Posted inଫୁରସତ

ପ୍ରେମ ଦେଖେନା ଉଚ୍ଚତା

ମନ ସହ ଯେବେ ମନ ମିଶିଯାଏ ପ୍ରେମ ହେଇଯାଏ। ଆଉ ଏଇ ପ୍ରେମ ନା ଦେଖେ ଜାତି, ଧର୍ମ ଅବା ବର୍ଣ୍ଣ। ତା’ସହ ଉଚ୍ଚତାର ତାରତମ୍ୟ ବି ଦେଖେନା। ଯେମିତିକି ବ୍ରିଟେନ୍‌ର ଏଇ ଦମ୍ପତି। ଜେମ୍ସ ଓ କ୍ଲୋଇ ଲଷ୍ଟେଡ ନାମକ ଏହି ଦମ୍ପତିରେ ସ୍ବାମୀ ଜେମ୍ସଙ୍କର ଉଚ୍ଚତା ହେଉଛି ୩ ଫୁଟ ୭ ଇଞ୍ଚ ଏବଂ ପତ୍ନୀ କ୍ଲୋଇଙ୍କ ଉଚ୍ଚତା ୫ ଫୁଟ ୫.୪ ଇଞ୍ଚ। ଦୁହିଁଙ୍କ ଉଚ୍ଚତା ଭିତରେ ୧ ଫୁଟ ୧୦ ଇଞ୍ଚର ବ୍ୟବଧାନ ରହିଛି। ଏହି ବ୍ୟବଧାନ ପାଇଁ ଉକ୍ତ ଦମ୍ପତି ଉଚ୍ଚତାରେ ସବୁଠାରୁ ବେଶି ତାରତମ୍ୟ ଥିବା ଦମ୍ପତିଭାବେ ଓ୍ବାର୍ଲଡ ରେକର୍ଡରେ ସାମିଲ ହୋଇପାରିଛନ୍ତି। ଜେମ୍ସ ଜନ୍ମରୁ ଡାୟଏଷ୍ଟ୍ରାଫିକ୍‌ ଡାୟସ୍ପେଲିସିଆ ନାମକ ରୋଗରେ ଆକ୍ରାନ୍ତ ଥିଲେ। ଏହି ରୋଗରେ ଶରୀରର ଉଚ୍ଚତା ବଢି ନ ଥାଏ। ଏହି ଦୁଇଜଣଙ୍କର ଦେଖା ୨୦୧୨ରେ ହୋଇଥିଲା। ଆଉ ୨୦୧୬ରେ ବିବାହ। ତାଙ୍କର ଏକ କୁନି ଝିଅଟିଏ ବି ଅଛି। ଜୁନ ୨୦୨୨ରେ ଓ୍ବାର୍ଲଡ ରେକର୍ଡ ତାଙ୍କ ନାମରେ ହୋଇଥିଲା। କ୍ଲୋଇ କହନ୍ତି, ‘ଜେମ୍ସ ଅନ୍ୟ ସ୍ବାମୀଙ୍କ ପରି ସବୁ କାମ କରି ପାରନ୍ତି। ତେବେ ତାଙ୍କ କରିବାର ତରିକା ଟିକେ ଭିନ୍ନ ଥାଏ। ଆଉ ଏକ କଥା ହେଲା- କୌଣସି ବହିର ମଲାଟ ଦେଖି ବହିଟି ଖରାପ କି ଭଲ ଯେମିତି କହି ହେବନି, ସେମିତି ଜେମ୍ସଙ୍କ ଉଚ୍ଚତାକୁ ନେଇ ତାଙ୍କ ବ୍ୟକ୍ତିତ୍ୱକୁ ମାପିବା ଠିକ୍‌ ନୁହେଁ। ସେ ଜଣେ ବହୁତ ଭଲ ସ୍ବାମୀ ଓ ଭଲ ବାପା ବି। ’


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri