ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରୁ ଲୁଟିନେଇଥିବା ବେଳେ ବର୍ତ୍ତମାନ ଦକ୍ଷୀଣକାଳୀଙ୍କ ପୀଠରୁ ଲୁଟିନେଇଛନ୍ତି । ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଜଳେଶ୍ବରଖଣ୍ଡି ଗ୍ରାମରେ ପ୍ରତିଷ୍ଠିତ ମା’ ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇ ମୁଖ୍ୟ ଗ୍ରିଲ୍‌କୁ ଭଙ୍ଗାଭଙ୍ଗି କରିବା ସହ ପାଚେରି ଡେଇଁ ଭିତରେ ପଶି ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନଟଙ୍କାକୁ ଲୁଟିନେବା ସହ ରୋଷଘର ଓ ଭୋଗଘର କବାଟଭାଙ୍ଗି ଜିନିଷପତ୍ର ଫିଙ୍ଗା ଫୋପଡାକରି, କିଛି ଜିନିଷ ପତ୍ରକୁ ନେଇଛନ୍ତି। ଏହାସହ ମନ୍ଦିରର ଓ ଭକ୍ତଙ୍କ ସୁରକ୍ଷା ସକାଶେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗିଦେଇଛନ୍ତି । ସକାଳୁ ସେବାୟତମାନେଆସି ଦେଖି ମନ୍ଦିର ଟ୍ରଷ୍ଟି ସୁଦର୍ଶନ ନାୟକଙ୍କୁ ଖବରଦେଇଥିଲେ। ଫଳରେ ସେ ଏହାକୁ ନେଇ ପୁରୁଷୋତ୍ତମପୁର ପୋଲିସକୁ ଜଣାଇଥିଲେ । ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ଘଟଣାସ୍ଥଳକୁଯାଇ ପାରିପାର୍ଶ୍ୱିିକ ସ୍ଥିତି ଓ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?