ଏ ବର୍ଷ ହେଲାନି ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୨୧ା୩(ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ବର୍ଷର ପରମ୍ପରା ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ବି ହୋଇପାରିଲା ନାହିଁ। ୨୦୧୫ରୁ ବନ୍ଦ ରହିଥିବା ଏହି ଯାତ୍ରା ଚଳିତବର୍ଷ ହେବ ବୋଲି ପ୍ରଶାସନ କହିବା ସହ ଉଦ୍ୟମ ଆରମ୍ଭ କରିଥିଲା। ସର୍କିଟ ହାଉସରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ଅଧିକାରୀ ଏବଂ ସେବାୟତଙ୍କୁ ନେଇ ବୈଠକ ବସିଥିଲା। ହେଲେ ସେବାୟତଙ୍କ ମଧ୍ୟରେ ରହିଥିବା ସେହି ପୁରୁଣା ବିବାଦର ସମାଧାନ ନ ହେବାରୁ ଶେଷରେ ପ୍ରଶାସନର ସବୁ ଚେଷ୍ଟା ବିଫଳ ହୋଇଛି। ଶ୍ରୀଜୀଉଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତି ମଧ୍ୟ ବନ୍ଦ ରହିଥିଲା।

ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ପରେ ପ୍ରଥମ ଶନିବାର ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହିଦିନ ଶ୍ରୀଜୀଉମାନେ କପିଳେଶ୍ୱରସ୍ଥିତ ଶ୍ରୀକପିଳେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ମାତ୍ର କପିଳେଶ୍ୱର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁ ଏହି ଯାତ୍ରାରେ ୬ବର୍ଷ ହେଲା ବିଭ୍ରାଟ ସୃଷ୍ଟି ହୋଇଛି।
ଶନିବାର ପ୍ରାତଃରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ, ଦର୍ଶନ, ରୋଷହୋମ, ଛାମୁ ପରିଷ୍କାର, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଖଇଦହି ବଲ୍ଲଭ, ଠାକୁରାଣୀ ଖଇହଦି ବଲ୍ଲଭ, ସକାଳ ଧୂପ, ଠାକୁରାଣୀ ସକାଳ ଧୂପ ହେଇ ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ଭୋଗ ମଣ୍ଡପ ହୋଇଥିଲା। ଭକ୍ତମାନେ ମଧ୍ୟ ଆନନ୍ଦ ବଜାରରେ ଅବଢ଼ା ସେବନ କରିଥିଲେ। ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ଦୁର୍ଗା ଅନନ୍ତ ବାସୁଦେବ କପିଳେଶ୍ୱର ମନ୍ଦିର ଯିବା ବନ୍ଦ ହେବାରୁ ତଥା ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ହେବାରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବୀରକିଶୋରୀ ବଲ୍ଲଭଠାରୁ ବଡ଼ ସିଂହାର ନୀତି ପର୍ଯ୍ୟନ୍ତ ବନ୍ଦ ରହିଥିଲା। ବରିଷ୍ଠ ସେବାୟତ କାଶୀନାଥ ପୂଜାପଣ୍ଡା କୁହନ୍ତି, ପ୍ରଶାସନ ସହ ଶ୍ରୀକପିଳେଶ୍ୱର ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା ନ ହୋଇପାରିବାରୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?