ଅନ୍‌ଲାଇନରେ ଓଏସ୍‌ଆର୍‌ଟିସି ଟିକେଟ ମୂଲ୍ୟ ଫେରସ୍ତ ଉଦ୍ୟମ କରି ଲକ୍ଷେ ହରାଇଲେ

ବ୍ରହ୍ମପୁର,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ): ଅନଲାଇନରେ ଓଏସଆରଟିସି କଷ୍ଟମର କେୟାର ନମ୍ବର ସଂଗ୍ରହ କରି ଯୋଗାଯୋଗ ବେଳେ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବତୀ। ଓଏସଆରଟିସି ବସର ଟିକଟ ମୂଲ୍ୟ ଫେରସ୍ତ ପାଇବାକୁ ଉଦ୍ୟମ କରି ବ୍ରହ୍ମପୁରରେ ରହୁଥିବା କଟକର ଜଣେ ଯୁବତୀ ଓ ତାଙ୍କ ଭଉଣୀଙ୍କ ଆକାଉଣ୍ଟରୁ ସାଇବର ଗ୍ୟାଙ୍ଗ ୧ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏ ନେଇ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ କରିଛି । ଅଯୋଧ୍ୟାନଗର ଅଞ୍ଚଳରେ ରହୁଥିବା ଏହି ଯୁବତୀ ଜଣଙ୍କ କିଛି ଦିନ ତଳେ ଓଏସଆରଟିସି ଆପ ଜରିଆରେ ବସରେ କଟକ ଯିବା ପାଇଁ ଏକ ଟିକଟ ବୁକ କରିଥିଲେ । ପରେ ସେ ଉକ୍ତ ଟିକଟ କ୍ୟାନସଲ କରି ଦେଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ ଟିକଟ ମୂଲ୍ୟ ୨୧୮ ଟଙ୍କା ଫେରସ୍ତ ଆସିନଥିଲା। କିଛି ଘଣ୍ଟା ଅପେକ୍ଷା କରିବା ପରେ ଟଙ୍କା ନ ଫେରିବାରୁ ସେ ଓଏସଆରଟିସି ଆପକୁ ଯାଇ ଯୋଗଯୋଗ କରିବାକୁ ଉଦ୍ୟମ କରିଥଲେ ବି ସମ୍ଭବ ହୋଇନଥିଲା। ପରେ ଯୁବତୀ ଜଣଙ୍କ ଗୁଗଲକୁ ଯାଇ ଅନଲାଇନରେ ଓଏସଆରଟିସି କଷ୍ଟମର କେୟାର ନମ୍ବର ବାହାର କରିଥିଲେ।ଗୁଗଲରୁ ମିଳିଥିବା ନମ୍ବରରେ ଯୋଗାଯୋଗ ପରେ ଜଣେ ବ୍ୟକ୍ତି ଫୋନ ଗ୍ରହଣ କରି ଟଙ୍କା ଫେରସ୍ତ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ଏହାପରେ ଜଣେ ବ୍ୟକ୍ତି ଫୋନ କରି ଓଏସଆରଟିସି କଷ୍ଟମର କେୟାରରୁ କହୁଥିବା ଯୁବତୀଙ୍କୁ ଜଣାଇଥିଲେ । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଫୋନ-ପେ ଆପ ଖୋଲିବାକୁ କହିବା ସହ ମୋବାଇଲ ନମ୍ବରର ଶେଷ ୫ଟି ନମ୍ବର ଡାଏଲ କରିବାକୁ କହିଥିଲେ । ଯୁବତୀ ଜଣଙ୍କ ତାହା କରିବା ପରେ ତାଙ୍କ ଫୋନ-ପେ ଆକାଉଣ୍ଟରୁ ହଜାର ହଜାର ଟଙ୍କା କଟି ଯାଇଥିଲା । ଏ ନେଇ ଯୁବତୀ ଜଣଙ୍କ ପ୍ରଶ୍ନ କରିବାରୁ ତାଙ୍କ ଆକାଉଣ୍ଟରୁ କଟିଥିବା ସମସ୍ତ ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି କହିଥିଲେ । ଟଙ୍କା ଫେରିପାଇବା ଲୋଭରେ ଯୁବତୀ ଜଣଙ୍କ ନିଜ ଭଉଣୀର ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ଯୁବତୀଙ୍କ ଭଉଣୀର ଆକାଉଣ୍ଟରୁ ମଧ୍ୟ ଟଙ୍କା କଟି ଯାଇଥିଲା । ଉଭୟଙ୍କ ଆକାଉଣ୍ଟରୁ ୫ଟି ନେଣଦେଣ ଜରିଆରେ ୧ ଲକ୍ଷ ଟଙ୍କା କଟିଯାଇଥିଲା। ପରେ ଯୁବତୀ ଜଣଙ୍କ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସାଇବର ସେଲକୁ ଯାଇ ଅଭିଯୋଗ କରିବା ସହ ବୈଦ୍ୟନାଥପୁର ଥାନାରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?