ଭୁଜତଳେ ରଖ ମହାବାହୁ

ଡା. ଅଂଶୁମାନ କର

ଚାହୁଁ ଚାହୁଁ ୨୦୨୧ ରଥଯାତ୍ରା ଆସିଗଲା। କିଏ ଭାବିଥିଲା ଗତବର୍ଷ ପରି ଚଳିତବର୍ଷ ବି ‘ରଥାରୂଢ଼’ ବାମନ ଶ୍ରୀଜଗନ୍ନାଥଙ୍କୁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ନନ୍ଦିଘୋଷ ଗଡ଼େଇବାକୁ ହେବ! ଆଉ କିଏ ଜାଣୁ ଅବା ନ ଜାଣୁ କାଳିଆ-ବଳିଆ ତ ନିଶ୍ଚୟ ଜାଣିଥିବେ। ଶାସ୍ତ୍ର, ପୁରାଣ, ବିଦ୍ୱାନ୍‌ ସମସ୍ତଙ୍କ ମତରେ ସେ ହେଲେ ପରଂବ୍ରହ୍ମ। ପରଂବ୍ରହ୍ମ ପୁଣି ମାନବଲୀଳା କରିବାକୁ ଯାଇ ସ୍ନାନଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସ୍ବୟଂ ଲୀଳା ବିସ୍ତାର କରନ୍ତି। ଜାତିର ଅତି ଆପଣାର ହେବାକୁ ଯାଇ ପ୍ରଭୁ ନିଜକୁ ‘ହଟିଆ ଠାକୁର ଆଉ କେତେ ନାଟ ଦେଖିବୁ’ ଭଳି ଲାଞ୍ଛନା ମଧ୍ୟ ଗ୍ରହଣ କରିଛନ୍ତି। ଯେଉଁ ଜାତିରେ କଥା ଅଛି, ”ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ; ଉତ୍କଳର ନେତା ସ୍ବୟଂ ନାରାୟଣ।“ ଆଜି ସେଇ ଓଡ଼ିଶା ଦୁଇ ବର୍ଷ ହେଲା ନିଜ ନେତାଙ୍କ ଦିବ୍ୟ ପତିତପାବନ ରୂପ ଦର୍ଶନ କରିପାରୁ ନାହିଁ। ଯେଉଁ ଯାତ୍ରାର ନାମ ପତିତପାବନ ଯାତ୍ରା, ତାହା ବିନା ଭକ୍ତରେ କିପରି ସାର୍ଥକ ହେବ? କ’ଣ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିର ଅଗ୍ରଭାଗରେ ପତିତ ଉଦ୍ଧାର ରହିଯିବ? କ’ଣ ପ୍ରଭୁ ସତରେ ‘ହଟିଆ’ ହୋଇ ‘ନାଟିଆ’ ସାଜି ଏହି ମହାମାରୀକୁ ବିନାଶ କରୁନାହାନ୍ତି? ଯେଉଁ ଶ୍ରୀକ୍ଷେତ୍ରରେ ଦିନେ ନୀଳମାଧବଙ୍କ ଉପସ୍ଥିତିରୁ ଯମଦଣ୍ଡ କାମ କରୁ ନ ଥିଲା, ଆଜି ସେ ଶ୍ରୀକ୍ଷେତ୍ରରେ ଯମ ମୃତ୍ୟୁର ଲୀଳା କରୁଛି। ବଡ଼ଦେଉଳର ଗର୍ଭଗୃହରେ ଥାଇ କାଳିଆ ସବୁ ଦେଖୁଛି, ବଳିଆ ସବୁ ଶୁଣୁଛି ନିଜ ସନ୍ତାନର କରୁଣ ଦୁଃଖ, ମା’ ସୁଭଦ୍ରା ନିଶ୍ଚୟ ବୁଝୁଛି, ତେବେ ଡେରି କାହିଁକି? ‘ଚକ୍ର ପେଶି ନକ୍ର ନାଶି’ ଉଦ୍ଧାର କର ହେ ମହାବାହୁ।
