠିରେ ଆକ୍ରମଣ କରିଥିଲେ। ବାଉଁଶ ଲାଠିକୁ ଜବତ କରାଯାଇଛି। ହତ୍ୟା କରିବା ପରେ ପ୍ରେମିକାଙ୍କୁ ପାଣି, କାଦୁଅ ବିଲରେ ପକାଇ ଫେରାର ହୋଇଯାଇଥିଲେ।

ପ୍ରେମିକା ଜଣକ ପଶ୍ଚିମବଙ୍ଗର ବୀରଭୂମି ଜିଲା ନାଲହାଟି ଥାନା ଲୁହପୁର ବଜାର ଗ୍ରାମର ଚାନ୍ଦ ଶେଖଙ୍କ ପତ୍ନୀ ଆସମା ବିବି (୪୦)। ନାଲହାଟି ଥାନାରେ ସ୍ତ୍ରୀ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଛି। ମୃତ ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ନିଜ ସମୁଦୀକୁ (ଝିଅର ଶ୍ୱଶୁର) ଦିତୀୟ ଥର ପାଇଁ ବିବାହ କରିଥିଲେ। ବୁଧବାର ମୃତ ମହିଳାଙ୍କ ମା’, ବାପା, ସ୍ବାମୀ ସୋସୋ ଥାନାରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ଝାଡ଼ଖଣ୍ଡ ପ୍ରେମିକଙ୍କୁ କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଗତ ଶନିବାର ଝାଡ଼ଖଣ୍ଡରୁ ଗିରଫ କରି କେନ୍ଦୁଝର ଆଣିଥିଲା। ଅଭିଯୁକ୍ତ ଜଣକ ସାହେବଗଞ୍ଜ ଜିଲା ରାଜମହଲ ଥାନା କୋଚପଡ଼ା ପୂର୍ବୀ ନାରାୟଣପୁର ଗ୍ରାମର ତମ୍ବା ଶେଖଙ୍କ ପୁଅ ମହମଦ ଟୁନୁ ଶେଖ (୨୦)ଅଟନ୍ତି। ପୋଲିସ କେସ୍‌ ନଂ ୧୨୭/୨୦୨୬ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡ ପ୍ରେମିକଙ୍କ ସହଯୋଗୀକୁ ଭଦ୍ରକ ଜିଲା ରୁରାଲ ଥାନା ନାରାୟଣପୁର ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଅକ୍ଷୟ(୨୨)ଙ୍କୁ ପ୍ରଥମେ ଗିରଫ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?