ବହୁତ ହରାଇଲେଣି

ଆକାର ପଟେଲ

ବହୁମତ ପାଇ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୋଦି ସରକାର ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୧୪ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ସରକାର ବେଶି ଭୋଟ୍‌ ପାଇବା ସହ ଅଧିକ ଆସନ ଜିତି କ୍ଷମତାରେ ବସୁବସୁ ତତ୍‌କ୍ଷଣାତ୍‌ ତାଙ୍କ ବିଚାରକୁ ଲାଗୁ କରିଦେଲେ। ଅଗଷ୍ଟ ୨୦୧୭ରେ ସୁପ୍ରିମ୍‌ କୋର୍ଟ ଦ୍ୱାରା ରଦ୍ଦ ଓ ଅସାମ୍ବିଧାନିକ ଘୋଷିତ ତିନି ତଲାକ୍‌କୁ ଭାଜପା ଜୁଲାଇ ୨୦୧୯ରେ ବେଆଇନ ବୋଲି ଘୋଷଣା କଲା। ୧୯୫୦ରେ ଏକକ ନାଗରିକ ସଂହିତା ଲାଗୁ କରିବା ଭାଜପା/ଜନସଂଘର କାର୍ଯ୍ୟସୂଚୀରେ ସ୍ଥାନ ପାଇଥିଲା। ତେବେ ଏହି ଦୃଷ୍ଟିରୁ ତିନି ତଲାକ୍‌କୁ ଅବୈଧ ଘୋଷଣା କରିବା ସେମାନଙ୍କ ପାଇଁ ଏକ ବିଜୟ ଥିଲା। ତା’ପର ମାସରେ କଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ଉଠାଇ ଦିଆଯାଇ ସବୁ ଅଣଭାଜପା ନେତାମାନଙ୍କୁ ଜେଲ୍‌ରେ ଠୁଙ୍କି ଦିଆଗଲା। ଏହା ଥିଲା ଭାଜପାର ଦ୍ୱିତୀୟ ପାଳିର ଦ୍ୱିତୀୟ ଅଧ୍ୟାୟ ଓ ସେହି ୧୯୫୦ର ଏଜେଣ୍ଡା ମଧ୍ୟ। ଏହାର ଦୁଇମାସ ପରେ ଅଯୋଧ୍ୟା ବିବାଦରେ ସୁପ୍ରିମ କୋର୍ଟ ମସ୍‌ଜିଦର ଜମିକୁ ହିନ୍ଦୁ ପକ୍ଷଙ୍କୁ ଦେବା ଲାଗି ରାୟ ଦେଲେ। ଉକ୍ତ ତିନୋଟି ଘଟଣା ଉପରେ ମୋଦି ଦ୍ୱିତୀୟ ପାଳିର ୬ ମାସ ମଧ୍ୟରେ ଭଲ ସ୍ଥିତି ଗଢ଼ିବାକୁ ସକ୍ଷମ ହେଲେ। ତା’ପର ମାସରେ ଭାଜପା କହିଲା, ନାଗରିକଙ୍କୁ ନେଇ ଉପସ୍ଥାପିତ କରିଥିତ୍ବା ତା’ର ଇସ୍ତାହାରକୁ କାର୍ଯ୍ୟକାରୀ କରିବ।
ଭାଜପାର ୨୦୧୯ ଇସ୍ତାହାରର ‘ଅନୁପ୍ରବେଶ ବିରୋଧୀ ଲଢ଼େଇ’ ଶୀର୍ଷକରେ ଦର୍ଶାଇଥିଲା ଯେ, ବେଆଇନ ଅନୁପ୍ରବେଶ ଯୋଗୁ ଦେଶର କେତେକ ଅଞ୍ଚଳରେ ସଂସ୍କୃତି ଓ ଭାଷାଗତ ପରିଚୟରେ ବିରାଟ ପରିବର୍ତ୍ତନ ହୋଇଛି। ଏହା ସ୍ଥାନୀୟ ଲୋକମାନଙ୍କର ଜୀବନଶୈଳୀ ଓ ରୋଜଗାରକୁ ଖୁବ୍‌ ପ୍ରଭାବିତ କରିଛି। ଏହି ସବୁ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସରକାର ଖୁବ୍‌ ଶୀଘ୍ର ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ପ୍ରକ୍ରିୟା ଶେଷ କରିବେ। ଭବିଷ୍ୟତରେ ଅନ୍ୟ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହା ଲାଗୁ କରାଯିବ। ଏହି ପ୍ରକ୍ରିୟାରେ ପ୍ରଥମେ ଭାଜପା ନାଗରିକ ସଂଶୋଧନ ଆଇନ(ସିଏଏ) ପାସ୍‌ କଲା ବୋଲି ଅମିତ ଶାହା କହିବୁଲିଲେ। ପରେ ଏନ୍‌ଆର୍‌ସି ଘରକୁ ଘର ଯାଇ ଅନୁପ୍ରବେଶକାରୀଙ୍କୁ ବିଦା କରିବାର ଯୋଜନା ରଖିଥିବାବେଳେ ଏହି ଆଇନ ପଡ଼ୋଶୀ ଦେଶଗୁଡ଼ିକର ଅଣ ମୁସଲମାନମାନଙ୍କୁ ଆଶ୍ରୟ ଦେବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ଭାରତୀୟ ମୁସଲମାନମାନେ ଏହାକୁ ବିରୋଧ କରିବେ ବୋଲି ଭାଜପା ଚିନ୍ତା କରି ନ ଥିଲା। ଏପରି କି ଆଇନ ପାସ୍‌ ହୋଇଥିଲେ ମଧ୍ୟ ଦୀର୍ଘ ୨୦ ମାସ ହେବ ଏହା କାର୍ଯ୍ୟକାରୀ କରାଯାଇନାହିଁ। ଭାଜପାର ୨୦୧୯ ଇସ୍ତାହାର ସଂକଳ୍ପରେ ଥିବା ଏନ୍‌ଆର୍‌ସି ଏବେ ସ୍ଥଗିତ ରହିଛି। ଜୁନ୍‌ ୨୦୨୦ରେ କୃଷି ଅଧ୍ୟାଦେଶଗୁଡ଼ିକ ଆସିଲା। ଏଗୁଡ଼ିକ ବିରୋଧର ସମ୍ମୁଖୀନ ହେବ ବୋଲି ସରକାର ଭାବି ନ ଥିଲେ। ଏପରିକି ଏନ୍‌ଡିଏ ମେଣ୍ଟରେ ତଥା କ୍ୟାବିନେଟ୍‌ରେ ଥିବା ପଞ୍ଜାବର ଅକାଳୀ ଦଳ ଅଧ୍ୟାଦେଶଗୁଡ଼ିକ ପାସ୍‌ କରିବାରେ ସରକାରଙ୍କୁ ସମର୍ଥନ କରି ନ ଥିଲା। କୃଷି ଅଧ୍ୟାଦେଶ ଲେଖାଯିବାଠାରୁ ସେପ୍ଟେମ୍ବରରେ ପାସ୍‌ ହେବା ଯାଏ ଏହି ସମୟ ମଧ୍ୟରେ କୋଭିଡ୍‌ ମହାମାରୀ ଯୋଗୁ ଲକ୍‌ଡାଉନରେ ପ୍ରବାସୀ ଶ୍ରମିକମାନେ କର୍ମସ୍ଥଳୀ ଛାଡ଼ି ଘରମୁହଁା ହୋଇଥିଲେ। ଅର୍ଥନୀତି ମଧ୍ୟ ୪ ଦଶନ୍ଧିରେ ସବୁଠୁ ମାନ୍ଦା ରହିଥିଲା। ବିମୁଦ୍ରୀକରଣ ପରଠାରୁ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଥିଲେ ବି ସରକାର ଏହାକୁ ଗ୍ରହଣ କରି ନ ଥିଲେ କି ଏ ସମ୍ପର୍କରେ ଆଲୋଚନା କରି ନ ଥିଲେ। କିନ୍ତୁ ଅବଶିଷ୍ଟ ବିଶ୍ୱ ଏହାକୁ ନିରୀକ୍ଷଣ କରୁଥିଲା। ୨୦୧୪ରେ ଭାରତର ମୁଣ୍ଡ ପିଛା ମୋଟ ଘରୋଇ ଉପତ୍ାଦ (ଜିଡିପି) ୧.୧୭ ଲକ୍ଷ ଟଙ୍କା ଥିଲା ଓ ଏହା ବାଂଲାଦେଶ (୮୩,୦୦୦ ଟଙ୍କା) ଠାରୁ ୫୦% ଆଗରେ ରହିଥିଲା। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ଶେଷସୁଦ୍ଧା ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୧.୬୫ ଲକ୍ଷ ଟଙ୍କାରୁ ଅଧିକ ଥିବାବେଳେ ଭାରତର ଏହା ୧.୪୫ ଲକ୍ଷ ଟଙ୍କା। କିଛି ପରିବର୍ତ୍ତନ ନ ହେବାଯାଏ ଆମେ ଏମିତି ବାଂଲାଦେଶ ପଛରେ ରହିବା। ନ୍ୟାୟପାଳିକା କୃଷି ଆଇନ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ବିଶେଷଜ୍ଞ କମିଟି ଗଠନ କରି ତାଙ୍କ ମତ ଏକ ବନ୍ଦ ଲଫାପାରେ ଜଣାଇବାକୁ କହିଥିଲା। ନ୍ୟାୟପାଳିକାର ଏଭଳି ନିର୍ଦ୍ଦେଶ ମୋଦିଙ୍କୁ ଆଇନଗୁଡ଼ିକୁ ସ୍ଥଗିତ ରଖିବାରେ ସାହାଯ୍ୟ କରିଥିଲା। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ କରି କୃଷି ଆଇନର ଉଲ୍ଲଂଘନ କଲେ। ଏବେ ସରକାର କୃଷି ଆଇନଗୁଡ଼ିକ ଉପରେ ଗୁରୁତ୍ୱ ଦେଉ ନ ଥିବାବେଳେ ଏହାର ପ୍ରତିବାଦରେ କୃଷକମାନେ ସେମିତି ରାସ୍ତାରେ ବସିରହିଛନ୍ତି।