ଅର୍ଜୁନକୁ ସେଦିନ କଥାରେ ବୁଝାଇ ପ୍ରଭୁ କହିଥିଲେ -‘ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ’। ସକଳ ପ୍ରାଣୀଙ୍କ ଶରୀରରେ ରହୁଥିବା ପ୍ରାଣ ପ୍ରଭୁ ସ୍ବୟଂ। ଯେଉଁ ପ୍ରାଣ ପ୍ରଭୁ ନିଜେ, ସେଇ ପ୍ରାଣ ଆଜି କେତେ ଅସହାୟ। ପାଣିଫୋଟକା ପରି ଆଖି ପିଛୁଳାକେ କେତେ ଲୋକ ଚାଲିଗଲେଣି, କେତେ ଯିବେ, ଏସବୁ ପ୍ରାଣ କ’ଣ ପ୍ରଭୁଙ୍କ କୃପାରୁ ବଞ୍ଚତ୍ତ ଥିଲେ? ନା ତାଙ୍କ ସମୟ ସୀମିତ ଥିଲା। ସେଇ ପ୍ରଭୁ ଅର୍ଜୁନଙ୍କୁ ଆଗକୁ କହିଛନ୍ତି – ‘ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ, କ୍ଷରଃ ସର୍ବାଣି ଭୂତାନି କୂଟସ୍ଥୋଽକ୍ଷର ଉଚ୍ୟତେ’। ଏହି ସଂସାରରେ ଦୁଇ ପ୍ରକାରର ପୁରୁଷ ଅଛନ୍ତି- ନାଶବାନ୍‌ (ଶରୀର) ଓ ଅବିନାଶୀ (ଜୀବାମତ୍ା)। ଶରୀରର ନାଶ ହୁଏ, ମାତ୍ର ଆମତ୍ାର ନାଶ ହୁଏନି। ଆମତ୍ାର ନାଶ ନ ହେବାର ଏକ କାରଣ ହେଲା ଈଶ୍ୱରଙ୍କ ଉପରେ ବିଶ୍ୱାସ। ଆଜି ଏହି ମହାମାରୀ କାଳରେ ଯେପରି ଭାବେ ହୃଦ ବିଦାରକ ମାନବ ବିନାଶର ଦୃଶ୍ୟ ଦେଖୁଛେ, ସେଥିରେ ଏହି ଈଶ୍ୱର ସତ୍ତା ଉପରେ ବିଶ୍ୱାସ ରଖିବାକୁ ହେଲେ ମଣିଷକୁ ନିଜର ମାନବ ଜୀବନର ଉଦ୍ଦେଶ୍ୟ ବୁଝିବାକୁ ପଡ଼ିବ।
‘ବେଦୈଶ୍ଚ ର୍ସୈର୍ୈଇହମେବ ବେଦ୍ୟୋ, ବେଦାନ୍ତକୃଦ୍‌ ବେଦବିଦେବ ଚାହମ୍‌।’ପରମେଶ୍ୱର ହିଁ ସର୍ବବେଦର ଏକମାତ୍ର ଜାଣିବାଯୋଗ୍ୟ ତତ୍ତ୍ୱ। ପ୍ରଭୁ ହିଁ ‘ବେଦାନ୍ତକର୍ତ୍ତା’ ଓ ସେ ହିଁ ‘ବେଦଜ୍ଞ’। ସବୁ କାରଣର ଆରମ୍ଭ ଓ ଅନ୍ତ ଯଦି ପ୍ରଭୁ ନିଜେ, ତେଣୁ ଆମକୁ ବିଶ୍ୱାସ ରଖିବାକୁ ହେବ ଏହି ମହାମାରୀର ଆରମ୍ଭ ଓ ଅନ୍ତ ମଧ୍ୟ ସେ ହିଁ କରିବେ। ”ସର୍ବଯୋନିଷୁ କୌନ୍ତେୟ ମୂର୍ତ୍ତୟଃ ସମ୍ଭବନ୍ତି ଯାଃ,ତାସାଂ ବ୍ରହ୍ମ ମହଦ୍‌ ଯୋନିରହଂ ବୀଜପ୍ରଦଃ ପିତା।