Posted inଫୁରସତ

ପ୍ରେମ ଦେଖେନା ଉଚ୍ଚତା

ମନ ସହ ଯେବେ ମନ ମିଶିଯାଏ ପ୍ରେମ ହେଇଯାଏ। ଆଉ ଏଇ ପ୍ରେମ ନା ଦେଖେ ଜାତି, ଧର୍ମ ଅବା ବର୍ଣ୍ଣ। ତା’ସହ ଉଚ୍ଚତାର ତାରତମ୍ୟ ବି ଦେଖେନା। ଯେମିତିକି ବ୍ରିଟେନ୍‌ର ଏଇ ଦମ୍ପତି। ଜେମ୍ସ ଓ କ୍ଲୋଇ ଲଷ୍ଟେଡ ନାମକ ଏହି ଦମ୍ପତିରେ ସ୍ବାମୀ ଜେମ୍ସଙ୍କର ଉଚ୍ଚତା ହେଉଛି ୩ ଫୁଟ ୭ ଇଞ୍ଚ ଏବଂ ପତ୍ନୀ କ୍ଲୋଇଙ୍କ ଉଚ୍ଚତା ୫ ଫୁଟ ୫.୪ ଇଞ୍ଚ। ଦୁହିଁଙ୍କ ଉଚ୍ଚତା ଭିତରେ ୧ ଫୁଟ ୧୦ ଇଞ୍ଚର ବ୍ୟବଧାନ ରହିଛି। ଏହି ବ୍ୟବଧାନ ପାଇଁ ଉକ୍ତ ଦମ୍ପତି ଉଚ୍ଚତାରେ ସବୁଠାରୁ ବେଶି ତାରତମ୍ୟ ଥିବା ଦମ୍ପତିଭାବେ ଓ୍ବାର୍ଲଡ ରେକର୍ଡରେ ସାମିଲ ହୋଇପାରିଛନ୍ତି। ଜେମ୍ସ ଜନ୍ମରୁ ଡାୟଏଷ୍ଟ୍ରାଫିକ୍‌ ଡାୟସ୍ପେଲିସିଆ ନାମକ ରୋଗରେ ଆକ୍ରାନ୍ତ ଥିଲେ। ଏହି ରୋଗରେ ଶରୀରର ଉଚ୍ଚତା ବଢି ନ ଥାଏ। ଏହି ଦୁଇଜଣଙ୍କର ଦେଖା ୨୦୧୨ରେ ହୋଇଥିଲା। ଆଉ ୨୦୧୬ରେ ବିବାହ। ତାଙ୍କର ଏକ କୁନି ଝିଅଟିଏ ବି ଅଛି। ଜୁନ ୨୦୨୨ରେ ଓ୍ବାର୍ଲଡ ରେକର୍ଡ ତାଙ୍କ ନାମରେ ହୋଇଥିଲା। କ୍ଲୋଇ କହନ୍ତି, ‘ଜେମ୍ସ ଅନ୍ୟ ସ୍ବାମୀଙ୍କ ପରି ସବୁ କାମ କରି ପାରନ୍ତି। ତେବେ ତାଙ୍କ କରିବାର ତରିକା ଟିକେ ଭିନ୍ନ ଥାଏ। ଆଉ ଏକ କଥା ହେଲା- କୌଣସି ବହିର ମଲାଟ ଦେଖି ବହିଟି ଖରାପ କି ଭଲ ଯେମିତି କହି ହେବନି, ସେମିତି ଜେମ୍ସଙ୍କ ଉଚ୍ଚତାକୁ ନେଇ ତାଙ୍କ ବ୍ୟକ୍ତିତ୍ୱକୁ ମାପିବା ଠିକ୍‌ ନୁହେଁ। ସେ ଜଣେ ବହୁତ ଭଲ ସ୍ବାମୀ ଓ ଭଲ ବାପା ବି। ’


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri