ଗୁଳିମାଡ଼ କରି ଦୋକାନରୁ ଲୁଟ୍‌

ଭଦ୍ରକ ଅଫିସ,୧୧ା୧୧: ଗୁଳିମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଲୁଟ୍‌ ହୋଇଛି। ବୁଧବାର ରାତି ପ୍ରାୟ ୧୦ଟାରେ ୬ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଦୋକାନ ଭିତରକୁ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ଗୋଟିଏ ରାଉଣ୍ଡ ଫାୟାରିଂ କରି ୩ଟି ମୋବାଇଲ, ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ପରେ ଦୋକାନୀ ଗ୍ରାମାଞ୍ଚଳ ପୋଲିସକୁ ଖବର ଦେଇଥିଲେ। ଆଇଆଇସି ଆଲୋକ ଜେନା ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଦୁର୍ବୃତ୍ତଙ୍କୁ ଠାବ କରାଯାଇପାରିବ ବୋଲି ଆଇଆଇସି କହିଛନ୍ତି।

ସୂଚନାଯୋଗ୍ୟ, ଏହି ଛକରେ ସ୍କୁଲ, କଲେଜ, ହଷ୍ଟେଲ, ବ୍ୟାଙ୍କ ଆଦି ରହିଛି। ଏପରି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆରଡ଼ି ଛକରେ ଏପରି ଘଟଣା ପ୍ରଥମ। ଏବେ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଗୁଆନ ପଟା ସହ ଅଟୋ ଜବତ, ଚାଳକ ଫେରାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ। ,୪।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଶାଗୁଆନ କାଠପଟା ବୋଝେଇ ଅଟୋକୁ ବନ ବିଭାଗ ଜବତ କରିଛି । ଘଟଣାସ୍ଥଳରୁ...

ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ...

ଓଡ଼ିଶା ଜଣେ ଟାଣୁଆ, ନିର୍ଭୀକ ନେତାଙ୍କୁ ହରାଇଲା: ପାଟଣା ବିଧାୟକ

ପାଟଣା,୪।୧୦(ସ୍ବ.ପ୍ର.): ପୁରୀ ଜିଲା ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ୭ ଥର ପ୍ରତିନିଧିତ୍ୱ କରିଥିବା ବିଧାୟକ, ପୂର୍ବତନ ମନ୍ତ୍ରୀ, ବିଜେଡିର ବରିଷ୍ଠ ସ୍ପଷ୍ଟବାଦୀ ନେତା ପ୍ରଦୀପ ମହାରଥୀଙ୍କ...

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ: ମିଳୁନାହିଁ ସର୍ବନିମ୍ନ ସହାୟକ ମୂଲ୍ୟ

ବଲାଙ୍ଗୀର ଅଫିସ, ୨୪ା୪ – ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଏକ ମୁଖ୍ୟ...

ମଶାଣିରେ ଫିଙ୍ଗିଦେଲେ ମୃତଦେହ

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କରୋନା କବଳିତ ପୃଥିବୀରେ ସଙ୍କଟରେ ପଡ଼ିଛି ମଣିଷପଣିଆ। ଭୂତାଣୁ ଭୟ ଏମିତି ଘାରିଛି ଯେ, ମରିବା ପରେ କେହି ପାଖ ମାଡୁନାହାନ୍ତି। ଶେଷକୃତ୍ୟ...

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ...

‘ଶୂନ’ ମୃତ୍ୟୁ, ପ୍ଲାଜ୍‌ମା ଦାନ ପ୍ରାଥମିକତା

କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍‌ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ...

ପାଣି ଚିନ୍ତାରେ ପୌରାଞ୍ଚଳବାସୀ: ଶିଳ୍ପ ଶୋଷୁଛି, ପିଇବାକୁ ମିଳୁନି

ଢେଙ୍କାନାଳ ଅଫିସ,୧୫।୫- ଶିଳ୍ପରେ ସମୃଦ୍ଧ। ପାଣ୍ଠିର ଅଭାବ ନାହିଁ। ତଥାପି ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ସହରବାସୀ। ପାନୀୟ ଜଳର ବୃହତ୍ତମ...

Advertisement


Archives

Model This Week