“ ନାନା ପ୍ରକାର ଯୋନିରେ ଯେତେସବୁ ଶରୀରଧାରୀ ପ୍ରାଣୀ ଅଛନ୍ତି, ପ୍ରକୃତି ହେଉଛି ତାଙ୍କର ଗର୍ଭଧାରିଣୀ ମା’ ଓ ପ୍ରଭୁ ସ୍ବୟଂ ହେଉଛନ୍ତି ବୀଜ ସ୍ଥାପନ କରୁଥିବା ପିତା। ପିତା କ’ଣ ନିଜ ପୁତ୍ରର ସଂହାର କରିପାରିବ? ପିତା ସଂରକ୍ଷଣର ଦ୍ୱିତୀୟ ସଂଜ୍ଞା। ମାତା ସ୍ନେହର ପ୍ରତିମୂର୍ତ୍ତି। ଶରୀରଧାରୀ ପ୍ରାଣୀ ତ କେବଳ ଆମେ ମଣିଷ ନୁହେଁ, ଆମ ଚାରିପାଖରେ ଥିବା ସମସ୍ତ ଜୀବ-ଜନ୍ତୁ, ବୃକ୍ଷ-ଲତା, କୀଟ-ପତଙ୍ଗ, ପଶୁ-ପକ୍ଷୀ ସମସ୍ତଙ୍କ ମାତା ପିତା ସେଇ ପରଂବ୍ରହ୍ମ। ଗୋଟିଏ ସନ୍ତାନର ଉଦଣ୍ଡ କାର୍ଯ୍ୟ ଦ୍ୱାରା ଅନ୍ୟ ଜୀବଙ୍କ ଉପରେ ହେଉଥିବା ଶୋଷଣର ଅନ୍ତ କରିବାର ଲୀଳା କ’ଣ ନୁହେଁ ଏହି ମହାମାରୀ? ଟିକେ ଭାବି ଦେଖନ୍ତୁ। ଘରେ ବନ୍ଦ ରହି ଆମେ ଆଜି ଅଣନିଃଶ୍ୱାସି ହେଉଛେ, ମାତ୍ର ପ୍ରକୃତି ଆଜି ହସୁଛି। ବନସ୍ପତି ଆଜି ପୁଲକିତ ହୋଇଛି। ବାୟୁ ନିର୍ମଳ, ଜଳ ସ୍ବଚ୍ଛ ହୋଇଛି। ୨୦୧୫ର ନବକଳେବର ପରେ ଆସିଥିବା ପରମପିତା ପ୍ରଭୁ ଆମକୁ ଅବାଟରୁ ବାଟକୁ ନେବାକୁ ଆସିଛନ୍ତି। ମତ୍ତ-ଗଜ ନିଜର ଅହଂକାରକୁ ତ୍ୟାଗ କରି ଯେବେ ଡାକ ଦେଇଛି ପ୍ରଭୁ ଆସିଛନ୍ତି, ଅଭିମାନିନୀ ଦ୍ରୌପଦୀ ଅଭିମାନ ତ୍ୟାଗ କରି ଦୁଇ ବାହୁ ଟେକି ଦେଲା ପରେ ପ୍ରଭୁ ତା’ର ଲଜ୍ଜା ରକ୍ଷା କରିଛନ୍ତି। ବଲ୍ଲଭ ଦାସଙ୍କ ଭାଷାରେ କହିବାକୁ ଗଲେ-ତୁରନ୍ତ ହେ ଆମତ୍ନ୍‌! ତୁ ନିଜ ଭୁଲକୁ ଚିହ୍ନ, ହରି ଭଜନରେ ମନକୁ ସ୍ଥିର କର। ତେବେ ଯାଇ ତୋର ଉଦ୍ଧାର ହେବ।
”ଦେବ ଦେବ ଜଗନ୍ନାଥ ସଂସାରାର୍ଣ୍ଣବତାରକ, ଭକ୍ତାନୁଗ୍ରାହକ ସଦା ରକ୍ଷ ମାଂ ପାଦୟୋର୍ନତମ୍‌।“ଏହି ସ୍ତୁତି ଆମ ଜାତିକୁ ଅନେକ ବାର ଉଦ୍ଧାର କରିଛି। କାଞ୍ଚତ୍ ଅଭିଯାନ ହେଉ ବା ଯବନ ଆକ୍ରମଣ, ସବୁଥିରେ ତାଙ୍କରି ଇଚ୍ଛା ହିଁ ପ୍ରକାଶିତ। କଳିଯୁଗରେ ‘ହରି ନାମ ହିଁ କେବଳମ୍‌’ ତାରଣ କରିପାରିବ। ଦୁଇ ହାତ ଟେକି ରାଜା ହେଉ ଅବା ରଙ୍କ ହେଉ, ସେଦିନର ଗଜପତି ବୀରକେଶରୀ ଦେବଙ୍କ ଭାଷାରେ ଡାକ-”ଭୁଜ ତଳେ ମୋତେ ରଖ ମହାବାହୁ! ବାହ ୁତଳେ ମୋତେ ରଖ…।
ଏନ୍‌- ୧/୧୮୩, ନୂଆପଲ୍ଲୀ
ମୋ-୯୭୭୮୦୩୦୪୯୪


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?