ଅନ୍ୟ ବିଷୟଗୁଡ଼ିକରେ ଯେଭଳି ସଫଳତା ମିଳିବ ବୋଲି ଆଶା କରାଯାଉଥିଲା ତାହା ମଧ୍ୟ ହାସଲ ହୋଇପାରିନାହିଁ। କଶ୍ମୀର ସେମିତି ସମସ୍ୟାରେ ରହିଛି। ଲୋକମାନେ ଉଦାସ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ବିରୋଧୀ ଭାବ ରହିଛି। ଲଦାଖକୁ ନେଇ ଆମ ଦୃଷ୍ଟିକୋଣ ପରିବର୍ତ୍ତନ ଯୋଗୁ ଚାଇନା କ୍ରେଧିତ ହେଲା ଓ ଆମେ ତାହାର ପରିଣାମ ଦେଖିଲୁ। ତେବେ ଏକକ ନାଗରିକ ସଂହିତାର ବାସ୍ତବ ଲକ୍ଷ୍ୟ ହେଉଛି ବହୁବିବାଦ ସୃଷ୍ଟି କରିବା। ସେହିଭଳି ସରକାରଙ୍କ ତିନି ତଲାକ ବିଜୟର ମୂଲ୍ୟ ପ୍ରକୃତରେ କିଛି ନ ଥିଲା। ନ୍ୟାୟପାଳିକାର ମନ୍ଦିର ଉପରେ ରାୟ ଏବଂ ଜେଲରେ ଥିବା କଶ୍ମୀରବାସୀଙ୍କ କଥାକୁ ଅଣଦେଖା, ସିଏଏ ଓ ୩୭୦ର ବୈଧ୍ୟତା ଉପରେ ନ୍ୟାୟପାଳିକାର ଭୂମିକା ସରକାରଙ୍କ ବିଫଳତାକୁ ପଦାକୁ ଆଣିଛି। ଏପରି କି ଦିଲ୍ଲୀ ଦଙ୍ଗା ଘଟଣାରେ ଭାଜପା ନେତା କପିଲ ମିଶ୍ର ଓ ଅନୁରାଗ ଠାକୁରଙ୍କ ନାଁରେ ଏଫ୍‌ଆଇଆର୍‌ ଦାୟର କରିବାକୁ ଯେଉଁଦିନ ବିଚାରପତି କହିଥିଲେ ସେହି ରାତିରେ ତାଙ୍କୁ ବଦଳି କରାଯାଇଥିଲା। କିନ୍ତୁ ବିଚାରପତିମାନେ କେବେ ବି ନିମ୍ନଗାମୀ ଅର୍ଥବ୍ୟବସ୍ଥା, ନିଯୁକ୍ତି ଅଭାବ ଏବଂ ମୁଦ୍ରସ୍ଫୀତି ଉପରେ ତ କିଛି କରିପାରିବେ ନାହିଁ। ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ପହଞ୍ଚତ୍ଲାଣି। ବିଶ୍ୱ ସ୍ତରରେ ମୋଦି ସରକାର ତାଙ୍କ ବନ୍ଧୁ ଟ୍ରମ୍ପ ଓ ନେତ୍‌ନ୍ୟାହୁଙ୍କୁ ହରାଇଛି। ମୋଦିଙ୍କ ସହ ଗୋଟିଏ ହେଲେ ବାଣିଜ୍ୟ ଚୁକ୍ତି ନ କରି ଟ୍ରମ୍ପ କ୍ଷମତାରୁ ଚାଲିଗଲେଣି। ୨୦୧୯ରେ ମୋଦି ପାଇଥିବା ରାଜନୈତିକ ପୁଞ୍ଜିରୁ ବହୁତ ହରାଇଲେଣି। ଏହା ପୂରା ଶେଷ ହୋଇନିି। କିନ୍ତୁ ୨୦୨୦ ଓ ୨୦୨୧ରେ ସରକାର ସୃଷ୍ଟି କରିଥିବା ସମସ୍ୟାଗୁଡ଼ିକୁ ସମାଧାନ କରି ତାଙ୍କ ଭାବମୂର୍ତ୍ତି ଫେରାଇ ଆଣିବା ପାଇଁ କିଛି ସ୍ବତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ ଯାହା ଏହି ସମୟରେ ଦେଖାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri