ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ବଡ଼ଦାଣ୍ଡରେ ମୁଣ୍ଡିଆ ମାରିଲେ ଶ୍ରଦ୍ଧାଳୁ

ପୁରୀ ଅଫିସ,୯।୭: ୧୫ ଦିନିଆ ଅଣସର ସରିବା ପରେ ଶୁକ୍ରବାର ମହାପ୍ରଭୁ ନବଯୌବନ ଦର୍ଶନ ଦେଇଛନ୍ତି। ଖଡ଼ିଲାଗି ଓ ବନକଲାଗି ନୀତି ପରେ ନୂଆ ରୂପରେ ଚମକିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ କରୋନା କଟକଣା ଯୋଗୁୁ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ବଡ଼ଦାଣ୍ଡରେ ମୁଣ୍ଡିଆ ମାରି କୃତାର୍ଥ ଲଭିଛନ୍ତି।
ଗୁରୁବାର ରାତ୍ରରୁ ବନକଲାଗି ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ପରେ ନବଯୌବନ ଦର୍ଶନ ହୋଇଛି। ତେବେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪ଘଣ୍ଟା ବିଳମ୍ବରେ ନୀତିକାନ୍ତି ସରିଥିଲା। ଚଳିତବର୍ଷ ୩ଦିନ ଧରି ନବଯୌବନ ଦର୍ଶନ ଚାଲିବ। ଦୀର୍ଘ ୨୦ବର୍ଷ ପରେ ଏଭଳି ଦୁର୍ଲ୍ଲଭ ସଂଯୋଗ ସତ୍ତ୍ୱେ କୋଭିଡ୍‌ କଟକଣା ଯୋଗୁ ଏହି ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ହେବାକୁ ପଡ଼ିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି, ନବଯୌବନ ନୀତିକାନ୍ତି ବିଳମ୍ବ ହୋଇଥିଲା ସତ, ମାତ୍ର ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତେବେ ରଥଯାତ୍ରାରେ ପହଣ୍ଡି ଓ ରଥଟଣା ସମେତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଆଶାବାଦୀ। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସମ୍ମୁଖ ବ୍ୟାରିକେଡ୍‌ ବାହାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ପତିତପାବନଙ୍କ ଦର୍ଶନ କରି ଫେରିଛନ୍ତି।

ସହଧର୍ମିଣୀଙ୍କ ସହ ଭୁବନେଶ୍ୱରରୁ ଆସିଥିବା ସୁରେନ୍ଦ୍ର ମହାପାତ୍ର କହିଛନ୍ତି, ଦୀର୍ଘଦିନ ଧରି ନବଯୌବନ ଦର୍ଶନର ଆକାଂକ୍ଷା ମନ ଭିତରେ ରହିଥିଲା। ତାହା ଆଜି କେତେକାଂଶରେ ପୂରଣ ହୋଇଛି। କଟକଣା ଯୋଗୁ ଶ୍ରୀମନ୍ଦିରକୁ ଯିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ବଡ଼ଦାଣ୍ଡରେ ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ଭଳି ମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୧୪।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ହାଇସ୍କୁଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ...

କ୍ୟୁ ନେଟ ଠକେଇ ମାମଲା: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ ଅଫିସ,୨୯।୬: କ୍ୟୁ ନେଟ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଏହି...

୧୫ରୁ ଖୋଲିବ ଷଷ୍ଠ-ସପ୍ତମ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ନଭେମ୍ବର ୧୫ରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ  ସ୍କୁଲ ଖୋଲିବ। ଏନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା...

ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ

ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...

ଐତିହ୍ୟ କରିଡର, ଏକାମ୍ର ପ୍ରକଳ୍ପର ସମୀକ୍ଷା

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୨୨।୨(ଡି.ଏନ୍‌.ଏ.):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ମହାନିର୍ଦ୍ଦେଶକ (ଡିଜି) ଭି. ବିଦ୍ୟାବତୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ...

କଟକରୁ ୧୪୯ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୧।୮-କଟକ ସହରରୁ ଶୁକ୍ରବାର ୧୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୯ ମଧ୍ୟରୁ ୭୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୧ଟି ଲୋକାଲ କଣ୍ଟାକ୍ଟ...

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ

ପୁରୀ ଅଫିସ,୧।୭: ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ...

ସିଂହନାଥ ପୀଠରେ ୧୪୪ ଧାରା ଜାରି

ବଡ଼ମ୍ବା,୧୫ା୧(ଡି.ଏନ୍‌.ଏ.): ମକରମେଳା ଅବସରରେ କଟକ ଜିଲା ବଡ଼ମ୍ବାର ସିଂହନାଥ ପୀଠ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳାଚକଟାରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକ...

Advertisement
Archives

Model This Week