ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ ନାୟକ (୨୮) ଏବଂ ଅନ୍ୟ ଜଣେ ନାବାଳକ ବୋଲି ତଦନ୍ତକାରୀ ଅଧିକାରୀ ବାସନ୍ତୀ ବେହେରା କହିଛନ୍ତି।

ପ୍ରକାଶ ଯେ, ସବୁଦିନ ଭଳି ବୁଧବାର ରାତି ୮ ଟାରେ ଦାରିଙ୍ଗବାଡ଼ି ଶିବ ମନ୍ଦିର ସାହିର ବାଦଲ କୁମାର ସାହୁ ତାଙ୍କ ରାଶନ ଦୋକାନର ସଟର ବନ୍ଦ କରି ଚାବି ପକାଇ ଘରକୁ ଯାଇଥିଲେ। ଗୁରୁବାର ସକାଳୁ ଦେଖିବା ବେଳେ ତାଙ୍କ ଦୋକାନର ସଟର ତାଲା କେହି କାଟି ଦୋକାନ ଭିତରେ ରହିଥିବା ୧୧ ହଜାର ଟଙ୍କା ସମେତ ବ୍ୟାଙ୍କ ପାସ୍‌ବୁକ୍‌, ଘରୋଇ ଗ୍ୟାସ୍‌ ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଚୋରି ହୋଇଯାଇଥିଲା। ଏନେଇ ବାଦଲ ସେହିଦିନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ମାମଲା (୨୦୪/୨୬)ରୁଜୁ କରି ସନ୍ଦେହରେ କିଛି ଦୁର୍ବୃତ୍ତଙ୍କୁ ଉଠାଇ ଆଣିଥିଲା। ଏଥିରେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ ଦାରିଙ୍ଗବାଡ଼ି ସହରରେ ୪ଟି ସ୍ଥାନରେ ଲୁଟ୍‌ ହୋଇଥିଲା। ସେହି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗରେ ପୋଲିସକୁ ସଫଳତା ମିଳିଛି। ବାକି ୩ ବଡ଼ ଧରଣର ଲୁଟ୍‌ ଘଟଣାରେ ଆଜି ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନଥିବା ଜଣାପଡ଼ିଛି। ଦାରିଙ୍ଗବାଡ଼ିର ଅଶୋକ କୁମାର ସାହୁଙ୍କ ମଧ୍ୟ ସୁନା ଅଳଙ୍କାର, ରୁପା, ନଗଦ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଥିବା ବେଳେ ତାର ୧୦ ଦିନ ପୂର୍ବରୁ ଜାଗୃତି ସାହିର ସଦାନନ୍ଦ ସିଂ ଏବଂ ଗୋଟିଏ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଆଦି ଲୁଟ୍‌ ହୋଇଛି। ଦାରିଙ୍ଗବାଡ଼ି ପୋଲିସ ପାଇଁ ଲୁଟେରାଙ୍କୁ ଧରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ ଏହାର ସମୀକ୍ଷା କରିବା ସହ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା, ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀ ମାଝୀ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ତଦନ୍ତ ଚଳାଇଥିବା ଆଇଆଇସି ଜେନା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

ଭୂତଳ କେବୁଲ ଯୋଗେ ଜିଲାପାଳ -ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ

ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

Mettle Meet 2026: ଫାଇନାଲରେ ଜୁନିଅର ୮ ଟିମ୍‌, ଆସନ୍ତାକାଲି ମହାମୁକାବିଲା

ଭୁବନେଶ୍ୱର,୮ା୮: ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ଜୁନିଅର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି…

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ

ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri